ଦାଦା ବଟି ଓ ଟେଣ୍ଡର ଫିକ୍ସିଂ ମାମଲାରେ ସୁଶାନ୍ତ ଓ ସୁଶୀଲ ଗିରଫ: ୩ଟି ବନ୍ଧୁକ, ୯୯ଟି ଗୁଳି ଜବତ

ଭୁବନେଶ୍ୱର: ଦାଦା ବଟି ଓ ଟେଣ୍ଡର ଫିକ୍ସିଂ ମାମଲାରେ କମିଶନରେଟ୍ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକର ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତ। ସେମାନେ ଦୁଇ ଭାଇ। ସେମାନଙ୍କୁ ଭୁବନେଶ୍ୱରର ପୋଖରୀପୁଟ ସ୍ଥିତ ଏକ ଭଡ଼ା ଘରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୩ଟି ରିଭଲଭର୍, ୯୯ ରାଉଣ୍ଡ ଗୁଳି ଓ ୧୦ ଲକ୍ଷ ଟଙ୍କା ଜବତ କରାଯାଇଥିବା ପୋଲିସ୍ କମିଶନର ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏ ଦୁଇ ଭାଇଙ୍କର କଟକ ଓ ମୁମ୍ବାଇସ୍ଥିତ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଏ ଦୁଇ ଜଣଙ୍କର ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ୍ ଥିବା ଜଣାପଡ଼ିଛି।

ସୁଶାନ୍ତ ଓ ସୁଶୀଲ ନାଁରେ ହତ୍ୟାକାଣ୍ଡ ସମେତ ୧୦ଟି ମାମଲା ରହିଛି।