ରାଏବରେଲି ଆସନ ପାଇଁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧି, କହିଲେ ଭୁଲ ନାହିଁ ୨୦୦୪ ନିର୍ବାଚନ ଫଳାଫଳ

ରାଏବରେଲି: ଉତ୍ତର ପ୍ରଦେଶର ରାଏବରେଲି ଆସନ ପାଇଁ ନାମାଙ୍କନ ଭରିଛନ୍ତି ସୋନିଆ ଗାନ୍ଧି । ନାମାଙ୍କନ ଭରିବା ପରେ ବିଜେପି ଉଦ୍ଦେଶ୍ୟରେ ୨୦୦୪ ନିର୍ବାଚନର ଫଳାଫଳକୁ ମନେପକାଇବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ୟପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି। ସୂଚନାଯୋଗ୍ୟ ୨୦୦୪ ସାଧାରଣ ନିର୍ବାଚନ ବେଳେ ଅଟଳ ବିହାରୀ ବାଜପେୟଙ୍କ ସରକାର ଥିଲା। ସାଇନିଂ ଇଣ୍ଡିଆର ନାରା ଦେଇ ପ୍ରଚାର କରୁଥିଲା ବିଜେପି, ହେଲେ ଫଳାଫଳ ବିଜେପି ବିରୋଧରେ ଯାଇଥିଲା। ଏବଂ ପୁଣି କ୍ଷମତାକୁ ଫେରିଥିଲା କଂଗ୍ରେସ। ନାମାଙ୍କନ ଭରିବା […]

sonia nomination

sonia nomination

Subhransu Sekhar
  • Published: Thursday, 11 April 2019
  • Updated: 11 April 2019, 02:54 PM IST

Sports

Latest News

ରାଏବରେଲି: ଉତ୍ତର ପ୍ରଦେଶର ରାଏବରେଲି ଆସନ ପାଇଁ ନାମାଙ୍କନ ଭରିଛନ୍ତି ସୋନିଆ ଗାନ୍ଧି । ନାମାଙ୍କନ ଭରିବା ପରେ ବିଜେପି ଉଦ୍ଦେଶ୍ୟରେ ୨୦୦୪ ନିର୍ବାଚନର ଫଳାଫଳକୁ ମନେପକାଇବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ୟପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି। ସୂଚନାଯୋଗ୍ୟ ୨୦୦୪ ସାଧାରଣ ନିର୍ବାଚନ ବେଳେ ଅଟଳ ବିହାରୀ ବାଜପେୟଙ୍କ ସରକାର ଥିଲା। ସାଇନିଂ ଇଣ୍ଡିଆର ନାରା ଦେଇ ପ୍ରଚାର କରୁଥିଲା ବିଜେପି, ହେଲେ ଫଳାଫଳ ବିଜେପି ବିରୋଧରେ ଯାଇଥିଲା। ଏବଂ ପୁଣି କ୍ଷମତାକୁ ଫେରିଥିଲା କଂଗ୍ରେସ।

ନାମାଙ୍କନ ଭରିବା ପୂର୍ବରୁ ପୂଜାର୍ଚ୍ଚନା କରିଥିଲେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି। ନାମାଙ୍କନ ଦାଖଲ ସମୟରେ ପୁଅ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ।

ଚଳିତଥର ସୋନିଆ ଗାନ୍ଧିଙ୍କ ବିପକ୍ଷରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କଂଗ୍ରେସ ନେତା ଦିନେଶ ପ୍ରତାପ ସିଂହ। ଉତ୍ତର ପ୍ରଦେଶରେ ଏସପି-ବିଏସପି-ଆରଏଲଡ଼ି ମହାମେଣ୍ଚ ହୋଇଛି । କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ୁଥିବାବେଳେ ରାହୁଲ ଏବଂ ସୋନିଆଙ୍କ ଆସନରେ ମହାମେଣ୍ଟ ପ୍ରାର୍ଥୀ ଦେଇ ନାହିଁ। ମେ ୬ରେ ହେବାକୁ ଥିବା ପଞ୍ଚମ ପର୍ଯାୟ ନିର୍ବାଚନରେ ରାଏବରେଲି ଆସନ ପାଇଁ ମତଦାନ ହେବ।

୨୦୦୪, ୨୦୦୬ ଉପନିର୍ବାଚନ ସହିତ ସୋନିଆ ଗାନ୍ଧି ଏହି ଆସନରୁ ଲଗାତର ୫ଥର ନିର୍ବାଚିତ ହୋଇଆସୁଛନ୍ତି। ଏଠାରେ ୧୯୫୭ରୁ ଏଯାଏଁ ୧୯ଥର କଂଗ୍ରେସ ଜିତି ଆସୁଛି। ତେବେ ୧୯୭୭, ୧୯୯୬ ଏବଂ ୧୯୯୮ରେ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ପରାସ୍ତ ହୋଇଥିଲେ। ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି ହେବା ପରେ ୧୯୭୭ରେ ଭାରତୀୟ ଲୋକ ଦଳ ନେତା ରାଜ ନାରାୟଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ପରାସ୍ତ କରିଥିଲେ। ଏହାପରେ ୧୯୯୬ ଏବଂ ୧୯୯୮ରେ ବିଜେପିର ଅଶୋକ କୁମାର ସିଂହ ଏହି ଆସନରୁ ବିଜୟ ହୋଇଥିଲେ। ଫିରୋଜ ଗାନ୍ଧି, ସଞ୍ଜୟ ଗାନ୍ଧି, ଅପୁଣ ନେହେରୁ, ଶୀଲା କୌଳା ଏବଂ ସତୀଶ ଶର୍ମା ଏହି ଆସନରୁ ନିର୍ବାଚନ ଲଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos