ସୋରରେ ମୃତଦେହକୁ ବସ୍ତାରେ ନେବା ଘଟଣା: ଜିଆରପି ଥାନାର ଏଏସଆଇ ନିଲମ୍ବିତ

ସୋର: ବାଲେଶ୍ୱର ଜିଲ୍ଲା ସୋରରେ ଜଣେ ବୃଦ୍ଧଙ୍କ ମୃତଦେହକୁ ବସ୍ତାରେ ପୁରାଇ ନେବା ଘଟଣାରେ ଜିଆରପି ଥାନାର ଏଏସଆଇ ପ୍ରତାପ ରୁଦ୍ର ମିଶ୍ରଙ୍କୁ ଆଜି  ଜିଆରପି ଏସପି ନିଲମ୍ବିତ କରିଛନ୍ତି। କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗତକାଲି ସ୍ଥାନୀୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ଜିଆରପି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସୋରରେ  ଜଣେ ବୃଦ୍ଧାଙ୍କ ମୃତଦେହକୁ ବସ୍ତାରେ ପୁରାଇ ନେବା ଘଟଣାରେ ଜିଆରପି ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ତଥ୍ୟ ଦେବା ସହ ତ୍ରୁଟି ସ୍ୱୀକାର କରିଥିବା ଗତକାଲି ଜିଲ୍ଲାପାଳ […]

sora

sora

Rakesh Mallick
  • Published: Saturday, 27 August 2016
  • Updated: 27 August 2016, 09:44 PM IST

soraସୋର: ବାଲେଶ୍ୱର ଜିଲ୍ଲା ସୋରରେ ଜଣେ ବୃଦ୍ଧଙ୍କ ମୃତଦେହକୁ ବସ୍ତାରେ ପୁରାଇ ନେବା ଘଟଣାରେ ଜିଆରପି ଥାନାର ଏଏସଆଇ ପ୍ରତାପ ରୁଦ୍ର ମିଶ୍ରଙ୍କୁ ଆଜି  ଜିଆରପି ଏସପି ନିଲମ୍ବିତ କରିଛନ୍ତି। କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗତକାଲି ସ୍ଥାନୀୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ଜିଆରପି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ସୋରରେ  ଜଣେ ବୃଦ୍ଧାଙ୍କ ମୃତଦେହକୁ ବସ୍ତାରେ ପୁରାଇ ନେବା ଘଟଣାରେ ଜିଆରପି ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ତଥ୍ୟ ଦେବା ସହ ତ୍ରୁଟି ସ୍ୱୀକାର କରିଥିବା ଗତକାଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ଗତ ୨୪ ତାରିଖରେ  ସୋର-ବାହାନଗା ରେଳଷ୍ଟେସନ ମଧ୍ୟରେ  ଜଣେ ବୃଦ୍ଧାଙ୍କ ଟ୍ରେନରେ ମୃତ୍ୟୁ ହୋଇଥିଲା। ଏହାପରେ ଜିଆରପି କର୍ମଚାରୀଙ୍କ ଉପସ୍ଥିତିରେ  ମୃତଦେହକୁ ଉଦ୍ଧାର କରି ଅତି ଅମାନବୀୟ ଭାବେ ବସ୍ତାରେ ଭର୍ତ୍ତି କରି ଦୁଇ ଜଣ ବ୍ୟକ୍ତି ବାହୁଙ୍ଗିରେ  ବାଲେଶ୍ୱରଙ୍କୁ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos