ଅଗ୍ନିବୀରଙ୍କୁ ବିଜେପି ଅଫିସରେ ସିକ୍ୟୁରିଟି ଗାର୍ଡ ଚାକିରି ମିଳିବ କହି ଅଡ଼ୁଆରେ କୈଳାସ ବିଜୟଭର୍ଗୀୟା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ିଛନ୍ତି ବିଜେପିର ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା କୈଳାସ ବିଜୟଭର୍ଗୀୟା। ଏହି ଯୋଜନାରେ ଯୁବକମାନଙ୍କୁ ସେନା ୪ ବର୍ଷ ପାଇଁ ଅଗ୍ନିବୀର ଭାବେ ଚାକିରି କରିବାର ସୁଯୋଗ ମିଳିବ। ଏହାପରେ ଅଗ୍ନିବୀରଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ କୈଳାସ ବିଜୟଭର୍ଗୀୟା ଏହାକୁ ତାଚ୍ଛଲ୍ୟ କରିଥିଲେ। ଅଗ୍ନବୀରଙ୍କୁ ବିଜେପି ଅଫିସରେ ସିକ୍ୟୁରିଟି ଗାର୍ଡ ଚାକିରି ପାଇଁ ଅଗ୍ରାଧିକାର ଦିଆଯିବ ବୋଲି […]

BJP

BJP

Hemant Lenka
  • Published: Sunday, 19 June 2022
  • Updated: 19 June 2022, 09:31 PM IST

Sports

Latest News

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ିଛନ୍ତି ବିଜେପିର ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା କୈଳାସ ବିଜୟଭର୍ଗୀୟା। ଏହି ଯୋଜନାରେ ଯୁବକମାନଙ୍କୁ ସେନା ୪ ବର୍ଷ ପାଇଁ ଅଗ୍ନିବୀର ଭାବେ ଚାକିରି କରିବାର ସୁଯୋଗ ମିଳିବ। ଏହାପରେ ଅଗ୍ନିବୀରଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ କୈଳାସ ବିଜୟଭର୍ଗୀୟା ଏହାକୁ ତାଚ୍ଛଲ୍ୟ କରିଥିଲେ।

ଅଗ୍ନବୀରଙ୍କୁ ବିଜେପି ଅଫିସରେ ସିକ୍ୟୁରିଟି ଗାର୍ଡ ଚାକିରି ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିବାରୁ ତାଙ୍କୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ହେବାକୁ ପଡ଼ିଛି। ଅଗ୍ନିବୀର ତଥା ସେନା କର୍ମଚାରୀଙ୍କୁ ଅପମାନିତ କରିଥିବାରୁ କୈଳାସ ବିଜୟଭର୍ଗୀୟା ଖୋଦ ତାଙ୍କ ଦଳର ସାଂସଦ ବରୁଣ ଗାନ୍ଧି ବି ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ବିବାଦ ବଢ଼ୁଥିବାରୁ ଏବେ କୈଳାସ ବିଜୟଭର୍ଗୀୟା ପୂରା ଘଟଣା ଉପରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, “ଅଗ୍ନିପଥ ଯୋଜନାରେ ଯେଉଁ ଅଗ୍ନିବୀରମାନେ ସେମାନଙ୍କ ସେବା ଶେଷ କରିବେ, ସେମାନେ ଯେମିତି ହେଲେ ନିଜ ଦକ୍ଷତା ବୃଦ୍ଧି କରିପାରିବେ ଓ କର୍ତ୍ତବ୍ୟକୁ ଠିକ୍ ଭାବେ ସମ୍ପାଦନ କରିବେ। ସେନାରୁ ସେବା ନିବୃତ୍ତ ହେବା ପରେ ସେମାନେ ଏହି ଦକ୍ଷତା ଓ ନିଷ୍ଠାପରତାକୁ ନିଜ ଇଚ୍ଛା ଅନୁସାରେ ଯେକୌଣସି କ୍ଷେତ୍ରରେ ବ୍ୟବହାର କରିପାରିବେ। ମୁଁ ଏହି କଥା କହିବାକୁ ସେତେବେଳେ ଚାହୁଁଥିଲି।

ମୋ ବୟାନକୁ ବିକୃତ କରି ଟୁଲକିଟ୍‌ ଗ୍ୟାଙ୍ଗର ସଦସ୍ୟମାନେ ସମସ୍ତଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଦେଶର ସମସ୍ତ କର୍ମଚାରୀଙ୍କ ପ୍ରତି ଅପମାନ। ଜାତୀୟ ହିରୋମାନଙ୍କ ବିରୋଧରେ ଟୁଲକିଟ ଗ୍ୟାଙ୍ଗ କରୁଥିବା ଷଡ଼ଯନ୍ତ୍ର ସମ୍ପର୍କରେ ପୂରା ଦେଶ ଭଲ ଭାବେ ଜାଣିଛି।”

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଜନଆକ୍ରୋଶ ବଢ଼ୁଥିବାରୁ ଏହାକୁ ପ୍ରଶମିତ କରିବାକୁ କୈଳାସ ବିଜୟଭର୍ଗୀୟା ଚେଷ୍ଟା କରିଥିଲେ। ଏହି ସମୟରେ ସେ ସିକ୍ୟୁରିଟି ଗାର୍ଡ ବୟାନ ଦେଇଥିଲେ। ସେ କହିଥିଲେ, “ ସେନାର ତାଲିମରେ ମୂଳ କାମ ହେଲା ଶୃଙ୍ଖଳା ଓ ନିର୍ଦ୍ଦେଶର ଅନୁପାଳନ କରିବା। ଯେତେବେଳେ ଜଣେ ଯୁବକ ତାଲିମ ନେବେ ଓ ୪ ବର୍ଷର କାମ କରି ସେବା ନିବୃତ୍ତ ହେବେ ସେତେବେଳେ ଅତି ବେଶୀରେ ତାଙ୍କୁ ୨୫ ବର୍ଷ ବୟସ ହୋଇଥିବ।

୨୫ ବର୍ଷ ବୟସରେ ତାଙ୍କ ହାତରେ ୧୧ ଲକ୍ଷ ଟଙ୍କା ଥିବ ଓ ଅଗ୍ନିବୀର ଟ୍ୟାଗ ମଧ୍ୟ ମିଳିବ। ତେଣୁ ତାଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ମିଳିବ। ମୋତେ ଯଦି ବିଜେପି ଅଫିସରେ ସିକ୍ୟୁରିଟି ଗାର୍ଡ ରଖିବାକୁ କୁହାଯାଏ, ତା’ହେଲେ ମୁଁ ଅଗ୍ନିବୀରମାନଙ୍କୁ ଅଗ୍ରାଧିକାର ଦେବି।”

ଏହି ବୟାନର ବିଭିଓ ଭାଇରାଲ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ବିଜେପି ସାଂସଦ ବରୁଣ ଗାନ୍ଧି, କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲଙ୍କ ଠାରୁ ଆରମ୍ଭ କରି ଅନେକ ଲୋକ ବିଜେପି ଓ କୈଳାସ ବିଜୟଭର୍ଗୀୟାଙ୍କୁ ତୀବ୍ର ସମାଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story