ମହାନଦୀ ବିବାଦ: ଛତିଶଗଡ଼ ଯିବା ପୂର୍ବରୁ ୧୨ ଜଣିଆ ବିଜେଡି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଥିବା ବିଜେଡିର ୧୨ ଜଣିଆ କମିଟିର ପ୍ରଥମ ବୈଠକ ଆଜି ଏଠାରେ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ତଥା ତିନି ପୂର୍ବତନ ଇଆଇସି ଶରତ ମହାନ୍ତି, ଶ୍ରୀଧର ବେହେରା ଓ ରମେଶ ରଥଙ୍କ ଉପସ୍ଥିତିରେ ଏହି ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା […]

bjd-team

bjd-team

Rakesh Mallick
  • Published: Saturday, 06 August 2016
  • Updated: 07 August 2016, 09:40 AM IST

Sports

Latest News

bjd-teamଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଥିବା ବିଜେଡିର ୧୨ ଜଣିଆ କମିଟିର ପ୍ରଥମ ବୈଠକ ଆଜି ଏଠାରେ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ତଥା ତିନି ପୂର୍ବତନ ଇଆଇସି ଶରତ ମହାନ୍ତି, ଶ୍ରୀଧର ବେହେରା ଓ ରମେଶ ରଥଙ୍କ ଉପସ୍ଥିତିରେ ଏହି ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା।

ଆଲୋଚନା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ,“ଆମେ ଛତିଶଗଡ଼ ସରକାରଙ୍କ ସହିତ ଯୋଗାଯୋଗ କରିଛୁ। ଆମର ଏକ ପ୍ରତିନିଧି ଦଳ ଛତିଶଗଡ଼ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିବାକୁ ଚାହୁଁଛି ବୋଲି ଆମେ ଜଣାଇଛୁ। ଏଥିରେ ଆମକୁ ସହଯୋଗ କରିବାକୁ ଆମେ କହିଛୁ। କିନ୍ତୁ ଏ ପର୍ଯ୍ୟନ୍ତ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଆସିନାହିଁ। ଆମେ ତାଙ୍କର ମତାମତକୁ ଅପେକ୍ଷା କରିଛୁ। ଆମେ ଆଶା କରୁଛୁ ଛତିଶଗଡ଼ ସରକାର ଆମର ପ୍ରସ୍ତାବିତ ଗସ୍ତକୁ ସ୍ୱୀକୃତି ଦେବେ ଓ ସହଯୋଗ କରିବେ।”

ସେ ଆହୁରି କହିଛନ୍ତି,“ଆସନ୍ତା ୭ ଓ ୮ ତାରିଖରେ ଆମେ ଛତିଶଗଡ଼ ଯିବାକୁ ନିଷ୍ପତ୍ତି ନେଇଛୁ। କିନ୍ତୁ ଛତିଶଗଡ଼ ସରକାରଙ୍କ ଅନୁମତି ମିଳିବା ପରେ ଯାଇ ଆମେ ଠିକ୍ କେଉଁ ଦିନ ଯିବୁ ତାହା ଜଣାପଡ଼ିବ।”

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କମିଟି ସଦସ୍ୟ ତଥା ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଥିଲେ,“ଆମେ ଛତିଶଗଡ଼ରେ ପ୍ରଥମେ କେଲୋ ପ୍ରକଳ୍ପ ବୁଲି ଦେଖିବୁ। ତା’ ପରେ ଅରପା ପ୍ରକଳ୍ପ ଅନୁଧ୍ୟାନ କରିବୁ। ତା’ସହିତ ସେଠାରେ ମହାନଦୀ ଉପରେ ନିର୍ମାଣାଧୀନ ୭ଟି ବ୍ୟାରେଜ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଆମେ ଚେଷ୍ଟା କରିବୁ ଆମେ ସେହି ସବୁ ନିର୍ମାଣାଧୀନ ବ୍ୟାରେଜଗୁଡ଼ିକୁ ବୁଲି ଦେଖିବାକୁ ଓ ସ୍ଥିତି ଅନୁଧ୍ୟାନ କରିବାକୁ।”

ସେ କହିଥିଲେ,“ସେଠାକୁ ଯିବା ପୂର୍ବରୁ ଆମେ ସେଠାକାର ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛୁ। କାରଣ ଆମେ ସେଠାକୁ ଯାଇ ଏହି ସବୁ ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରି ସେଠାକାର ଇଞ୍ଜିନିୟର ଇନ୍ ଚିଫ୍, ଚିଫ୍ ଇଞ୍ଜିନିୟର ଓ ପ୍ରକଳ୍ପଗୁଡ଼ିକର ପ୍ରମୁଖ ଇଞ୍ଜିନିୟରମାନଙ୍କ ସହିତ ଆଲୋଚନା କରିବୁ। ସେମାନଙ୍କର ପ୍ରକୃତରେ କେତେ ଜଳ ଆବଶ୍ୟକ, କେତେ ପ୍ରକଳ୍ପ କରିବା ପାଇଁ ସେମାନେ ଯୋଜନା ରଖିଛନ୍ତି- ଏସବୁ ଦିଗ ଉପରେ ସେମାନଙ୍କ ସହିତ ଆଲୋଚନା କରାଯିବ। ତେଣୁ ଛତିଶଗଡ଼ ସରକାରଙ୍କ ଅନୁମତି ଓ ସହଯୋଗ ଆବଶ୍ୟକ। କେବଳ ଯାଇ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖି ଆସିଲେ କିଛି ଲାଭ ନାହିଁ।”

ପ୍ରତାପ ଦେବ କହିଥିଲେ,“ଗୋଟିଏ ପର୍ଯ୍ୟାୟରେ ଆମେ କେଲୋ, ଅରପା ଓ ୭ଟି ବ୍ୟାରେଜ୍‌ର ସ୍ଥିତି ଅନୁଧ୍ୟାନ କରିବାକୁ। ତା’ପରେ ଦ୍ୱିତୀୟ ପର୍ଯ୍ୟାୟ ଗସ୍ତ ପାଇଁ ଦିନ ଧାର୍ଯ୍ୟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଆମେ ଛତିଶଗଡ଼ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ପାଇରୀ-ମହାନଦୀ ସଂଯୋଗୀକରଣର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ତାମ୍ବୁର ଡ୍ୟାମ୍‌ର ସଂପ୍ରସାରଣ ସଂପର୍କରେ ଅନୁଧ୍ୟାନ କରିବୁ।”

ବିଜେଡି ଗଠନ କରିଥିବା ୧୨ ଜଣିଆ ଟିମ୍‌ରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ମଙ୍ଗଳା କିଷାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭାପତି  କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଯୁବ ବିଜେଡି ସଭାପତି ସଞ୍ଜୟ ଦାସବର୍ମା, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, କୃଷକ ମୋର୍ଚ୍ଚାର ଆବାହକ ସୁଶାନ୍ତ ସିଂ, ବିଜେଡି ମୁଖପାତ୍ର ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି କମିଟି ସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story