ଆପଣ ଭଗବାନ ସଦୃଶ

ଏକ ସଚ୍ଚୋଟ ଏବଂ ମଣିଷପଣିଆ ଉଦାହରଣ ସୃଷ୍ଟି କରିଛନ୍ତି ଚରମ୍ପା ପଥରଆଡି ଅଞ୍ଚଳର ଚନ୍ଦ୍ରଶେଖର ବିଶ୍ବାଳ । ବାଇପାସ ନିକଟ ତାରିଣୀ ହୋମିଓ କ୍ଲିନିକ ସମ୍ମୁଖରେ ଏକ ବ୍ୟାଗ ପାଇଥିଲେ ଆଉ ସେହି ବ୍ୟାଗରେ ହଜାର କି ଦୁଇ ହଜାର ନୁହେଁ ବରଂ 1 ଲକ୍ଷ 46 ହଜାର ଟଙ୍କା ଥିଲା । ଆଉ ଏଥିରେ ସେ ବିଚଳିତ ନ ହୋଇ ପ୍ରଥମେ ଦୋକାନୀକୁ ଜଣାଇବାପରେ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।