ପ୍ରେମରେ ପଡ଼ିଲା ପୂର୍ଣ୍ଣଛେଦ !

ପୋଲିସ ଉପସ୍ଥିତିରେ ବିବାହିତା ଯୁବତୀକୁ ଥାନାରୁ ଟାଣି ଓଟାରି ନେଇ ଗଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନାରେ । ମୋହନା ଥାନା ଅନ୍ତର୍ଗତ ହିକିରିକୁପା ଗାଁର ଟୁନା ନାୟକ ବାଘମାରି ଗାଁର ଜନୈକା ଯୁବତୀଙ୍କୁ ଭଲ ପାଇ ଗତ ୨୩ ତାରିଖରେ କୋର୍ଟରେ ରେଜିଷ୍ଟ୍ରର ବିବାହ କରି ଯୁବତୀଙ୍କୁ ଘରକୁ ନେଇ ଆସିଥିଲେ । କିନ୍ତୁ ଝିଅ ପରିବାର ଲୋକେ ଏଥିରେ ରାଜି ନ ଥିଲେ ।ପରେ ଥାନାକୁ ସମାଧାନ ପାଇଁ ଆସିଥିବା ବେଳେ ଝିଅଘର ପରିବାର ଲୋକେ ଟାଣିଓଟାରୀ ଝିଅକୁ ନେଇଯାଇଥିଲେ