ବିଶ୍ୱକପରେ ଟିମ୍ ଇଣ୍ଡିଆର ଉପଲବ୍ଧି

ନୂଆଦିଲ୍ଲୀ: ବୁଧବାର ଓଲ୍ଡ ଟ୍ରାଫର୍ଡରେ ଅନୁଷ୍ଠିତ ବିଶ୍ୱକପ୍ ସେମିଫାଇନାଲ୍ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ କ୍ରମାଗତ ଦ୍ୱିତୀୟଥର ଫାଇନାଲରେ ପହଞ୍ଚିଥିଲା। ବର୍ଷା ଯୋଗୁ ମ୍ୟାଚ୍ ଦୁଇଦିନ ଧରି ଖେଳାଯାଇଥିଲା। ୨୪୦ ରନର ଟାର୍ଗେଟର ପିଛା କରୁଥିବା ଟିମ୍ ଇଣ୍ଡିଆ ମାତ୍ର ୨୨୧ ରନରେ ଅଲଆଉଟ୍ ହୋଇଥିଲା। ଭାରତ ହୁଏତ ସେମିଫାଇନାଲରେ ହାରି ବିଶ୍ୱକପରେ ବିଦାୟ ନେଇଛି, କିନ୍ତୁ ପୂରା ବିଶ୍ୱକପରେ ଭାରତର ପ୍ରଦର୍ଶନ ଭଲ ରହିଥିଲା। ବିଶେଷକରି ରୋହିତ୍ ଶର୍ମାଙ୍କ ୫ ଶତକ ମୁଖ୍ୟ ଆକର୍ଷଣ […]

india

india

Hemant Lenka
  • Published: Thursday, 11 July 2019
  • Updated: 11 July 2019, 06:56 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ଓଲ୍ଡ ଟ୍ରାଫର୍ଡରେ ଅନୁଷ୍ଠିତ ବିଶ୍ୱକପ୍ ସେମିଫାଇନାଲ୍ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ କ୍ରମାଗତ ଦ୍ୱିତୀୟଥର ଫାଇନାଲରେ ପହଞ୍ଚିଥିଲା। ବର୍ଷା ଯୋଗୁ ମ୍ୟାଚ୍ ଦୁଇଦିନ ଧରି ଖେଳାଯାଇଥିଲା। ୨୪୦ ରନର ଟାର୍ଗେଟର ପିଛା କରୁଥିବା ଟିମ୍ ଇଣ୍ଡିଆ ମାତ୍ର ୨୨୧ ରନରେ ଅଲଆଉଟ୍ ହୋଇଥିଲା। ଭାରତ ହୁଏତ ସେମିଫାଇନାଲରେ ହାରି ବିଶ୍ୱକପରେ ବିଦାୟ ନେଇଛି, କିନ୍ତୁ ପୂରା ବିଶ୍ୱକପରେ ଭାରତର ପ୍ରଦର୍ଶନ ଭଲ ରହିଥିଲା। ବିଶେଷକରି ରୋହିତ୍ ଶର୍ମାଙ୍କ ୫ ଶତକ ମୁଖ୍ୟ ଆକର୍ଷଣ ରହିଥିଲା। ଚଳିତ ବିଶ୍ୱକପରେ ଭାରତ ଉପଲବ୍ଧି ଉପରେ ନଜର ପକାଇବା।

ରୋହିତ୍ ଶର୍ମାଙ୍କ ୫ ଶତକ: ଚଳିତ ବିଶ୍ୱକପରେ ଯଦି କେହି ଅଧିକ ପ୍ରଭାବିତ କରିଛନ୍ତି, ତାହେଲେ ସେ ହେଉଛନ୍ତି ରୋହିତ୍ ଶର୍ମା। ରୋହିତ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ହିଁ ଶତକ ମାରି ଚର୍ଚ୍ଚାକୁ ଆସିଥିଲେ। ଏହି ମ୍ୟାଚରେ ସେ ଅପରାଜିତ ୧୨୨ ରନର ଇନିଂସ୍ ଖେଳିଥିଲେ। ଏହା ପରେ ପାକିସ୍ତାନ ବିପକ୍ଷରେ ସେ ୧୪୦ ରନ୍, ଇଂଲଣ୍ଡ ବିପକ୍ଷରେ ୧୦୨ ରନ୍, ବାଂଲାଦେଶ ବିପକ୍ଷରେ ୧୦୪ ଏବଂ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍ କରିଥିଲେ। ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ବିଶ୍ୱକପର କୌଣସି ଏକ ସଂସ୍କରଣରେ ୫ଟି ଶତକ ମାରିବାର ବିଶ୍ୱ କୀର୍ତ୍ତିମାନ କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ସେ ୮୧ହାରରେ ୬୪୮ ରନ୍ କରି ଅଭିଯାନ ଶେଷ କରିଛନ୍ତି।

ବିରାଟ କୋହଲିଙ୍କ ଲଗାତାର ୫ ଅର୍ଦ୍ଧଶତକ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟୁର୍ଣ୍ଣାମେଣ୍ଟରେ ଭାରତର ଦ୍ୱିତୀୟ ସର୍ବାଧିକ ସ୍କୋରର ଥିଲେ। କିନ୍ତୁ ଚଳିତ ବିଶ୍ୱକପରେ ବିରାଟ ଏକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ସେ ଲଗାତାର ୫ଟି ଅର୍ଦ୍ଧଶତକ ମାରି ନୂଆ କୀର୍ତ୍ତିମାନ କରିଛନ୍ତି । ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଲଗାତାର ୫ଟି ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି। ବିରାଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ୮୨, ପାକିସ୍ତାନ ବିପକ୍ଷରେ ୭୭, ଆଫଗାନିସ୍ତାନ ବିପକ୍ଷରେ ୬୭, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭୨ ଏବଂ ଇଂଲଣ୍ଡ ବିପକ୍ଷରେ ୬୬ ରନ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ବିରାଟ ୫୫.୩୭ ହାରରେ ୪୪୩ ରନ୍ କରିଥିଲେ।

୪ ଶତକୀୟ ଓପନିଂ ପାର୍ଟନରଶିପ୍: ଚଳିତ ବିଶ୍ୱକପରେ ଭାରତୀୟ ଓପନିଂ ଯୋଡ଼ି ୪ଥର ଶତକୀୟ ଭାଗୀଦାରୀ କରି ନୂଆ ରେକର୍ଡ କରିଛନ୍ତି। ପ୍ରଥମେ ରୋହିତ୍ ଶର୍ମା ଓ ଶିଖର ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୧୨୭ ରନର ଭାଗୀଦାରୀ କରିଥିଲେ। ଏହା ପରେ ଲୋକେଶ ରାହୁଲ ଓ ରୋହିତଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ୧୩୬, ବାଂଲାଦେଶ ବିପକ୍ଷରେ ୧୮୦ ଏବଂ ଶ୍ରୀଲଙ୍କା ବିପକ୍ଷରେ ୧୮୯ ରନର ପାର୍ଟନରଶିପ୍ କରିଥିଲେ।

ଶିଖର ଧୱନଙ୍କ ଲଢ଼ୁଆ ଶତକ: ପ୍ୟାଟ୍ କମିନ୍ସଙ୍କ ବଲରେ ଅଙ୍ଗୁଳିରେ ଶକ୍ତ ଆଘାତ ପାଇବା ସତ୍ତେ୍ୱ ଶିଖର ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିଲେ। ତାଙ୍କର ୧୧୭ ରନ୍ ବଳରେ ଭାରତ ୩୪୨ ରନ୍ କରିଥିଲା, ଯାହାକି ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସର୍ବାଧିକ ସ୍କୋର। ଏହି ମ୍ୟାଚକୁ ମଧ୍ୟ ଭାରତ ୩୬ ରନରେ ଜିତି ନେଇଥିଲା।

ପାକିସ୍ତାନ ବିପକ୍ଷରେ ଅପରାଜେୟ ଧାରା ଅବ୍ୟାହତ: ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତ ତା'ର ବିଜୟଧାରା ଅବ୍ୟାହତ ରଖିଛି। ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ମ୍ୟାଚରେ ଭାରତ ଡିଏଲ୍ ନିୟମରେ ୮୯ ରନରେ ପାକିସ୍ତାନକୁ ହରାଇଥିଲା। ଏହି ମ୍ୟାଚରେ ରୋହିତଙ୍କ ଦମଦାର ଶତକ ଏବଂ କୁଲଦୀପ ଯାଦବଙ୍କ ଦ୍ୱାରା ବାବର ଆଜମଙ୍କୁ ବୋଲ୍ଡ କରି ମୁଖ୍ୟ ଆକର୍ଷଣ ଥିଲା।

ମହମ୍ମଦ ଶାମିଙ୍କ ହ୍ୟାଟ୍ରିକ୍: ସାଉଥାମ୍ପଟନର ରୋଜ ବାଉଲରେ ଭାରତ ଦ୍ୱାରା ଧାର୍ଯ୍ୟ ୨୨୫ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନକୁ ବିଜୟ ପାଇଁ ଶେଷ ୪ ବଲରେ ୧୨ ରନ୍ ଆବଶ୍ୟକ ହେଉଥିଲା। କିନ୍ତୁ ଶାମି ଚମତ୍କାର ବୋଲିଂ କରି ହ୍ୟାଟ୍ରିକ୍ ୱିକେଟ୍ ନେଇ ମ୍ୟାଚକୁ ଭାରତ ମୁଠାରେ କରିଥିଲେ। ଶାମି ଆଫଗାନିସ୍ତାନର ମହମ୍ମଦ ନବି, ଆଫତାବ ଆଲମ ଓ ମୁଜୀବ-ଉର୍-ରେହମାନଙ୍କୁ ଆଉଟ୍ କରି ବିଶ୍ୱକପରେ ଦ୍ୱିତୀୟ ଭାରତୀୟ ଭାବେ ହ୍ୟାଟ୍ରିକ୍ ନେଇଥିଲେ। ଏହା ପୂର୍ବରୁ ୧୯୮୭ରେ ଚେତନ ଶର୍ମା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିଲେ।

ପଏଣ୍ଟ ଟେବୁଲର ଶୀର୍ଷରେ ଟିମ୍ ଇଣ୍ଡିଆ: ବିଶ୍ୱକପର ରାଉଣ୍ଡ୍ ରବିନ୍ ପର୍ଯ୍ୟାୟରେ ୧୦ଟି ଦଳ ପରସ୍ପରକୁ ଥରେ ଲେଖାଏ ଭେଟିଥିଲେ। ଭାରତ ସବୁଠାରୁ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା। ଭାରତ ୯ଟି ମ୍ୟାଚରୁ ୭ ପରାଜୟ, ଗୋଟିଏ ପରାଜୟ ସହ ୧୫ ପଏଣ୍ଟ ହାସଲ କରି ପ୍ରଥମରେ ରହି ସେମିଫାଇନାଲକୁ କ୍ୱାଲିଫାଏ କରିଥିଲା। ରାଉଣ୍ଡ୍ ରବିନରେ ଭାରତ କେବଳ ଇଂଲଣ୍ଡ ନିକଟରୁ ହାରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା।

ସେମିରେ ରବୀନ୍ଦ୍ର ଜାଡେଜାଙ୍କ ଦମଦାର ପ୍ରଦର୍ଶନ: ଚଳିତ ବିଶ୍ୱକପର ଲିଗ୍ ପର୍ଯ୍ୟାୟରେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ ଜାଡେଜା। ଶ୍ରୀଲଙ୍କା ବିପକ୍ଷ ଏହି ମ୍ୟାଚରେ ସେ ଗୋଟିଏ ୱିକେଟ୍ ନେଇଥିଲେ। କ୍ୟାପଟେନ୍ ବିରାଟ ତାଙ୍କ ଉପରେ ଭରସା ଦେଖାଇ ସେମିଫାଇନାଲରେ ସାମିଲ୍ କରିଥିଲେ। ସେ ୧୦ ଓଭରରେ ୩୪ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ପରେ ବ୍ୟାଟରେ ମଧ୍ୟ ସେ କମାଲ୍ କରିଥିଲେ ଏବଂ ମାତ୍ର ୫୯ ବଲରେ ୭୭ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story