ଓୟୁଏଟିର ଅଫିସିଆଲ୍ ୱେବସାଇଟ୍ ହ୍ୟାକ୍

hakଭୁବନେଶ୍ୱର: ଓୟୁଏଟିର ଅଫିସିଆଲ ୱେବସାଇଟକୁ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଛି। କେହି ଦୁର୍ବୃତ୍ତ ନିଜକୁ ଡନ୍ ବୋଲି କହି ୱେବସାଇଟ୍ ହ୍ୟାକ୍ କରିଥିବା ଜଣାପଡ଼ିଛି। ୱେବସାଇଟରେ ଅଶ୍ଲୀଳ ଭାଷାରେ ଲେଖାଯାଇଛି। ୱେବସାଇଟ୍ ହ୍ୟାକ୍ ହୋଇଥିବା ଏବଂ ଏଥିରେ ଅଶ୍ଳୀଳ ଭାଷା ଉଲ୍ଲେଖ ହୋଇଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଭିସିଙ୍କ ନଜରକୁ ଆଣିଥିଲେ। ଘଟଣା ସଂପର୍କରେ ଜାଣିବା ପରେ ଭିସିଙ୍କ ନିର୍ଦ୍ଦେଶରେ ଏହି ୱେବସାଇଟର ସର୍ଭରକୁ ବନ୍ଦ କରି ଦିଆଯାଇଛି।

ଭିସି କହିଛନ୍ତି ଯେ ସେ ଏ ସଂପର୍କରେ ଜାଣି ନ ଥିଲେ। ଘଟଣାର ତଦନ୍ତ କରିବା ପାଇଁ ସେ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିବେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟର ୱେବସାଇଟକୁ ହ୍ୟାକ୍ ହୋଇଥିଲା। ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟ ନିଜ ଉଦ୍ୟମରେ ସୂଚନାର ପ୍ରଦାନ ପାଇଁ କରିଥିବା ଏକ ୱେବସାଇଟଟି ହ୍ୟାକ୍ ହୋଇଥିଲା। ଏଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନଥିବା ନେଇ ପରିବହନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା।  ଏହି ୱେବସାଇଟକୁ ଆବାସ ଆବ୍ରାହମ୍ ନାମକ ଜଣେ ବ୍ୟକ୍ତି ହ୍ୟାକ୍ କରିଥିବା ଜଣାପଡ଼ିଥିଲା। ଏଥିରେ ପାକ୍ ସାଇବରକ୍ରିଉ ନାମକ ଏକ ଅଜଣା ସଂଗଠନର ବ୍ୟାନର ପ୍ରଦର୍ଶିତ ହେଉଥିଲା। ସେହିପରି ପାକିସ୍ତାନ ଜିନ୍ଦାବାଦ ବୋଲି ଲେଖାଯିବା ସହ ଅନେକ ଗୁଡ଼ିଏ ଆପତ୍ତିଜନକ ତଥ୍ୟ ଏହି ହ୍ୟାକ୍ ପେଜରେ ଦେଖିବାକୁ ମିଳିଥିଲା। ହ୍ୟାକ୍ ହୋଇଥିବା ୱେବସାଇଟକୁ ଆରଟିଓ କର୍ତ୍ତୃପକ୍ଷ ଲକ୍ କରି ଦେବା ସହ ଥାନାରେ ଏକ ଏତଲା ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ

ରିୟାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲା ବିହାର ପୁଲିସ

ରକ୍ଷା ବନ୍ଧନରେ ଭଉଣୀକୁ ଏମିତି ପାଉଣା ଦେଲା ଭାଇ…

ଶିକ୍ଷାନୀତି ୨୦୨୦କୁ ନେଇ କଂଗ୍ରେସ ଜାହିର କଲା ଅସନ୍ତୋଷ

‘କାରଗିଲ୍ ବିଜୟ ଦିବସ’ରେ ଦେଶବାସୀ ଶୁଣିଲେ ଅଟଳ ଜୀଙ୍କ ବାର୍ତ୍ତା

ୟୁଜି, ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାର ପଛଘୁଞ୍ଚା କାହିଁକି?

ଜୋର୍ ଧରିଲାଣି ‘ଜଷ୍ଟିସ୍ ଫର୍ ଆଦିତ୍ୟ’ ଅଭିଯାନ

ଗେହଲଟଙ୍କ ବିନା ଅନୁମତିରେ ରାଜସ୍ଥାନରେ ପଶି ପାରିବନି ସିବିଆଇ!

‘ଏମଏଚଆରଡି’ ପକ୍ଷରୁ ଅନଲାଇନ୍ କ୍ଲାସ୍ ପାଇଁ ନୂଆ ଗାଇଡଲାଇନ୍ ଜାରି

ଏହି ୫ ଜିଲ୍ଲା ହେଉଛି ମହାମାରୀ ଭୂତାଣୁର ଗଡ଼

କେନ୍ଦ୍ରାପଡ଼ାରେ କାହିଁକି ବିବାହ ହୋଇଥିଲା?

ଦିନକ ପରେ ମୁହଁ ଖୋଲିଲେ ଓଏଏସ ବିଭୁ

‘ମହାମାରୀ କୁପରିଚାଳନା ମୋଦୀ ସରକାରଙ୍କ ବିଫଳତାର ରେକର୍ଡ’