ଯବାନଙ୍କ ସହ ଦୀପାବଳୀ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଯବାନଙ୍କ ସହ ଦୀପାବଳୀ ପାଳନ କରିଛନ୍ତି। ସେ ହିମାଚଳ ପ୍ରଦେଶର କିନ୍ନୌରଠାରେ ଆଇଟିବିପି, ଭାରତୀୟ ସେନା ଓ ଡୋଗ୍ରା ସ୍କାଉଟ୍‌ର ଯବାନଙ୍କୁ ଭେଟିଛନ୍ତି।

ସେହିପରି ଆଜି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇଥିଲେ। ଏଥିରେ ସେ ଭାରତୀୟ ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ସେ କହିଥିଲେ,“ଗତ କିଛି ମାସ ହେଲା ଯବାନମାନେ ନିଜ ଜୀବନ ଦେଇ ଆମର ସୁରକ୍ଷା କରୁଛନ୍ତି। ସେଥିପାଇଁ ଆମେ ଚଳିତ ଦୀପାବଳୀକୁ ସେମାନଙ୍କ ପାଇଁ ମନାଇବା ଦରକାର।”

ପ୍ରଧାନମନ୍ତ୍ରୀ କହିଥିଲେ,“ସାରା ଦେଶରୁ ଯବାନଙ୍କ ପାଇଁ ଦୀପାବଳୀ ଶୁଭେଚ୍ଛା ଆସୁଛି। ଅଶିକ୍ଷା, କୁସଂସ୍କାର ଓ ଅନ୍ଧକାରରୁ ମୁକ୍ତି ହିଁ ଦୀପାବଳୀ।”

ଦୀପାବଳୀରେ ସତର୍କ ରହି ବାଣ ଫୁଟାଇବାକୁ ମୋଦି ଦେଶବାସୀଙ୍କୁ ଉପଦେଶ ଦେଇଛନ୍ତି।

ସେ ଆହୁରି କହିଥିଲେ,“ମିଶନ ଇନ୍ଦ୍ରଧନୁଷ ଜରିଆରେ ସାରା ଦେଶରେ ଟୀକାକରଣ ଚାଲୁ ରହିଛି। ତଥାପି ଶିଶୁଙ୍କ ମୃତ୍ୟୁ ହେଉଛି।”

ଆହୁରି ପଢ଼ନ୍ତୁ

ଅଙ୍କିତାଙ୍କ ୪.୫ କୋଟିର ଫ୍ଲାଟ ପାଇଁ ଇଏମଆଇ ଦେଉଥିଲେ ସୁଶାନ୍ତ ସିଂହ ରାଜପୁତ!

ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା: କରୋନା ଯୋଦ୍ଧାଙ୍କ ପାଖରେ ଦେଶ ସର୍ବଦା ଋଣି

ଚାଇନା ଉପରେ ରହିବ ନଜର, ନୌସେନା କିଣିବ ୧୦ ଡ୍ରୋନ

ଫଡନାଭିସଙ୍କୁ ବିଜେପିର ବିହାର ଦାୟିତ୍ୱ

ଉଦ୍ଧାର କାର୍ଯ୍ୟରେ ସାମିଲ ୨୨ ଅଧିକାରୀଙ୍କୁ କରୋନା, କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ

କରୋନାରେ ଆକ୍ରାନ୍ତ କଣ୍ଠଶିଳ୍ପୀ ବାଲାସୁବ୍ରମଣିୟମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଆଇସିୟୁରେ ଭର୍ତ୍ତି

କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲେ ଅମିତ ଶାହ

କମଳା ହାରିସଙ୍କୁ ଅମୂଲର ନିଆରା ଶୁଭେଚ୍ଛା

ଆସ୍ଥା ଭୋଟ୍‌ ଜିତିଲେ ଗେହଲଟ ସରକାର, ବିଜେପିକୁ ଜବାବ ଦେଲେ ପାଇଲଟ୍‌

ସୁଶାନ୍ତଙ୍କ ମୃତ୍ୟୁ ମାମଲା: ଆଉ କିଛି ଲୋକଙ୍କ ବୟାନ ରେକର୍ଡ କଲା ସିବିଆଇ

୬ ବର୍ଷର ଶିଶୁକନ୍ୟାକୁ ଅପହରଣ ପରେ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭଲ ଖବର: ଭାରତର କରୋନା ଟିକା ଫେଜ-୧ ପରୀକ୍ଷାରେ ସଫଳ