ଏ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା ହେବନି

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା ହେବନାହିଁ। ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ପାଇଁ ହାତରେ କମ୍ ସମୟ ଥିବାରୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ପୂର୍ବ ବର୍ଷଗୁଡ଼ିକ ଭଳି କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହେବ। ବୈଠକ ପରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ,“ସବୁ ଦିଗକୁ ବିଚାର କରି […]

devimishra

devimishra

Rakesh Mallick
  • Published: Thursday, 06 October 2016
  • Updated: 06 October 2016, 10:22 PM IST

Sports

Latest News

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା ହେବନାହିଁ। ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ପାଇଁ ହାତରେ କମ୍ ସମୟ ଥିବାରୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ପୂର୍ବ ବର୍ଷଗୁଡ଼ିକ ଭଳି କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହେବ।

ବୈଠକ ପରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ,“ସବୁ ଦିଗକୁ ବିଚାର କରି ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଗଲା। ପିଲାଙ୍କ ହାତରେ ଆଉ ଅଧିକ ସମୟ ନଥିବାରୁ ବି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତାବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା କରିବା ପାଇଁ ବ୍ୟାପକ ଭାବେ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ଏନେଇ ନିୟମ ପ୍ରସ୍ତୁତ କରାଯିବ।”

ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ଦୁଇ ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା କରିବା ସପକ୍ଷରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେଇଥିଲା। ଏପରିକି ଓଏମ୍‌ଆର୍ ଢାଞ୍ଚାରେ ପରୀକ୍ଷା କରିବାକୁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରି ସାରିଥିଲା।

ଆଜିର ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos