ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲ ଗଠନ ପାଇଁ ସଂସଦରେ ଦାବି ଉଠାଇଲା ବିଜେଡି

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ପୁଣି ମହାନଦୀ ତାତି। ଆଜି ଲୋକସଭାରେ ମହାନଦୀ ବିବାଦ ପ୍ରସଙ୍ଗ ଉଠାଇ ଶୀଘ୍ର ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଛି ବିଜେଡି। ଏହା ପୂର୍ବରୁ ସଂସଦ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧିମୂର୍ତ୍ତି ନିକଟରେ ଧାରଣା ଦେଇଥିଲେ ରାଜ୍ୟର ବିଜେଡି ଓ କଂଗ୍ରେସ ସାଂସଦ। ଟ୍ରିବ୍ୟୁନାଲ ଗଠନ ହେଲେ ମହାନଦୀ ବିବାଦର ଶୀଘ୍ର ସମାଧାନ ହେବ। ହେଲେ ଏଥିରେ ବିଳମ୍ବ କରୁଛନ୍ତି କେନ୍ଦ୍ର ସରକାର। ଲୋକସଭାରେ ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡି ସଂସଦୀୟ ଦଳ […]

mmmmm

mmmmm

Rakesh Mallick
  • Published: Thursday, 10 August 2017
  • Updated: 10 August 2017, 08:17 PM IST

Sports

Latest News

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ପୁଣି ମହାନଦୀ ତାତି। ଆଜି ଲୋକସଭାରେ ମହାନଦୀ ବିବାଦ ପ୍ରସଙ୍ଗ ଉଠାଇ ଶୀଘ୍ର ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଛି ବିଜେଡି। ଏହା ପୂର୍ବରୁ ସଂସଦ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧିମୂର୍ତ୍ତି ନିକଟରେ ଧାରଣା ଦେଇଥିଲେ ରାଜ୍ୟର ବିଜେଡି ଓ କଂଗ୍ରେସ ସାଂସଦ।

ଟ୍ରିବ୍ୟୁନାଲ ଗଠନ ହେଲେ ମହାନଦୀ ବିବାଦର ଶୀଘ୍ର ସମାଧାନ ହେବ। ହେଲେ ଏଥିରେ ବିଳମ୍ବ କରୁଛନ୍ତି କେନ୍ଦ୍ର ସରକାର। ଲୋକସଭାରେ ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ। ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇ ଭର୍ତ୍ତୃହରି କହିଛନ୍ତି-“ମହାନଦୀ ଉପରମୁଣ୍ଡରେ ଛତିଶଗଡ ବେଆଇନ୍ ବ୍ୟାରେଜ ନିର୍ମାଣ ବନ୍ଦ କରୁନାହିଁ। ଏଥିଯୋଗୁଁ ମୌସୁମୀରେ ବି ଓଡିଶାରେ ଜଳ ସଂକଟ ଦେଖାଦେଇଛି। ବିବାଦର ସମାଧାନ କରିବାକୁ ହେଲେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଟ୍ରିବ୍ୟୁନାଲ ଗଠନ କରିବା ସହ ପ୍ରକଳ୍ପ ନିର୍ମାଣ କାମ ବନ୍ଦ ରଖିବାକୁ ଛତିଶଗଡ଼କୁ ନିର୍ଦ୍ଦେଶ ଦିଅନ୍ତୁ।”

ସେପଟେ ମହାନଦୀ ପ୍ରସଙ୍ଗରେ ସଂସଦ ଭବନ ପରିସରରେ ଧାରଣାକୁ ଓହ୍ଲାଇଥିଲେ ବିଜେଡି ସାଂସଦ। ଗାନ୍ଧି ମୂର୍ତ୍ତି ନିକଟରେ ପ୍ଲାକାର୍ଡ ଧରି ଛତିଶଗଡ଼ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କଂଗ୍ରେସର ରାଜ୍ୟସଭା ସଦସ୍ୟ ରଞ୍ଜୀବ ବିଶ୍ୱାଳ ବି ଏଥିରେ ସାମିଲ ହୋଇଥିଲେ।

ଏହି ପ୍ରସଙ୍ଗରେ ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ୍ କହିଛନ୍ତି-“ମହାନଦୀ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଡ୍ରାଫ୍ଟ କ୍ୟାବିନେଟ ନୋଟ୍ ପ୍ରସ୍ତୁତ ହୋଇଛି।”

ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି-“ମହାନଦୀ ପ୍ରସଙ୍ଗରେ ଶୀଘ୍ର ଟ୍ରିବ୍ୟୁନାଲ ଗଠନ କରାଯାଉ। ଆମ ହକ୍‌ ପାଇଁ ଯାହା କିଛି ପଦକ୍ଷେପ ନେବାକୁ ପଡ଼ିବ ଆମେ ନେବୁ।”

ମହାନଦୀ ବିବାଦ ସମାଧାନ ପାଇଁ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନର ତୃତୀୟ ଦିନରେ ପହଞ୍ଚିଛି। ବିଜେଡି ଓ କଂଗ୍ରେସ ସାଂସଦମାନେ ଆନ୍ଦୋଳନକାରୀଙ୍କ ସହ ଧାରଣା ଦେଇଥିଲେ। ସେହିପରି ଆନ୍ଦୋଳନ ସ୍ଥଳକୁ ଆସି ସମର୍ଥନ ଜଣାଇଥିଲେ ସୋନିଆ ଗାନ୍ଧିଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲ ଓ ସମାଜସେବୀ ସ୍ୱାମୀ ଅଗ୍ନିବେଶ।

କଂଗ୍ରେସ ନେତା ଅହମ୍ମଦ ପଟେଲ କହିଛନ୍ତି-“ବର୍ତ୍ତମାନ ପାଣି ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। ଆମେ ପାଣି ବିନା କିଛି କରିପାରିବା ନାହିଁ। ଯଥାଶୀଘ୍ର ଏହି ସମସ୍ୟା ସମାଧାନ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos