ନବରଙ୍ଗପୁର: ଶ୍ୱାସରୁଦ୍ଧ ହୋଇ ୨ କର୍ମଚାରୀ ମୃତ

ନବରଙ୍ଗପୁର: ନବରଙ୍ଗପୁରରେ  ଏକ ଘରେ  ଜେନେରେଟର  ଲଗାଇ ଶୋଇଥିବା  ବେଳେ ଆଜି  ଶ୍ୱାସରୁଦ୍ଧ ହୋଇ ୨ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମାଳତିଗୁଡ଼ାର ଘାଷିରାମ ନାଏକ ଓ ଧନୁର୍ଜୟ ମାଝୀ। ଉଭୟ ସେଣ୍ଟ୍ରାଲ ନର୍ସରୀର ଠିକା କର୍ମଚାରୀ ବୋଲି ଜଣାପଡ଼ିଛି।  ତଦନ୍ତକାରୀ ଅଧିକାରୀ ଦାମୋଦର ବିହାରୀ କହିଛନ୍ତି, “ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ପାଇ  ଆମେ  ଘଟଣାସ୍ଥଳରେ ପହଞ୍ଚିଲାବେଳେ  ଘରଟି ବନ୍ଦ ଥିଲା।  ଘର ଭିତରରୁ କିରୋସିନ ବାସ୍ନା […]

nabarangpur

nabarangpur

Rakesh Mallick
  • Published: Monday, 11 July 2016
  • Updated: 11 July 2016, 05:08 PM IST

Sports

Latest News

ନବରଙ୍ଗପୁର: ନବରଙ୍ଗପୁରରେ  ଏକ ଘରେ  ଜେନେରେଟର  ଲଗାଇ ଶୋଇଥିବା  ବେଳେ ଆଜି  ଶ୍ୱାସରୁଦ୍ଧ ହୋଇ ୨ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମାଳତିଗୁଡ଼ାର ଘାଷିରାମ ନାଏକ ଓ ଧନୁର୍ଜୟ ମାଝୀ। ଉଭୟ ସେଣ୍ଟ୍ରାଲ ନର୍ସରୀର ଠିକା କର୍ମଚାରୀ ବୋଲି ଜଣାପଡ଼ିଛି।

 ତଦନ୍ତକାରୀ ଅଧିକାରୀ ଦାମୋଦର ବିହାରୀ କହିଛନ୍ତି, “ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ପାଇ  ଆମେ  ଘଟଣାସ୍ଥଳରେ ପହଞ୍ଚିଲାବେଳେ  ଘରଟି ବନ୍ଦ ଥିଲା।  ଘର ଭିତରରୁ କିରୋସିନ ବାସ୍ନା ଆସୁଥିଲା। ଜେନେରେଟରଟି ତେଲ ସରିବା  ପରେ ବନ୍ଦ ହୋଇଯାଇଛି। ଆମେ ଦୁଇ ଜଣଙ୍କ ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଇବୁ। ରିପୋର୍ଟ ଆସିଲେ  ଘଟଣାର ତଦନ୍ତ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos