ଭଙ୍ଗା ଗୋଡ଼ର ପଲିଟିକାଲ୍ ଇଫେକ୍ଟସ

ମମତାଙ୍କ ଆହତ ହେବା ଏବଂ ଭଙ୍ଗା ଗୋଡରେ ସେ ନିର୍ବାଚନ ପ୍ରଚାର କରିବା ନିଶ୍ଚିତ ଭାବରେ ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଛି। ସାରା ଦେଶରେ ପଶ୍ଚିମବଙ୍ଗ ରାଜନୀତିର ଏକ ଭିନ୍ନ ପ୍ରଭାବ ରହିଛି। ଏକଦା ବାମପନ୍ଥୀମାନଙ୍କ ଗଡ କୁହାଯାଉଥିବା ଏହି ରାଜ୍ୟକୁ ବର୍ତ୍ତମାନ ଜଣେ ମହିଳା ଶାସନ କରୁଛନ୍ତି। ଯଦି ନିର୍ବାଚନରେ ସେ ପୁଣି ଥରେ ବାଜିମାତ କରନ୍ତି ତାହେଲେ ସାରା ଦେଶରେ କଂଗ୍ରେସ ଓ ବିଜେପି ବିରୋଧୀ ଜାତୀୟ ମେଣ୍ଟର ନେତୃତ୍ୱ ସେ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।