ଝାରସୁଗୁଡ଼ା: ଟ୍ରକ୍‌ ଧକ୍କାରେ ୧୩ ବର୍ଷ ବାଳିକାର ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେହେରାମାଲ ଛକରେ ଆଜି ସକାଳେ ଟ୍ରକ୍‌ ଧକ୍କାରେ ଜଣେ ୧୩ ବର୍ଷ ବାଳିକାର ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରୀତିମୟୀ ପଟେଲ। ପ୍ରୀତି ବାପା ଓ ମା’ଙ୍କ ସହ ବାଇକ୍‌ରେ  ଝାରସୁଗୁଡ଼ାରୁ ସିରିଆପାଲିକୁ ଯାଉଥିଲେ। ତେବେ ବାଇକ୍‌ଟି ଭାରସାମ୍ୟ ହରାଇ ତଳେ ପଡ଼ି ଯିବାରୁ ଏକ ଟ୍ରକ୍‌ ତାଙ୍କୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି।

ପ୍ରୀତିଙ୍କ ବାପା ଓ ମା’  ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ଟ୍ରକକୁ ଅଟକ ରଖି ରାସ୍ତା ଅବରୋଧ କରିଛନ୍ତି।