ମନ୍ତ୍ରିମଣ୍ଡଳର ଆନ୍ଧ୍ର ଷ୍ଟାଇଲ୍

କେବେ ମନ୍ତିମଣ୍ଡଳ ଅଦଳ ବଦଳ ହେବ ତାହା ନବୀନ ପଟ୍ଟନାୟକଙ୍କୁ ଜଣା। ମାତ୍ର ପ୍ରତିଦିନ ଏନେଇ କିଛି ନା କିଛି ଗୁଲିଗପ ପାୱାର କରିଡରରେ ଘୁରି ବୁଲୁଛି। ଯେହେତୁ ଥାର୍ଡ ଫ୍ଲୋର ବା ନବୀନ ନିବାସରୁ କିଛି କଥା ଲିକ୍ ହୋଇପାରୁ ନାହିଁ ସେଇଥିପାଇଁ ବିଚରା ମନ୍ତ୍ରୀମାନେ ମଧ୍ୟ ଏଭଳି ଗପକୁ ବିଶ୍ୱାସ କରିବାକୁ ବାଧ୍ୟ ହେଉଛନ୍ତି। ମନ୍ତ୍ରିମଣ୍ଡଳରୁ ବିଦା ନହେବା ପାଇଁ ଏବଂ ସାମିଲ ହେବାଲାଗି କିଛି ବିଧାୟକ ଏବଂ ମନ୍ତ୍ରୀ ଦେବାଦେବୀଙ୍କ ଦ୍ୱାରସ୍ଥ ହେଉଥିବାର ଦେଖିବାକୁ ମିଳୁଛି। ଚର୍ଚ୍ଚା ଅନୁସାରେ ଆନ୍ଧ୍ରପ୍ରଦେଶ ଢାଞ୍ଚାରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବ।