ବୁଧବାର ହୀରାକୁଦ ଡ୍ୟାମ ପରିଦର୍ଶନ କରିବେ ଉମା ଭାରତୀ

ସମ୍ବଲପୁର: ବୁଧବାର ସକାଳେ  ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କ ସହ ହୀରାକୁଦ ଡ୍ୟାମ ପରିଦର୍ଶନ କରି ଡ୍ୟାମର ଅବସ୍ଥା ଅନୁଧ୍ୟାନ କରିବେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ। ହୀରାକୁଦ ନଦୀବନ୍ଧ ଦ୍ୱାରା ବିସ୍ଥାପିତ ସମସ୍ୟା ବିଷୟରେ ଆଲୋଚନା କରିବେ। ବିସ୍ଥାପିତଙ୍କ ପ୍ରତି ତାଙ୍କର ସମ୍ୱେଦନା ରହିଛି ବୋଲି ସମ୍ବଲପୁରରେ ମଙ୍ଗଳବାର ପହଞ୍ଚିଥିବା ପରେ କହିଛନ୍ତି ଉମା।

ଆଜି ସନ୍ଧ୍ୟାରେ ଉମା ଭାରତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ଜଳ ସମ୍ପଦର ବିକାଶ ଓ ବିନିଯୋଗ ନେଇ ଆଲୋଚନା କରିବେ ବୋଲି କହିଛନ୍ତି ଉମା।

ଗତକାଲି ସେ ସମ୍ୱଲପୁର ସର୍କିଟ ହାଉସରେ ପହଞ୍ଚିବା ପରେ ସେଠାରୁ ଦଳୀୟ କାର୍ଯ୍ୟାଳୟକୁ ଯାଇ ଏକ କର୍ମୀ ସମାବେଶରେ ଯୋଗ ଦେଇଥିଲେ। ଏହି ଅବସରରେ ତାଙ୍କୁ ଦଳ ପକ୍ଷରୁ ସମ୍ୱର୍ଦ୍ଧନା ଦିଆଯାଇଥିଲା। ପରେ ହୋଟେଲ ହରଜିତରେ ବୁଦ୍ଧିଜୀବୀଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ।