ମୋତିଲାଲ ଲିଙ୍କ୍: ସହଯୋଗୀ ହାପିଙ୍କୁ କ୍ରାଇମବ୍ରାଞ୍ଚର ଜେରା
କଟକ: ନକଲି ବିଜ୍ଞପ୍ତି ମାମଲାରେ ଗିରଫ ଡାକ୍ତର ମୋତିଲାଲ ଗୌଡ଼ଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ସରକାରୀ କର୍ମଚାରୀ ହିମାଂଶୁ କର ଓରଫ ହାପିଙ୍କୁ ଆଜି କ୍ରାଇମବ୍ରାଞ୍ଚ ଜେରା କରୁଛି। ଜଣେ ଡିଏସ୍ପି ପାହ୍ୟାର ଅଧିକାରୀ ହାପିଙ୍କୁ ଜେରା କରୁଛନ୍ତି। ପଚରାଉଚରା ବେଳେ ହାପି ନିଜ ସହ ଆଣିଥିବା କିଛି ବ୍ୟାଙ୍କ କାଗଜପତ୍ର, ତାଙ୍କ ଭାଇ ଓ ପତ୍ନୀଙ୍କ ନାଁରେ ଥିବା ଠିକାଦାରୀ କାମ ସମ୍ପର୍କୀତ କାଗଜପତ୍ର ଦେଖାଇଛନ୍ତି।
କ୍ୟାପିଟାଲ ହସ୍ପିଟାଲରେ ଜଣେ ତୃତୀୟ ଶ୍ରେଣୀ ଭାବେ କାମ କରୁଥିବା ହାପିଙ୍କ ଆକାଉଣ୍ଟରରେ ପ୍ରାୟ ଅଢେଇ କୋଟି ଟଙ୍କା ରହିଛି। ଏହି ଟଙ୍କା ତାଙ୍କ ଆକାଉଣ୍ଟକୁ କେଉଁଠୁ ଆସିଲା ତାହାର ତଦନ୍ତ କ୍ରାଇମବ୍ରାଞ୍ଚ ଚଳାଇଛି।
ମୋତିଲାଲଙ୍କ ସହ ହାପିଙ୍କ ଫଟୋକୁ ନେଇ ଚର୍ଚ୍ଚା ଲାଗି ରହିଛି। ହାପି ରାଜନେତା ଓ ମୋତିଲାଲଙ୍କ ମଧ୍ୟରେ ମଧ୍ୟସ୍ଥି ଥିଲେ ବୋଲି ଅଭିଯୋଗ ହୋଇଛି।
ହାପିଙ୍କୁ ଚିହ୍ନିଥିବା କିଛିଦିନ ତଳେ ମୋତିଲାଲ କହିବା ସହ ତାଙ୍କ ସହ କୌଣସି ଆର୍ଥିକ କାରବାର ହୋଇ ନ ଥିବା କହିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ମୋତିଲାଲଙ୍କ ଏହି ସଫେଇକୁ ସହଜରେ ଗ୍ରହଣ କରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।