ସରକାର କୃତ୍ରିମ ବିଦ୍ୟୁତ୍ ସଂକଟ ସୃଷ୍ଟି କରିଛନ୍ତି: ବିରୋଧୀ

ଭୁବନେଶ୍ୱର: ପାର୍ବଣକୁ ଦେଖି ଏବେ ସାମୟିକ ଭାବେ ରାତିରେ ବିଜୁଳି କାଟ୍ ବନ୍ଦ ହୋଇଛି। ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ପିକ୍ ଆୱାରରେ ନିଅଣ୍ଟ ପଡୁଥିବା ପ୍ରାୟ ୫୦୦ ମେଗାୱାଟ୍ ବିଜୁଳି  କେଉଁଠୁ ଆସିଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। କିଛି ଘରୋଇ କମ୍ପାନୀକୁ ଫାଇଦା ଦେବା ପାଇଁ ସରକାର କୃତିମ ସଙ୍କଟ ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ। ସରକାରଙ୍କ ଘୋଷଣା ମୁତାବକ ୧୧ ତାରିଖ ରାତିରୁ ବିଜୁଳି କାଟ ବନ୍ଦ ହୋଇଛି।  […]

niranjan and bijoy

niranjan and bijoy

Rakesh Mallick
  • Published: Monday, 12 October 2015
  • Updated: 12 October 2015, 03:23 PM IST

Sports

Latest News

niranjan and bijoyଭୁବନେଶ୍ୱର: ପାର୍ବଣକୁ ଦେଖି ଏବେ ସାମୟିକ ଭାବେ ରାତିରେ ବିଜୁଳି କାଟ୍ ବନ୍ଦ ହୋଇଛି। ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ପିକ୍ ଆୱାରରେ ନିଅଣ୍ଟ ପଡୁଥିବା ପ୍ରାୟ ୫୦୦ ମେଗାୱାଟ୍ ବିଜୁଳି  କେଉଁଠୁ ଆସିଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। କିଛି ଘରୋଇ କମ୍ପାନୀକୁ ଫାଇଦା ଦେବା ପାଇଁ ସରକାର କୃତିମ ସଙ୍କଟ ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ।

ସରକାରଙ୍କ ଘୋଷଣା ମୁତାବକ ୧୧ ତାରିଖ ରାତିରୁ ବିଜୁଳି କାଟ ବନ୍ଦ ହୋଇଛି।  ତେବେ ପ୍ରଶ୍ନ ଉଠୁଛି ପିକ୍ ଆୱାରରେ ନିଅଣ୍ଟ ପଡୁଥିବା ୪୫୦ରୁ ୫୦୦  ମେଗାୱାଟ ବିଦ୍ୟୁତ୍ ହଠାତ ଆସିଲା କେଉଁଠୁ। ଶକ୍ତି ମନ୍ତ୍ରୀଙ୍କ ସୂଚନା ଅନୁସାରେ ଚାଷ ପାଇଁ ସଂରକ୍ଷିତ ରଖାଯାଇଥିବା ଜଳଭଣ୍ଡାର ପାଣିକୁ ବ୍ୟବହାର କରି କାଲିଠାରୁ ୧୫୦ରୁ ୨ଶହ ମେଗାୱାଟ ଅଧିକ ବିଜୁଳି ଉତ୍ପାଦନ କରାଯାଉଛି। ଧାର ସୂତ୍ରରେ ଦିଲ୍ଲୀରୁ ଆସୁଥିବା ୫୦ ମେଗାୱାଟକୁ ବଢାଇ ୧୦୦ ମେଗାୱାଟ କରାଯାଇଛି। ହିମାଚଳ ପ୍ରଦେଶରୁ ବି ଧାରସୁତ୍ରରେ ବିଜୁଳି ଅଣାଯାଉଛି। ବିଜୁଳି ଉତ୍ପାଦନ କରୁଥିବା ଘରୋଇ ପାୱାର ପ୍ଲାଣ୍ଟ ବା  ଆଇପିପିରୁ ଅବଶିଷ୍ଟ ବିଜୁଳି ଆଣି ସଂଧ୍ୟାର ଆବଶ୍ୟକତା ମେଣ୍ଟା ଯାଉଥିବା ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି।

