ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌ ବଦଳରେ ମୌସୁମୀ ଜୁସ୍‌ ! ୧୦ ଗିରଫ

mao-arrest

mao-arrest

Tapas Behera
  • Published: Saturday, 22 October 2022
  • Updated: 22 October 2022, 09:48 AM IST

Sports

Latest News

 

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜଣେ ଡେଙ୍ଗୁ ରୋଗୀଙ୍କୁ ନକଲି ରକ୍ତ ଦିଆଯିବା ଏବଂ ତାଙ୍କ ମୃତ୍ୟୁ ଘଟଣାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ରୋଗୀଙ୍କ ପରିବାରକୁ ନକଲି ପ୍ଲାଜମା ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ସମ୍ପୃକ୍ତ ପରିବାରକୁ ପ୍ଲେଟଲେଟ୍‌ ବଦଳରେ ମୌସୁମୀ ଜୁସ ବିକ୍ରି କରିଥିଲେ। ଏହି ଜୁସକୁ ମେଡିକାଲରେ ସମ୍ପୃକ୍ତ ରୋଗୀଙ୍କ ଶରୀରେ ଚଢ଼ାଇ ଦିଆଯାଇଥିଲା । ଅନ୍ୟପଟେ ପ୍ୟାକେଟରେ ମୌସୁମୀ ଜୁସ ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।  ଏନେଇ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୌସୁମୀ ଜୁସ୍‌ ଥିଉରି କେବଳ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଥିବାର ପୁଲିସ କହିଛି।

ପୁଲିସ କହିଛି ଯେ ନକଲି ପ୍ଲାଜମା ନେଇ ଏକ ରାକେଟ କାମ କରୁଛି। ଏହି ଅଭିଯୁକ୍ତମାନେ ବ୍ଲଡ ବ୍ୟାଙ୍କରୁ ପ୍ଲାଜମା ନେଇ ପ୍ଲେଟଲେଟ୍‌ ହିସାବରେ ସେମାନେ ପୁନଃ ପ୍ୟାକିଂ କରୁଛନ୍ତି। ବର୍ତ୍ତମାନ ୟୁପିରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଥିବାରୁ ପ୍ଲେଟଲେଟର ଅଧିକ ଚାହିଦା ରହିଛି। ଏହି ରାକେଟ ପ୍ଲେଟଲେଟ୍‌ରେ ମୌସୁମୀ ଜୁସ ମିଶାଉଥିବା ଅଭିଯୋଗ ହୋଇଛି।  କିନ୍ତୁ ଅଭିଯୁକ୍ତମାନେ ରକ୍ତ ଅପମିଶ୍ରଣ ଅଭିଯୋଗକୁ ଖଣ୍ଡନ କରଇନ୍ତି। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌‌ ବଦଳରେ ମୌସୁମୀ ଜୁସ୍‌‌ ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ହସ୍ପିଟାଲକୁ ସିଲ୍‌‌ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ପ୍ରୟାଗରାଜରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌‌ ଦିଆଯିବାର ଥିଲା। ମାତ୍ର ହସ୍ପିଟାଲ କର୍ମଚାରୀ ତାଙ୍କୁ ମୌସୁମୀ ଜୁସ୍‌‌ ସାଲାଇନ ଭଳି ଦେଇଥିଲେ। ପରେ ପରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ପଠାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ପ୍ଲେଟଲେଟ୍‌‌ ବଦଳରେ ଫଳ ରସ ଦେବା ସୋଶାଲ ମିଡିଆରେ ଭିଡିଓ ବୁଲିଥିଳା। ଘଟଣା ଜଣାପଡିବା ପରେ ଘଟଣାର ସଠିକ ତଦନ୍ତ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗତ କିଛି ଦିନ ମଧ୍ୟରେ ଉତ୍ତରପ୍ରଦେଶରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories