ଧର୍ମ ବନାମ ବିଜ୍ଞାନର ଲଢ଼େଇରେ ଖଗୌଳିକ ଘଟଣା

ରୁଦ୍ର ପ୍ରସନ୍ନ ରଥ ଗତ କିଛି ସପ୍ତାହ ମଧ୍ୟରେ ପୃଥିବୀରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ପରି ଦୁଇଟ ଖଗୌଳିକ ଘଟଣା ପଛକୁ ପଛ ହୋଇ ପଡ଼ିଛି। ପ୍ରତିବର୍ଷ ଗୋଟିଏ ଦୁଇଟି କରି ଏପରି ଖଗୌଳିକ ଘଟଣା ଘଟିବାରେ କିଛି ନୂଆକଥା ନଥାଏ। ଏହି ସମୟରେ କଣ ଖାଇବା ଉଚିତ୍ କଣ କରିବା ଉଚିତ୍ ନୁହେଁ ତାକୁ ନେଇ ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞମାନେ ନିଜ ଆଡୁ ଲୋକଙ୍କ ପାଇଁ ମାର୍ଗଦର୍ଶିକା ଜାରୀ କରିଥାଆନ୍ତି। କିଏ ମାନେ […]

Moon

Moon

Debendra Prusty
  • Published: Saturday, 12 November 2022
  • Updated: 12 November 2022, 05:53 PM IST

Sports

Latest News

  • ରୁଦ୍ର ପ୍ରସନ୍ନ ରଥ

ଗତ କିଛି ସପ୍ତାହ ମଧ୍ୟରେ ପୃଥିବୀରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ପରି ଦୁଇଟ ଖଗୌଳିକ ଘଟଣା ପଛକୁ ପଛ ହୋଇ ପଡ଼ିଛି। ପ୍ରତିବର୍ଷ ଗୋଟିଏ ଦୁଇଟି କରି ଏପରି ଖଗୌଳିକ ଘଟଣା ଘଟିବାରେ କିଛି ନୂଆକଥା ନଥାଏ। ଏହି ସମୟରେ କଣ ଖାଇବା ଉଚିତ୍ କଣ କରିବା ଉଚିତ୍ ନୁହେଁ ତାକୁ ନେଇ ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞମାନେ ନିଜ ଆଡୁ ଲୋକଙ୍କ ପାଇଁ ମାର୍ଗଦର୍ଶିକା ଜାରୀ କରିଥାଆନ୍ତି। କିଏ ମାନେ ଆଉ କିଏ ମାନେ ନାହିଁ। ଏହା ଭିତରେ ଗ୍ରହଣ ଛାଡ଼ି ଯାଇଥାଏ। ଲୋକ ଧୁଆଧୁଇ ହୋଇ ଘରକୁ ଧୋଇ ପୋଛି ସଫା କରି ପୁଣି କାମରେ ଲାଗି ଯାଆନ୍ତି। ପୁଣି ଗୋଟିଏ ଗ୍ରହଣ ନଆସିବାଯାଏ ଆଉ ଗ୍ରହଣର ଚର୍ଚ୍ଚା ହିଁ ନଥାଏ।

ଏଥର କିନ୍ତୁ ପରିସ୍ଥିତି ଭିନ୍ନ। ଏଥର ଗ୍ରହଣ ସବୁ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। ହିନ୍ଦୁ ସମାଜରେ ସଂସ୍କାର ଆଣିବାକୁ ଚେଷ୍ଟା କରୁଥିବା ହେତୁବାଦୀ ସମାଜ ଏଥର ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣରେ ଲୋକଙ୍କୁ ବିରିୟାନୀ ଖୁଆଇ ଚର୍ଚ୍ଚାକୁ ଆସିଛି। ଗ୍ରହଣ ସମୟରେ ପାକତ୍ୟାଗ ବୋଲି ହିନ୍ଦୁ ସମାଜ କାହିଁ କେଉଁ କାଳରୁ ମାନି ଆସିଥିବା ବେଳେ ଏହି ପାକତ୍ୟାଗର ଯଥାର୍ଥତା ଏବଂ ଏହି ପାକତ୍ୟାଗ ନୀତିର ବୈଜ୍ଞାନିକ ପ୍ରମାଣ ଦେଖାଇବାକୁ ହେତୁବାଦୀମାନେ ଆହ୍ୱାନ ଦେଇଛନ୍ତି। ହେତୁବାଦୀଙ୍କ ଯୁକ୍ତି, ଧର୍ମ ନାମରେ ଆମେ କୁସଂସ୍କାରକୁ ପ୍ରଶ୍ରୟ ଦେବା ଉଚିତ୍ ନୁହେଁ। ଯାହା ବିଜ୍ଞାନ ସମ୍ମତ ନୁହେଁ, ଯାହା ବୈଜ୍ଞାନିକମାନେ ପ୍ରମାଣ କରିପାରିନାହାନ୍ତି ତାକୁ ମାନିନେବା ଏକ ପ୍ରଗତିଶୀଳ ସମାଜ ପାଇଁ ଶୁଭ ଲକ୍ଷଣ ନୁହେଁ। ଆମେ ଏହି ସବୁ ନୀତି ନିୟମ ଯାହା ବୈଜ୍ଞାନିକ ଚିନ୍ତାଧାର ଉପରେ ପର୍ଯ୍ୟବେଶିତ ନୁହେଁ ତାକୁ ହଟାଇଦେବା ଉପରେ ଜୋର ଦେବା କଥା। ଏପରି ହେଲେ ହିଁ ଧର୍ମକୁ ଅଧିକ ଲୋକାଭିମୁଖୀ କରିହେବ।

ହେତୁବାଦୀଙ୍କର ଏହି କଥା ଅନେକ ହିନ୍ଦୁ ଧର୍ମାବଲମ୍ବୀମାନଙ୍କୁ ରଗାଇ ଦେଇଛି। ସେମାନେ ହେତୁବାଦୀମାନଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ହେତୁବାଦୀମାନଙ୍କର ପରାଗ ସମୟରେ ଚିକେନ ବିରିୟାନୀ ଖାଇବା ହିନ୍ଦୁଧର୍ମ ଉପରେ ସିଧାସଳଖ ଆକ୍ରମଣ ବୋଲି ସେମାନେ ମତ ଦେଉଛନ୍ତି। କିଛି ତ ହେତୁବାଦୀମାନଙ୍କର କାର୍ଯ୍ୟ ବିପକ୍ଷରେ ଆଇନଗତ ପଦକ୍ଷେପ ନେବାକୁ ବାହାରିଲେଣି। ଆଉ କିଛି ସେମାନଙ୍କୁ ସାମନାରେ ବିରୋଧ କରିବେ ବୋଲି ଜଗି ବସିଛନ୍ତି। ଯାହା ଲାଗୁଛି ଆଗକୁ ପ୍ରତି ପରାଗରେ ହେତୁବାଦୀ ଏବଂ କେତୁବାଦୀ (ବିଭିନ୍ନ ଗଣମାଧ୍ୟମରେ ଧର୍ମର ସପକ୍ଷବାଦୀଙ୍କ ପାଇଁ ବ୍ୟବହୃତ ହେଉଥିବା ଶବ୍ଦ) ଏ ଲଢ଼େଇ ବେଶ ଆଗକୁ ଯିବ। ବିଭିନ୍ନ ଉପାୟ ପ୍ରୟୋଗକରି ସେମାନେ ଏହି ସମୟ ମଧ୍ୟରେ ପରସ୍ପର ବିରୋଧରେ ବୟାନବାଜୀ କରି ଲୋକସମର୍ଥନ ଗୋଟାଇବାକୁ ଚେଷ୍ଟା କରିବେ।

ଏବେ ଏ ପ୍ରସଙ୍ଗକୁ ନେଇ ଲୋକ ଦୁଇଭାଗରେ ବିଭକ୍ତ ହୋଇଯାଇଛନ୍ତି। ଦଳେ ହେତୁବାଦୀଙ୍କ ସମର୍ଥନରେ ଆଉ ଦଳେ ହେତୁବାଦୀଙ୍କ ବିରୋଧରେ। ଲୋକ ଚିନ୍ତା କରୁଛନ୍ତି ଯେ କିଏ ଠିକ୍ କହୁଛି ଆଉ କିଏ ଭୁଲ କରୁଛି। ମୋଟ ଉପରେ ହେତୁବାଦୀଙ୍କ ଏହି ଆଚରଣ ଧାର୍ମୀକ ବିଧିବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏବଂ ଧର୍ମର ଧ୍ୱଜାଧାରୀଙ୍କୁ ଲୋକ ଖୋଲାଖୋଲି ପ୍ରଶ୍ନ କରିବାକୁ ସୁଯୋଗ ଦେଉଛି। ମୋଟାମୋଟି କହିବାକୁ ଗଲେ ପୃଥିବୀ ପାଇଁ ସେମିତି କିଛି ବିଶେଷ ଆଖିଦୃଶିଆ ଭୌଗୋଳିକ ପ୍ରଭାବ ପକାଉନଥିବା ଏହି ଖଗୌଳିକ ଘଟଣା ସବୁ ଏବେ ବେଶ୍ କିଛି ଦିନ ହେଲା ଓଡ଼ିଶାରେ ଆଲୋଚନାର ପ୍ରସଙ୍ଗ ହୋଇ ରହିଛି।

