ମାଲେସିଆ ମାଷ୍ଟର୍ସ ଫାଇନାଲରେ ସିନ୍ଧୁ

ପେନଙ୍ଗ(ମାଲେସିଆ): ମାଲେସିଆ ମାଷ୍ଟର୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ। ସେମି ଫାଇନାଲରେ କୋରିଆର ଜି ହ୍ୟୁନ୍ ସଙ୍ଗଙ୍କୁ  ୨୧-୧୯, ୧୨-୨୧, ୨୧-୧୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ। ଏହି ମ୍ୟାଚ୍ ୧ ଘଣ୍ଟା ୯ ମିନିଟ୍ ଧରି ଚାଲିଥିଲା।

ମାଲେସିଆ ମାଷ୍ଟର୍ସର ଫାଇନାଲରେ ପ୍ରବେଶ କରି ଥିବା ସିନ୍ଧୁଙ୍କ ପାଇଁ ପଞ୍ଚମ ଗ୍ରାଁ ପ୍ରି ଟାଇଟଲ୍ ଜିତିବାର ସୁଯୋଗ ରହିଛି। ୨୦୧୩ରେ ସେ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲେ। ତା’ ପରେ ସେ ୨୦୧୩, ୨୦୧୪ ଓ ୨୦୧୫ରେ ଲଗାତାର ଭାବେ ମକାଉ ଓପନ୍ ଜିତିଥିଲେ। ଅର୍ଥାତ୍ ସେ ଏଯାବତ ୪ଟି ଗ୍ରାଁ ପ୍ରି ଟାଇଟଲ୍ ଜିତି ସାରିଛନ୍ତି।