କେନ୍ଦୁଝର: ମୁଖ୍ୟ ଚିକିତ୍ସାଳୟରେ ପଶିଲା ବର୍ଷା ପାଣି

କେନ୍ଦୁଝର: ଲଗାଣ ବର୍ଷ ଯୋଗୁଁ କେନ୍ଦୁଝର ସ୍ଥିତି ଉଦବେଗଜନକ ହୋଇଛି। ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ସିଡିଏମ୍ଓ ଅଫିସ୍, ଶିଶୁ ଟୀକାକରଣ କେନ୍ଦ୍ର, ଏଏନ୍ଏମ୍ ଅଫିସ୍ ଓ ବ୍ଲଡ଼ ବ୍ୟାଙ୍କ‌ରେ ପଶିଛି। ଫଳରେ ରୋଗୀ ସେବା ପ୍ରଭାବିତ ହୋଇଛି। ସେହିପରି ସହର ୯ ନମ୍ବର ୱାର୍ଡର ଅନେକ ଘର ପାଣି ଘେରରେ ଥିବା ଜଣାପଡ଼ିଛି। ଯାହାଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାରେ ପଡୁଛନ୍ତି।