ଭାରତରେ ଧର୍ମୀୟ ବ୍ୟବସ୍ଥା ବେଶ୍ ପୁରୁଣା ଏବଂ ଏହା ବିବିଧ ମଧ୍ୟ। ବିଭିନ୍ନ ଧର୍ମ ଏବଂ ଦର୍ଶନ ବ୍ୟବସ୍ଥାର ନିଜସ୍ୱ ବହି, ଠାକୁର, ପତାକା ଏବଂ ପୂଜା ବ୍ୟବସ୍ଥା ରହିଛି। ଏହା ସାଧାରଣତଃ ବହୁ ବର୍ଷରୁ ପ୍ରଚଳିତ ଏବଂ ବିଶ୍ୱାସ ଉପରେ ଆଧାରିତ। ଭାରତର ହିନ୍ଦୁ ଧର୍ମାବଲମ୍ବୀମାନେ ପ୍ରକୃତିକୁ ଦେବତା ମାନନ୍ତି ଏବଂ ଏହାର ବିଭିନ୍ନ ସ୍ୱରୁପକୁ ପୂଜା କରନ୍ତି। ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର କିମ୍ବା ଯାହା ମନ ଯେଡ଼େ ତାହା ପ୍ରଭୂ ସେଡ଼େ ବୋଲି ହିନ୍ଦୁ ଧର୍ମ କେବେଠୁ ମାନି ନେଇଛି। ଯେହେତୁ ଭକ୍ତ ଏବଂ ଭଗବାନ ମଧ୍ୟରେ ବିଶ୍ୱାସ ହିଁ ସେତୁର କାମ କରି ଆସିଛି ତେଣୁ ଭକ୍ତ ଜଣଙ୍କ କେବେ ହେଲେ କୌଣସି ଧାର୍ମିକ ବ୍ୟବସ୍ଥା ଭିତରେ ସେ ବୈଜ୍ଞାନିକ ପ୍ରମାଣ ଖୋଜିବାକୁ କେବେ ବି ଚେଷ୍ଟା କରିନାହିଁ। ସେ ଚନ୍ଦ୍ରଗ୍ରହଣ ଦିନ ପାକତ୍ୟାଗ କରି ଉପାସ ରହିଛି ସତ, ହେଲେ ଏଥିରୁ କିଛି ଦେହକୁ ଉପକାର ମିଳିବ ଭାବି ନୁହେଁ ବରଂ ଏହା ସେ କାଳ କାଳରୁ ହେଉଥିବାର ଦେଖି ସେ କରି ଆସିଛି। ପ୍ରକୃତରେ କହିବାକୁ ଗଲେ ଆମ ଧର୍ମୀୟ ବ୍ୟବସ୍ଥାରେ ଏତେ ପ୍ରକାରର ନୀତି କାନ୍ତି, କରଣୀୟ, ଅକରଣୀୟ ବ୍ୟବସ୍ଥା ଅଛି ଯେ ସେସବୁକୁ ଅବୈଜ୍ଞାନିକ ବୋଲି ତୁରନ୍ତ ପ୍ରମାଣ କରିବା କଷ୍ଟ। ବରଂ ଆମର ପୂଜା ପଦ୍ଧତି ଏବଂ କର୍ମକାଣ୍ଡକୁ ନେଇ ଗଭୀର ଅଧ୍ୟୟନ କରୁଥିବା ଅନେକ ପାଶ୍ଚାତ୍ୟ ବୈଜ୍ଞାନିକ ଭାରତୀୟ କର୍ମକାଣ୍ଡ ପଦ୍ଧତି ର ପ୍ରଶଂସା କରିଛନ୍ତି। ଯଦିଓ ଏହା ଆମ ଦେଶର ଅନେକଙ୍କର ହଜମ ହୋଇନାହିଁ।

ତେବେ ଏକଥା ନୁହେଁ ଯେ ଭାରତର ଧର୍ମୀୟ ବିଧି ବ୍ୟବସ୍ଥାରେ ସବୁ କିଛି ଗୋଲାପୀ ଗୋଲାପୀ ଚିତ୍ର ଭରି ରହିଛି। ଧର୍ମ ବ୍ୟବସ୍ଥାରେ ଅନେକ ଭଗବାନ ଏବଂ ଭକ୍ତ ମଧ୍ୟରେ ଦଲାଲୀ କରି ବେଶ୍ ମୋଟା ମୁନାଫା କମାଉଛନ୍ତି। କେଉଁଠି ପଚାଶ ଟଙ୍କା ଦକ୍ଷିଣାରେ ରାସ୍ତାକଡ଼ରେ ବସିଥିବା ହାତ ଦେଖୁଥିବା ଜ୍ୟୋତିଷ ଶନିଗ୍ରହର ପ୍ରଭାବ ଆପଣଙ୍କ ଜୀବନରୁ ଦୂରେଇ ଦେବ ବୋଲି ଡିଣ୍ଡିମ ପିଟୁଛି ତ ଆଉ କେଉଁଠି ନିଶାର୍ଦ୍ଧ ରାତିରେ ନରବଳୀ ଦେଇ ମଣିଷକୁ କୋଟିପତି କରିଦେବାର ସ୍ୱପ୍ନ ଦେଖାଇ ଗୁଣିଆ ଜଣଙ୍କ ବିଚରା ଭକ୍ତର ସର୍ବସ୍ୱ ଲୁଟ୍ କରୁଛି। କେବଳ ହିନ୍ଦୁ ଧର୍ମ ନୁହେଁ, ଭାରତର ଅନ୍ୟ ଦୁଇ ବଡ଼ ଧର୍ମ ମୁସଲିମ୍ ଏବଂ ଖ୍ରୀଷ୍ଟିୟାନ ଧର୍ମରେ ମଧ୍ୟ ଏପରି ଉଦାହରଣ ବିରଳ ନୁହେଁ, ଯେଉଁଠି ଭକ୍ତଜଣଙ୍କ ପୂଜକ, ପାଦ୍ରୀ କିମ୍ବା ମୌଲବୀଙ୍କୁ ଭରସା କରି ନିଜର ସର୍ବସ୍ୱ ହରାଇଛି। ଲୋକଙ୍କୁ ଧର୍ମନାମରେ ଭୟଭୀତ କରାଇ ଲୁଣ୍ଠନ କରିବାର ଏହି କଳା ଯୋଗୁଁ ଧର୍ମ ବି ବିଖଣ୍ଡିତ ହୋଇଛି। ଲୋକ ନୂଆ ଧର୍ମକୁ ଯାଇ ନୂଆ ପ୍ରଭୂ ଖୋଜିଛନ୍ତି। ନୂଆ ନ ପାଇଲେ ନୂଆକରି ଇଶ୍ୱର ବି ତିଆରି କରିଛିନ୍ତି। ବିଜ୍ଞାନକୁ ସମର୍ଥନ କରି ଧର୍ମକୁ ବିରୋଧ କରିବାକୁ ଯାଇ ନିଜ ଅଜଣାତରେ ଆଉ ଗୋଟିଏ ଗୋଷ୍ଠୀ ଏବଂ ଆଉ ଗୋଟିଏ ଧର୍ମ ତିଆରି ହୋଇ ଯାଇଛି।

ତେବେ ହେତୁବାଦୀଙ୍କ ପରି ସଚେତନଶୀଳ ମଣିଷଙ୍କର ଯୁଗେ ଯୁଗେ ଆବଶ୍ୟକତା ବି ରହିଛି। କାହାକୁ ବିନା ପ୍ରଶ୍ନରେ ଗ୍ରହଣ କରିଦେବା ଆଦୌ ଆବଶ୍ୟକ ନୁହେଁ। ଯଦି ସମାଜରେ ପ୍ରଚଳିତ ବିଧି ବ୍ୟବସ୍ଥାକୁ ପ୍ରଶ୍ନ କରାନଯିବ ତେବେ ସମାଜ ସଂସ୍କାର ହୋଇ ପାରିବ ନାହିଁ। ରାଜା ରାମମୋହନ ରାୟ, ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର ଆଦି ଯଦି ତତ୍କାଳୀନ ସମାଜରେ ପ୍ରଚଳିତ ବିଧି ବ୍ୟବସ୍ଥାକୁ ପ୍ରଶ୍ନ କରିନଥାନ୍ତେ ତେବେ ହୁଏତ ବାଲ୍ୟ ବିବାହ, ସତୀଦାହ ପ୍ରଥା ଏବେ ବି ଥାଆନ୍ତା। ବିଧବା ବିବାହ ବ୍ୟବସ୍ଥା ପ୍ରଚଳିତ ହୋଇ ପାରିନଥାନ୍ତା। ଏପରି ସ୍ଥିତିରେ ହିନ୍ଦୁ ସମାଜ ଆହୁରି ଅଧିକ ରକ୍ଷଣଶୀଳ ଏବଂ ପଛୁଆ ବୋଲି ମନେ ହେଉଥାଆନ୍ତା। ସହିଷ୍ଣୁ ଏବଂ ବିଶାଳ ହୃଦୟଧାରୀ ବୋଲି ଆଜି ଯେଉଁ ପରିଚୟ ହିନ୍ଦୁର ଅଛି ସେ ପରିଚୟ ମଳିଛିଆ ଦିଶିଥାନ୍ତା।

ତେବେ ଶେଷରେ ଏତିକି କୁହାଯାଇ ପାରିବ ଯେ ବିଜ୍ଞାନ ଏବଂ ଧର୍ମ ଭିତରେ ଏ ଯେଉଁ ବିବାଦ ଚାଲିଛି ତାହାର ଅନ୍ତ ନାହିଁ। ବିଜ୍ଞାନ ଏବଂ ଧର୍ମ ଉଭୟ ଏକ ସମୟରେ ପୃଥିବୀକୁ ଆସିଛନ୍ତି ଏବଂ ଉଭୟଙ୍କ ଆବଶ୍ୟକତା ମଧ୍ୟ ଅଲଗା ଅଲଗା। ଉଭୟଙ୍କ ମଧ୍ୟରେ ପ୍ରତିଯୋଗୀତାର ଆବଶ୍ୟକ ବି ନାହିଁ। ଆଧୁନିକ ବିଜ୍ଞାନର ପ୍ରଚାର ପ୍ରସାର ହେବାର ବହୁ ଆଗରୁ ଧର୍ମ ତାହାର ଶାଖା ପ୍ରଶାଖା ବଢାଇ ଚାଲିଥିଲା। ଆଉ ଏବେ ବିଜ୍ଞାନର ବ୍ୟାପକ ପ୍ରଚାର ପ୍ରସାର ମଣିଷ ଭିତରେ ଧର୍ମୀୟ ଭାବନାକୁ ଧୀରେ ଧୀରେ କମାଇ ଦେଉଛି ବୋଲି କୁହାଯାଉଛି। ଶ୍ରେଷ୍ଠ ବୈଜ୍ଞାନିକ ଗବେଷଣା ପରମାଣୁ ବିଜ୍ଞାନ ମଣିଷର ଦାରିଦ୍ର୍ୟ ଦୂର କରିପାରିନାହିଁ କିମ୍ବା ସବୁ ଧର୍ମମାନେ ମିଶିକରି ବି ପୃଥିବୀରେ ଯୁଦ୍ଧକୁ ବନ୍ଦ କରିପାରନାହାନ୍ତି। ଧର୍ମର ଧ୍ୱଜାଧାରୀମାନେ ଯେପରି ଲୋକଙ୍କୁ ଶୋଷଣ କରି ନିଜର ବ୍ୟାଙ୍କ ବାଲାନ୍ସ ବୃଦ୍ଧି କରି ଚାଲିଛନ୍ତି ସେହିପରି ବୈଜ୍ଞାନିକ ଶକ୍ତିର ଅଧିକାରୀ ସୁପରପାୱାରମାନେ ପ୍ରାକୃତିକ ସମ୍ପଦକୁ ଲୁଟି ନିଜର ସାମ୍ରାଜ୍ୟକୁ ଶକ୍ତିଶାଳୀ କରି ଚାଲିଛନ୍ତି। ରୋଗରେ ପଡ଼ିଥିବା ଧାର୍ମିକ ଲୋକଟିଏ ବିଜ୍ଞାନର ଔଷଧରେ ହିଁ ଯନ୍ତ୍ରଣାରୁ ମୁକ୍ତିର ବାଟ ଖୋଜୁଛି। ସେହିପରି ବୈଜ୍ଞାନିକଟିଏ ଚରମ ବିଫଳତାକୁ ସାମ୍ନା ନକରିପାରି ଧର୍ମର ଆଶ୍ରାରେ ଆଶ୍ରିତ ହୋଇଯାଇଛି। ଯିଏ ବିଜ୍ଞାନ ଜାଣିଛି ସେ ସ୍ୱତଃ ପ୍ରବୃତ ଭାବେ ଧର୍ମ ବିଷୟରେ ଜାଣିବାକୁ ଆଗ୍ରହୀ। ଯିଏ ଧର୍ମ ଜାଣିଛି ବୋଲି କହୁଛି ସେ ମୋବାଇଲରେ ବିଜ୍ଞାନର ଜୟଯାତ୍ରା ଦେଖୁଛି। ବିଜ୍ଞାନ ଧର୍ମକୁ ଏବଂ ଧର୍ମ ବିଜ୍ଞାନକୁ ଆହ୍ୱାନ କରି ଯୁଦ୍ଧଂ ଦେହି ଡାକରା ଦେବାର ଆବଶ୍ୟକତା ନାହିଁ।

ଶେଷରେ ପୁଣି ହେତୁବାଦୀଙ୍କ ପାଖକୁ ଫେରିବା। ଧର୍ମୀୟ ସଂସ୍କାର ପାଇଁ କୌଣସି ଅନୁଷ୍ଠାନ ଆଗକୁ ଆସିବା ବେଶ୍ ଭଲ କଥା। ତେବେ ଏହି ସଂସ୍କାର କରିବାକୁ ହେଲେ ଆପଣ ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କୁ ବୁଝାଇବା ଆବଶ୍ୟକ। ମନେ ରଖିବା କଥା ଯେ ସମସ୍ତେ ପ୍ରଥମରୁ ହିଁ ପରିବର୍ତ୍ତନକୁ ବିରୋଧ କରିଥାଆନ୍ତି। ତେବେ ଯେତେବେଳେ ପରିବର୍ତ୍ତନ ଲୋକଙ୍କର ଆବଶ୍ୟକତା ଅନୁଯାୟୀ ହୁଏ ଏବଂ ଏଥିରେ ଥିବା ଲାଭ ସେମାନଙ୍କୁ ଦେଖାଇ ଦିଆଯାଇଥାଏ ସେତେବେଳେ ଲୋକ ହିଁ ଏହି ପରିବର୍ତ୍ନ ପ୍ରକ୍ରିୟାରେ ସାମିଲ ହେବାକୁ ଆଗଭର ହୋଇ ଥାଆନ୍ତି। ମାତ୍ର ଧର୍ମୀୟ ସଂସ୍କାର ନାମରେ ଯଦି ଲୋକଙ୍କୁ ବିରକ୍ତ କରି ସେମାନଙ୍କ ମନରେ ନିଜ ପାଇଁ ବିଦ୍ୱେଷ ସୃଷ୍ଟି କରିଦିଆଯାଏ ତେବେ ଆପଣ ଖୁବ୍ ଶୀଘ୍ର ଏଥିରୁ ବିରତ ହେବାକୁ ବାଧ୍ୟ ହୁଅନ୍ତି। ସଂସ୍କାର ଆଣିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ପାଇଁ ଅନେକ ବାଟ ଅଛି ତେବେ ଏଥିରେ ସଫଳ ହେବାକୁ ହେଲେ ଆପଣକୁ ଲୋକପ୍ରିୟ ଏବଂ ସହଜ ହେବାକୁ ପଡ଼ିବ। ନିଜର କଥାକୁ ପ୍ରମାଣ କରିବା ପାଇଁ ଆପଣଙ୍କୁ ବିଚାର ବାଂଟିବାର ଆବଶ୍ୟକତା ଅଛି ବିରିୟାନୀ ବାଂଟିବାର ନୁହେଁ ବୋଲି ହେତୁବାଦୀମାନେ ବୁଝିବା ଆବଶ୍ୟକ। ଏପରି ହେଲେ ହିଁ ସେମାନେ ସଂସ୍କାର ଆଣି ପାରିବେ।

ଧବଳଗିରି, ଯାଜପୁର ରୋଡ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story