ରାତିରେ ଭାଉଜ ପାଖକୁ ଯାଉଥିଲା ଦିଅର, ଧରାପଡ଼ିଲା ଚୋରା ପୀରତି

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଭାଉଜ ସହିତ ଦିଅରର ଚୋରା ପୀରତି। ଭାଇ ନଥିବାର ସୁଯୋଗ ନେଇ ରାତି ଅଧରେ ଭାଉଜଙ୍କ ରୁମ୍‌କୁ ଯାଉଥିଲା ଦିଅର। ଆଉ ଭଉଜଙ୍କ ସହିତ ରଖୁଥିଲା ଅନୈତିକ ପ୍ରେମ ସମ୍ପର୍କ। ଶୁକ୍ରବାର ରାତିରେ ପ୍ରେମ ସମ୍ପର୍କ ରଖିବାକୁ ଯାଇ ପରିବାର ଲୋକଙ୍କ ହାତରେ ଧରାପଡ଼ିଛି। ଏବେ ପୁଲିସ କବ୍‌ଜାରେ ଦିଅର ଓ ଭାଉଜ। ଶୁକ୍ରବାର ରାତି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

କରଞ୍ଜିଆ ଥାନା ଅଞ୍ଚଳର ପବିତ୍ର (ଛଦ୍ମନାମ) ୬ ମାସ ତଳେ ବିବାହ କରିଥିଲେ। ବିବାହ ପରେ ନବ ପତ୍ନୀଙ୍କ ସହିତ ରୋମାନ୍ସ କରିବା ପରିବର୍ତ୍ତେ ଭାଉଜ ପ୍ରେମରେ ପଡ଼ିଥିଲେ। ସମ୍ପର୍କୀୟ ଭାଇ ଘରେ ନଥିବାର ସୁଯୋଗ ନେଇ ବିଳମ୍ୱିତ ରାତିରେ ଭାଉଜଙ୍କ ପାଖକୁ ଯାଉଥିଲା ପବିତ୍ର। ଭୋରୁ ଭୋରୁ ଘରକୁ ଫେରି ଆସିଥିଲା।

ଶୁକ୍ରବାର କିନ୍ତୁ ପବିତ୍ର ପାଇଁ ବେଳା ଭଲ ନଥିଲା। ରାତିରେ ଭାଉଜଙ୍କ ସହିତ ଚୋର ପୀରତି ରଖିବା ପାଇଁ ଯାଇଥିଲା। ଭୋରୁ ପ୍ରାୟ ୫ଟା ବେଳେ ପରିବାର ଲୋକ ଉଠି ପଡ଼ିଥିଲେ। ଆଉ ବୋହୂ ଘରୁ ଶବ୍ଦ ଶୁଣି ପରିବାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଏହା ପରେ ପୂରା ପରିବାର ଏକାଠି ହୋଇ ବୋହୂର କବାଟ ବାଡ଼େଇ ଥିଲେ। ବୋହୂ କବାଟ ଖୋଲିବା ପରେ ପବିତ୍ରକୁ ପାଇଥିଲେ ପରିବାର ଲୋକ।

ପରିବାର ଲୋକେ ସଙ୍ଗେ ସଙ୍ଗେ ପବିତ୍ରକୁ କାବୁ କରି ଘର ସମ୍ମୁଖ ଖୁଣ୍ଟରେ ବାନ୍ଧି ପକାଇଥିଲେ। ତା’ପରେ ନିସ୍ତୁକ ପିଟିଥିଲେ। ସାହି-ଭାଇ ମଧ୍ୟ ପିଟିଥିଲେ। ଆଜି ସକାଳେ କରଞ୍ଜିଆ ଥାନା ପୁଲିସ ଖବର ପାଇ ଗାଁରେ ପହଞ୍ଚିଥିଲେ। ପବିତ୍ର ଓ ଚୋରା ପୀରତି ରଖିଥିବା ତାଙ୍କ ଭାଉଜଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଆଜି ସନ୍ଧ୍ୟାରେ ଉଭୟଙ୍କର ଡାକ୍ତରୀ ମାଇନା ହୋଇଥିବା ଜଣାପଡ଼ିଛି।

ଚୋରା ପୀରତି ରଖିଥିବା ଭଉଜ ହେଉଛନ୍ତି ଗୋଟିଏ ଛୁଆର ମାଆ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।