ନୂଆଦିଲ୍ଲୀ: ତଳ ମୁହାଁ ହେଉଛି କରୋନା ମାମଲା। ଦେଶରେ ଖସୁଛି ସଂକ୍ରମଣ ହାର। ଦେଶରେ ଦୈନିକ କରୋନାଭାଇରସ୍ ଜନିତ ନୂତନ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ଦୁଇ ହଜାର ତଳକୁ ଚାଲି ଆସିଛି। ଆକ୍ଟିଭ ସଂଖ୍ୟା ହ୍ରାସ ପାଇ ୨୪ ହଜାର ତଳେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟରୁ ଜଣାପଡ଼ିଛି। ରବିବାର ସକାଳ ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୯୯୪ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪ ମୃତ୍ୟୁ ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୪୨,୭୪୨ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୪ ଜଣକ ମୃତ୍ୟୁ ଘଟିଛି।
ଏହାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୮,୯୬୧ରେ ପହଞ୍ଚିଛି। ସେହିପରି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୦,୯୦,୩୪୯। ଏହି ହାର ୯୮.୭୬% ରହିଛି। ଏଥିସହ ଦେଶରେ ଆକ୍ଟିଭ ମାମଲା ୨୩,୪୩୨ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୫ ପ୍ରତିଶତ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୧୯,୫୫,୯୮,୯୪୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପ୍ରେମିକଙ୍କୁ ବାହାଘର ପାଇଁ ରାଜି କରାଇବାକୁ ୬୦୦ କିମି ଯାଇଥିଲେ, ହେଲେ...
ଗୋଟିଏ ଦଶନ୍ଧି ତଳେ ସେ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଅଙ୍ଗନବାଡ଼ି ସୁପର ଭାଇଜର ଭାବେ କାମ କରି ସେ ନିଜ କଥା ବୁଝୁଥିଲେ।

National
ବିହାର ଏସ୍ଆଇଆର୍ ରଦ୍ଦ କରିବାର ଚେତାବନୀ ଦେଲେ ସୁପ୍ରିମକୋର୍ଟ
ଶୁଣାଣି ବେଳେ ରଦ୍ଦର ଚେତାବନୀ ଦେଇଥିଲେ ହେଁ ଖଣ୍ତପୀଠ ମାନିଛନ୍ତି ଯେ ଭାରତୀୟ ନିର୍ବାଚନ କମିଶନ ଗୋଟିଏ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ଏସ୍ଆଇଆର ବେଳେ ଆଇନର ପାଳନ କରିଥିବେ।

Crime
ଜନ୍ମ ଦିନ ପାର୍ଟିର ଭିଡିଓ ଦେଖି କ୍ଷୁବ୍ଧ ହେଲେ, ବିଚ୍ ରାସ୍ତାରେ ପତ୍ନୀଙ୍କ ମୁଣ୍ତକୁ ଗୁଳି କରିଦେଲେ
୪ ଦିନ ତଳେ ଅରବିନ୍ଦଙ୍କ ପତ୍ନୀ ନନ୍ଦିନୀ ଫେସବୁକରେ ଗୋଟିଏ ଜନ୍ମ ଦିନ ପାର୍ଟିର ଭିଡିଓକୁ ପୋଷ୍ଟ କରିଥିଲେ।

Crime
ଦମ୍ପତିଙ୍କ ସାଂଘାତିକ ଖେଳ: ଘରକୁ ଡାକି ଭୟଙ୍କର ନିର୍ଯାତନା ଦେବା ପରେ କରୁଥିଲେ ଲୁଟ୍
୨ ଜଣ ଯୁବକଙ୍କୁ ଘରକୁ ଡାକି ବେଶ ଫିଲ୍ମ ଷ୍ଟାଇଲରେ ଦମ୍ପତି କରିଛନ୍ତି ଲୁଟ। ସେମାନଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ସହ ଗୁପ୍ତାଙ୍ଗ ସମେତ ଶରୀରରେ ବିଭିନ୍ନ ସ୍ଥାନରେ ଷ୍ଟାପଲ କରି ଦେଇଛନ୍ତି ନିର୍ଯାତନା।

National
ସଡ଼କ ଦୁର୍ଘଟଣାରେ କେନ୍ଦ୍ରୀୟ କର୍ମଚାରୀଙ୍କ ମୃତ୍ୟୁ ଘଟଣା: ଆସିଲା ସାଂଘାତିକ ତଥ୍ୟ
ଦୁର୍ଘଟଣାକୁ ନେଇ ଆଜି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣା ଘଟାଇଥିବା ବିଏମଡବ୍ଲ୍ୟୁର ମାଲିକ ଜଣଙ୍କ ଗୁରୁତର ଆହତ ହୋଇଥିବା ନବଜୋତ ଓ ତାଙ୍କ ପତ୍ନୀଙ୍କୁ ଏମିତି ଏକ ହସ୍ପିଟାଲକୁ ନେଇଥିଲେ ଯାହା ଘଟଣା ସ୍ଥଳରୁ ପ୍ରାୟ ୨୦ରୁ ୨୨ କିମି ଦୂର ହେବ।