ସିଦ୍ଧାର୍ଥଙ୍କ ସହ କେବେ କରିବେ ବିବାହ? ହିଣ୍ଟ ଦେଲେ କିଆରା!

ମୁମ୍ବାଇ: ହାତକୁ ଦି ହାତ ହେବେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ। ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନେବେ ସାତ ଫରା। କିଆରା ଓ ସିଦ୍ଧାର୍ଥ ଖୁବଶୀଘ୍ର ବିବାହା କରିବାକୁ ଯାଉଛନ୍ତି । ଏନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛିି। ଏହାରି ଭିତରେ କେବେ ବିବାହ କରିବେ କିଆରା ସେ ନେଇ ହିଣ୍ଟ ଦେଇଛନ୍ତି। ନିକଟରେ କିଆରା ଆଡଭାନୀ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରିଛନ୍ତି । ଏଥିରେ ସେ ଖୁବଶୀଘ୍ର ଏକ ବଡ ଘୋଷଣା କରିବାକୁ […]

kiara-advani-and sidharth-malhotra

kiara-advani-and sidharth-malhotra

Madhupriya Mistry
  • Published: Monday, 28 November 2022
  • Updated: 28 November 2022, 03:23 PM IST

ମୁମ୍ବାଇ: ହାତକୁ ଦି ହାତ ହେବେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ। ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନେବେ ସାତ ଫରା। କିଆରା ଓ ସିଦ୍ଧାର୍ଥ ଖୁବଶୀଘ୍ର ବିବାହା କରିବାକୁ ଯାଉଛନ୍ତି । ଏନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛିି। ଏହାରି ଭିତରେ କେବେ ବିବାହ କରିବେ କିଆରା ସେ ନେଇ ହିଣ୍ଟ ଦେଇଛନ୍ତି।

ନିକଟରେ କିଆରା ଆଡଭାନୀ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରିଛନ୍ତି । ଏଥିରେ ସେ ଖୁବଶୀଘ୍ର ଏକ ବଡ ଘୋଷଣା କରିବାକୁ ଯାଉଥିବା ନେଇ କହିଛନ୍ତି। ଭିଡିଓକୁ ଶେଆର କରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ଗୁପ୍ତ ରଖି ହେବ ନାହିଁ! ଶୀଘ୍ର ଆସୁଛି...  ଦେଖୁଥାନ୍ତୁ... ୨ ଡିସେମ୍ବର।’

କିଆରାଙ୍କ ଏହି ପୋଷ୍ଟକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ସେ କୁଆଡେ ଡିସେମ୍ବର ୨ ତାରିଖରେ ବିବାହ କରିବାକୁ ଯାଉଥିବା ନେଇ ଗୁଜବ ସୃଷ୍ଟି ହୋଇଛି। କିଆରା ଓ ସିଦ୍ଧାର୍ଥ ଉଭୟଙ୍କ ଫ୍ୟାନ୍‌ମାନେ ଅଭିନେତ୍ରୀ ବିବାହ ତାରିଖ ଘୋଷଣା କରିବାକୁ ଯାଉଥିବା ନେଇ ଅନୁମାନ କରୁଛନ୍ତି।

ଦୀର୍ଘ ଦିନ ହେବ କିଆରା ଓ ସିଦ୍ଧାର୍ଥ ପରସ୍ପରକୁ ଡେଟ୍ କରୁଛନ୍ତି। ଫିଲ୍ମ ସେର୍‌ଶାହାର ସୁଟିଂ ସେଟ୍‌ରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କିଛି ଦିନ ପୂର୍ବେ କିଆରା ଓ ସିଦ୍ଧାର୍ଥଙ୍କ ବ୍ରେକ୍ ଅପ୍ ହୋଇଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ପରେ ଉଭୟ ପ୍ୟାଚ୍‌ଅପ୍ କରିନେଇଥିଲେ।

 

View this post on Instagram

 

A post shared by KIARA (@kiaraaliaadvani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos