ଗାଜିଆବାଦ: ଏଲ୍ଇଡି ଟିଭି ଫାଟି ଯିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ଯାଇଛି। ମଙ୍ଗଳବାର ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ। ଏଥିରେ ନାବାଳକଙ୍କ ମା’, ପିଉସୀ ଓ ତାଙ୍କର ଜଣେ ସାଙ୍ଗ ଆହତ ହୋଇଛନ୍ତି।
ମୃତ ନାବାଳକଙ୍କ ନାଁ ଓମେନ୍ଦ୍ର (୧୬)। ଏହି ଘଟଣା ବେଳେ ସେହି ରୁମ୍ରେ ଓମେନ୍ଦ୍ର, ତାଙ୍କ ମା’, ପିଉସୀ ଓ ସାଙ୍ଗ ବସିଥିଲେ। ଟିଭିଟି ଫାଟିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ପୂରା ଘର ଦୋହଲି ଯାଇଥିଲା। ଯେଉଁ କାନ୍ଥରେ ଟିଭିଟି ଲାଗିଥିଲା ତାହା ଭୁଶୁଡ଼ି ଯାଇଥିଲା।
ଟିଭି ଫାଟି ଏହାର ବିଭିନ୍ନ ଅଂଶ ଓମେନ୍ଦ୍ରଙ୍କ ଶରୀରରେ ପଶି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଓମେନ୍ଦ୍ରଙ୍କ ମା’ ଓ ସାଙ୍ଗ କରଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ପିଉସୀଙ୍କୁ ଚିକିତ୍ସା ପରେ ହସ୍ପିଟାଲ୍ରୁ ଛାଡ଼ି ଦିଆଯାଇଛି।
ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ ପରେ ପୁଲିସ୍ କହିଛି ଯେ ଏଲ୍ଇଡି ଟିଭିଟି କାନ୍ଥରେ ଲାଗିଥିଲା। କୌଣସି କାରଣ ବଶତଃ ତାହା ଫାଟି ଯାଇଥିଲା। ଫଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଗଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ରାହୁଲ ଗାନ୍ଧିଙ୍କ ‘ଭୋଟ ଡିଲିଟ’ ଅଭିଯୋଗକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ
କର୍ଣ୍ଣାଟକାର ଆଲଣ୍ଡ ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ନାଁ ହଟାଇବାକୁ ଉଦ୍ୟମ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି ନିର୍ବାଚନ କମିଶନ। ଏହାର ତଦନ୍ତ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଏଫଆଇଆର ମଧ୍ୟ କରିଥିଲେ ବୋଲି ଇସିଆଇ ଏକ୍ସରେ ସୂଚନା ଦେଇଛନ୍ତି।

Crime
ମା’ ନା ରାକ୍ଷସୀ: ଲୋରି ଶୁଣାଇ କୁନି ଝିଅକୁ ଶୁଆଇବା ପରେ ପାଣିକୁ ଫିଙ୍ଗିଦେଲା
ଜନ୍ମ କଲା ମା’ ଜଣକ ନିଜର କୁନି ଝିଅକୁ ପାଣିକୁ ଫିଙ୍ଗି ଦେଇଥିଲା। ଝିଅକୁ ପାଣିକୁ ଫିଙ୍ଗିବା ପରେ ସେ ନିଖୋଜ ହୋଇଯାଇଥିବାର ନାଟକ କରିବାକୁ ମଧ୍ୟ ପଛାଇ ନଥିଲା। କେବଳ ପ୍ରେମ ସୁଖ ପାଇବା ପାଇଁ ନିଜର କୁନି ଝିଅ ସହ ଏପରି କାଣ୍ଡ ଘଟାଇଛି ଜଣେ ମା’।

National
ହତ୍ୟାକାରୀ ପିସିଆର ଭ୍ୟାନ! ଚା’ ଦୋକାନ ସହ ଦୋକାନୀଙ୍କୁ ଦଳିଦେଲା
ରାସ୍ତା କଡ଼ ଚା’ ଦୋକାନ ଉପରେ ପିସିଆର ଭ୍ୟାନ ମାଡ଼ି ଯିବାରୁ ୫୦ ବର୍ଷୀୟ ଦୋକାନୀଙ୍କ ମୃତ୍ୟୁ ହୋଇଛି। ଗୁରୁବାର ସକାଳୁ ସକାଳୁ ଏପରି ଘଟଣା ଘଟିଥିବା ବେଳେ ପିସିଆର ଭ୍ୟାନରେ ଥିବା ପୁଲିସ୍ କର୍ମଚାରୀମାନେ ମଦ ପିଇଥିଲେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Crime
ବାହା ହେବାକୁ ଆମେରିକାରୁ ପଞ୍ଜାବ ଆସିଥିଲେ ୭୧ ବର୍ଷୀୟ ବୃଦ୍ଧା, କିନ୍ତୁ ପୋଡ଼ି ମାରି ଦେଲେ
ଚରଣଜିତଙ୍କ ନିମନ୍ତ୍ରଣ ପାଇ ରୁପିନ୍ଦର ପଞ୍ଜାବ ଆସିଥିଲେ। ହେଲେ ତାଙ୍କୁ ବାହା ହେବା ପାଇଁ ନିମନ୍ତ୍ରଣ କରିଥିବା ଚରଣଜିତ ସିଂହ ଗ୍ରେୱାଲ ହିଁ ତାଙ୍କୁ ହତ୍ୟା କରିଥିଲେ।

Politics
ରାହୁଲ ଗାନ୍ଧିଙ୍କ ‘ଭୋଟ ଚୋରି’ ଭାଗ ୨: ଏଥର ସଫ୍ଟୱେୟାର କଥା କହିଲେ
କର୍ଣ୍ଣାଟକାର ଆଲନ୍ଦ ନିର୍ବାଚନ ମଣ୍ଡଳୀରୁ କେହି ଜଣେ ୬୦୧୮ ଖଣ୍ଡ ଭୋଟକୁ ଡିଲିଟି କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସଂଯୋଗବଶତଃ ଏହା ଧରା ପଡ଼ି ଯାଇଥିଲା।