ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରର ବଲ୍ଲାରଶାହ ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଷ୍ଟେସନରେ ଫୁଟ ଓଭର ବ୍ରିଜ ଭୁଶୁଡ଼ିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅନେକ ଯାତ୍ରୀ ବ୍ରିଜରୁ ପ୍ରାୟ ୬୦ ଫୁଟ ଉଚ୍ଚରୁ ଟ୍ରାକ ଉପରେ ପଡ଼ିଯାଇଥିଲେ। ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ସମ୍ପୃକ୍ତ ଯାତ୍ରୀମାନେ ପ୍ଲାଟଫର୍ମ ନମ୍ବର ୧ ରୁ ପ୍ଲାଟଫର୍ମ ନମ୍ବର ୪କୁ ଯାଉଥିଲା ବେଳେ ହଠାତ୍ ଫୁଟ୍ ଓଭର ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା। ଘଟଣା ପରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଏହି ଘଟଣା ପ୍ରାୟ ସନ୍ଧ୍ୟା ୫ଟା ସମୟରେ ଘଟିଥିଲା। ଘଟଣା ପରେ ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି। ରେଳବାଇ ପକ୍ଷରୁ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ସରଳ ଅଳ୍ପ ଆଘାତ ପାଇଁ ଲୋକଙ୍କୁ ୫୦,୦୦୦ ଟଙ୍କା ଚିକିତ୍ସା ସହାୟତା ଘୋଷଣା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ବ୍ୟାଙ୍କରୁ ୨୦ କୋଟି ଟଙ୍କାର ସୁନା ଓ ନଗଦ ୧ କୋଟି ଲୁଟ୍
ସୁନା ଓ ଟଙ୍କା ଲୁଟି ଫେରାର ହେଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଲୁଟେରାମାନେ। କିନ୍ତୁ ସେଠାରୁ ସେମାନେ ଖସି ପଳାଇବାରେ ସଫଳ ହୋଇଥିଲେ।

National
ନୂତନ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଏହି ମାଇଲଖୁଣ୍ଟଗୁଡ଼ିକ କେବଳ ସାଧାରଣ ପରିଣାମ ନୁହେଁ, ବରଂ ସେହିସବୁ ମୁହୂର୍ତ୍ତମାନଙ୍କୁ ଚିହ୍ନିତ କରନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ନିଜର କାର୍ଯ୍ୟଶୈଳୀକୁ ନୂତନ ଭାବେ ପରିଭାଷିତ କରିଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଥିଲା।

Special
ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ବଡ଼ ପଦକ୍ଷେପ
ଆଜିଠାରୁ ମାତ୍ର ଗୋଟିଏ ଦଶନ୍ଧି ପଛ କଥା ଚିନ୍ତା କରନ୍ତୁ। ସେତେବେଳେ ଭାରତର ଦୈନନ୍ଦିନ ଜୀବନର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା। ରେଳବାଇ କାଉଣ୍ଟରରେ ଲମ୍ବା ଧାଡ଼ି, ଦୋକାନରେ ଟଙ୍କା ପାଇଁ ବାରମ୍ବାର ଅନୁରୋଧ, ଗ୍ୟାସ ସଂଯୋଗ ପାଇବାକୁ ଲାଞ୍ଚ ଦେବାର ଚାପ, କିମ୍ବା ଆବଶ୍ୟକୀୟ ଔଷଧ କିଣିବା ପାଇଁ ସକ୍ଷମ ନଥିବାର କଷ୍ଟ- ଏସବୁ ସେତେବେଳେ ଖୁବ୍ ‘ସ୍ୱାଭାବିକ’ ଲାଗୁଥିଲା। ଆମେ ଏହାକୁ ଗ୍ରହଣ କରିନେଇଥିଲୁ, କାରଣ ସେ ସମୟରେ ଆମ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା।

National
ଥରେ କାମୁଡ଼ିଲେ ୧୦ ଦିନ, ଦ୍ୱିତୀୟବାର କାମୁଡ଼ିଲେ ଆଜୀବନ
କୁକୁରଟିକୁ କେହି ଉସୁକାଇଛନ୍ତି ନା ନାହିଁ, କେମିତି ଜଣାପଡ଼ିବ?

Crime
୧୬ ବର୍ଷର ବାଳକଙ୍କୁ ବାରମ୍ବାର ଦୁଷ୍କର୍ମ: ଅଭିଯୁକ୍ତଙ୍କ ମଧ୍ୟରେ ରାଜନେତା, ଫୁଟବଲ କୋଚ ଓ ସରକାରୀ କର୍ମଚାରୀ
ଆପ୍ ଡାଉନଲୋଡ କରିବା ପରେ ତା’ ସହ କିଛି ଲୋକ ବନ୍ଧୁତା ସ୍ଥାପନ କରିଥିଲେ। ପ୍ରାୟ ୨ ବର୍ଷ ହେବ ୧୬ ଜଣ ଲୋକ ତା’କୁ ନିର୍ଯାତନା ଦେଇ ଚାଲିଥିଲେ।