ତେବେ ଶକ୍ତିମନ୍ତ୍ରୀଙ୍କ ମନ୍ତବ୍ୟକୁ ଗ୍ରହଣ କରିବା ମୁଡରେ ନାହାନ୍ତି ବିରୋଧୀ। ବିରୋଧୀଙ୍କ  ଯୁକ୍ତି ଯଦି ସରକାରଙ୍କ ପାଖରେ ଏପରି ଉପାୟ ଥିଲା ତେବେ ତିନିମାସ ଧରି ବିଜୁଳିକାଟ ହେଉଥିଲା କାହିଁକି। ବିଜେପି ଅଭିଯୋଗ କରିଛି କିଛି କମ୍ପାନୀଙ୍କୁ ଫାଇଦା ଦେଇ ସରକାର କୃତ୍ରିମ ବିଜୁଳି ସଙ୍କଟ ସୃଷ୍ଟି କରିଛନ୍ତି। ବିଜେପି ରାଜନୈତିକ ବ୍ୟାପାର କମିଟି ବିଜୟ ମହାପାତ୍ର କହିଛନ୍ତି,  ଦୁଇ ତିନୋଟି କଂପାନୀକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଜାଣିଶୁଣି ବିଦ୍ୟୁତ୍ ସଂକଟ ଅବସ୍ଥା ସୃଷ୍ଟି କରି ଥିଲେ। ଯଦି ବିଦ୍ୟୁତ୍ ଆଣିବାର ଏତେ ଉପାୟ ଥିଲା, ତା’ହେଲେ ବିଦ୍ୟୁତ୍ କାଟ କରୁଥିଲେ କାହିଁକି। ଆଜି ଯଦି ବିଦ୍ୟୁତ୍ ମିଳିଗଲା, କାଲି କେମିତି ନଥିଲା। ତେଣୁ ଏସବୁ ଭେଳିକି। ଜାଣିଶୁଣି କି ସରକାର ବିଦ୍ୟୁତ୍ ସଂକଟ ସୃଷ୍ଟି କରିଥିଲେ।

ବରିଷ୍ଠ କଂଗ୍ରେସ ନେତା  ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଏଗ୍ରିଗେଟ୍ ଟେକନିକାଲ୍ ଆଣ୍ଡ୍ କମର୍ସିଆଲ୍ କ୍ଷତିକୁ ପରିଚାଳନା କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। କୌଣସି ରାଜ୍ୟରେ ୪୬ ପ୍ରତିଶତ କ୍ଷତି ହୁଏ ନାହିଁ।  ସରକାର ଯଦି ଏହି କ୍ଷତିକୁ ୨୦ ପ୍ରତିଶତରେ ସୀମିତ ରଖି ଥାଆନ୍ତେ, ତା’ହାଲେ ଏମିତି ସୃଷ୍ଟି ହୋଇ ନଥାଆନ୍ତା। କିନ୍ତୁ ସରକାର ସେମିତି କରିପାରି ନାହାନ୍ତି। ଏହା ସରକାରଙ୍କ ଅପରାଗତାକୁ ପଦାରେ ପକାଇ ଦେଇଛି। ଆନ୍ତରିକତାର ଅଭାବ ତଥା ଦୃଢ଼ ମନୋବଳ ନଥିବାରୁ ଆଜି ରାଜ୍ୟରେ ବିଦ୍ୟୁତ୍ ସଂକଟ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଅକ୍ଟୋବର ୯ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ଅକ୍ଟୋବର ୧୧ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସନ୍ଧ୍ୟାରେ ବିଦ୍ୟୁତ୍ କାଟ ହେବ ନାହିଁ। ତେବେ ଦିନ ବେଳେ ପୂର୍ବବତ ବିଦ୍ୟୁତ୍ କାଟ ଜାରି ରହିବ। ସହରାଞ୍ଚଳରେ ଘଣ୍ଟାଏ ଓ ଗ୍ରାମାଞ୍ଚଳରେ ଦୁଇ ଘଣ୍ଟା ଲେଖାଏଁ ଦିନ ବେଳେ ବିଦ୍ୟୁତ୍ କାଟ ହେବ। ବିଦ୍ୟୁତ୍ କାଟ ନେଇ ପରବର୍ତ୍ତୀ ନିଷ୍ପତ୍ତି ନଭେମ୍ବର ୫ ରୁ ୧୦ ମଧ୍ୟରେ ନିଆଯିବ ବୋଲି ଶକ୍ତି ମନ୍ତ୍ରୀ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story