ଭାରତ ରଚିଲା ଇତିହାସ: ପ୍ରଥମ ଥର ଦକ୍ଷିଣ ଆଫ୍ରିକା ମାଟିରେ ଉଡ଼ାଇଲା ବିଜୟର ଧ୍ୱଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇତିହାସ ରଚିଲା ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାର ପୋର୍ଟ ଏଲିଜାବେଥ୍‌ରେ ଖେଳାଯାଇଥିବା ପଞ୍ଚମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୩ ରନରେ ହରାଇଲା ଭାରତ। ଏଥିସହିତ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଦିନିକିଆ ସିରିଜ ଜିତିଛି ଟିମ୍ ଇଣ୍ଡିଆ। ୬ଟିକିଆ ସିରିଜରେ ଭାରତ ୪-୧ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଶତକ ହାସଲ କରିଥିବା ରୋହିତ୍ ଶର୍ମା ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗତକାଲି ଖେଳାଯାଇଥିବା ପଞ୍ଚମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଟସ୍ […]

virat-kohli-afp_806x605_71518547598

virat-kohli-afp_806x605_71518547598

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 09:15 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇତିହାସ ରଚିଲା ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାର ପୋର୍ଟ ଏଲିଜାବେଥ୍‌ରେ ଖେଳାଯାଇଥିବା ପଞ୍ଚମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୩ ରନରେ ହରାଇଲା ଭାରତ। ଏଥିସହିତ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଦିନିକିଆ ସିରିଜ ଜିତିଛି ଟିମ୍ ଇଣ୍ଡିଆ। ୬ଟିକିଆ ସିରିଜରେ ଭାରତ ୪-୧ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଶତକ ହାସଲ କରିଥିବା ରୋହିତ୍ ଶର୍ମା ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗତକାଲି ଖେଳାଯାଇଥିବା ପଞ୍ଚମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।  ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ନିର୍ଧାରିତ ଓଭରରେ ୭ଓ୍ୱିକେଟ୍ ହରାଇ ୨୭୪ ରନ୍ କରିଥିଲା।  ୨୭୫ ରନର ଟାର୍ଗେଟକୁ ପିଛା କରି ଦକ୍ଷିଣ ଆଫ୍ରିକା ୪୨.୨ ଓଭରରେ ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ହାସିମ୍ ଆମ୍ଲା ସର୍ବାଧିକ ୭୧ରନ୍ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ନିୟମିତ ବ୍ୟବଧାନରେ ଓ୍ୱିକେଟ୍ ପତନ ଯୋଗୁଁ ମାତ୍ର ୨୦୧ ରନରେ  ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍ ହୋଇଯାଇଥିଲା। ଭରତ ପକ୍ଷରୁ କୁଲଦୀପ ଯାଦବ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଚାହାଲ୍ ଏବଂ ପାଣ୍ଡିଆ ଦୁଇଟି ଲେଖାଁଏ ଓ୍ୱିକେଟ୍ ନେଇଥିଲେ ଓ ବୁମ୍ରାଙ୍କୁ ମିଲିଥିଲା ଗୋଟିଏ ଓ୍ୱିକେଟ୍।  ଏହି ସିରିଜରେ ଶେଷ ମ୍ୟାଚ୍ ଆସନ୍ତା ଶୁକ୍ରବାର ସେଞ୍ଚୁରିଆନରେ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos