କଶ୍ମୀର ଫାଇଲ୍ସ ସିନେମା ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନାଦଭ ମୁହଁ ଖୋଲିଲେ

ନୂଆଦିଲ୍ଲୀ: କଶ୍ମୀର ଫାଇଲ୍ସ ସିନେମା ପ୍ରସଙ୍ଗରେ ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଫିଲ୍ମ ଫେଷ୍ଟିଭାଲ୍‌ର ଜୁରି ହେଡ୍‌ ନାଦଭ ଲାପିଡ୍‌ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେବା ପରେ ସେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ନାଦଭ କହିଛନ୍ତି ଯେ, ସେ କାହାର ସମ୍ପତ୍ତି ନୁହଁନ୍ତି।  ବିବାଦରୁ କେମିତି ଫାଇଦା ନେଇ ହେବ ତାହା ରାଜନେତା ମାନେ ଜାଣନ୍ତି। ଏକ ଜାତୀୟସ୍ତରୀୟ ଟେଲିଭିଜନ ଚାନେଲକୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି । ସେ ଆହୁରି […]

nadav

nadav

Tapas Behera
  • Published: Wednesday, 30 November 2022
  • Updated: 30 November 2022, 04:05 PM IST

Sports

Latest News

ନୂଆଦିଲ୍ଲୀ: କଶ୍ମୀର ଫାଇଲ୍ସ ସିନେମା ପ୍ରସଙ୍ଗରେ ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଫିଲ୍ମ ଫେଷ୍ଟିଭାଲ୍‌ର ଜୁରି ହେଡ୍‌ ନାଦଭ ଲାପିଡ୍‌ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେବା ପରେ ସେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ନାଦଭ କହିଛନ୍ତି ଯେ, ସେ କାହାର ସମ୍ପତ୍ତି ନୁହଁନ୍ତି।  ବିବାଦରୁ କେମିତି ଫାଇଦା ନେଇ ହେବ ତାହା ରାଜନେତା ମାନେ ଜାଣନ୍ତି। ଏକ ଜାତୀୟସ୍ତରୀୟ ଟେଲିଭିଜନ ଚାନେଲକୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କଶ୍ମୀର ଫାଇଲ ହେଉଛି ଏକ ଉତ୍ତମ ଚଳଚ୍ଚିତ୍ର।  କିନ୍ତୁ ମୁଭିରେ ମୁଁ ଯାହା ଦେଖିଲି ତାହା ହିଁ କହିଛି। ସେଥିରେ କୌଣସି ଉଦ୍ଦେଶ୍ୟମୂଳକ ନାହିଁ।  ଯଦି ତାଙ୍କ ମନ୍ତବ୍ୟ ପାଇଁ କେହି ଆଘାତ ପାଇଛନ୍ତି ତେବେ ସେ କ୍ଷମା ମାଗୁଛନ୍ତି ବୋଲି କହିଛନ୍ତି । ୫୩ ତମ ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି) ଜୁରି ହେଡ୍‌ ନାଦଭ ଲାପିଡ୍‌ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ କାଶ୍ମୀର ଫାଇଲ୍ସଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।  

ଲାପିଡ୍‌ କହିଥିଲେ ଯେ ‘‘କଶ୍ମୀର ଫାଇଲ୍ସଏକ ପ୍ରେପାଗଣ୍ଡାଏବଂ ଅଶ୍ଳୀଳଚଳଚ୍ଚିତ୍ର। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହି ଫିଲ୍ମଟି ପ୍ରତିଯୋଗିତା ଦୌଡ଼ରେ କିପରି ସ୍ଥାନ ପାଇଛି! ଯାହାକୁ ନେଇ ଚାରିଆଡ଼େ ନାଦଭ ଲାପିଡ୍‌ଙ୍କୁ ନିନ୍ଦା କରାଯାଉଛି। ତାଙ୍କର ଏହି ମନ୍ତବ୍ୟକୁ ନେଇ ଫିଲ୍ମର କଳାକାର ଅନୁପମ୍‌ ଖେର୍‌ ବି ତାଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ କାଶ୍ମୀର ଫାଇଲ୍ସକୁ ନିନ୍ଦା କରିବାକୁ ପୂର୍ବରୁ ଯୋଜନା କରାଯାଇଥିଲା। କାଶ୍ମୀର ପଣ୍ଡିତଙ୍କ ପ୍ରତି ନାଦଭ ଲାପିଡ୍‌ ଅସମ୍ବେଦନଶୀଳ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଏପରି ବୟାନ ପରେ ଟୁଲ୍‌କିଟ୍‌ ଗ୍ୟାଙ୍ଗ୍‌ ସକ୍ରିୟ ହୋଇ ପଡ଼ିଛନ୍ତି।

ନାଦଭ ଲାପିଡ୍‌ ‘କାଶ୍ମୀର ଫାଇଲ୍ସଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ  ନିନ୍ଦା କରିଛନ୍ତି ଭାରତରେ ଅବସ୍ଥିତ ଇସ୍ରାଏଲ୍‌ର ରାଷ୍ଟ୍ରଦୂତ ନାଓର୍‌ ଗିଲନ୍‌। ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘‘କଶ୍ମୀର ଫାଇଲ୍ସକୁ ସମାଲୋଚନା କରିଥିବା ନାଦଭ ଲାପିଡ୍‌ଙ୍କୁ ମୋର ଖୋଲା ଚିଠି। ଏହା ହେବ୍ରିଓରେ ଲେଖୁନାହିଁ, କାରଣ ମୁଁ ଚାହୁଁଛି ମୋ ଭାରତୀୟ ଭାଇଭଉଣୀମାନେ ବି ବୁଝନ୍ତୁ ମୁଁ ଯାହା ଲେଖୁଛି। ଏହା ଅପେକ୍ଷାକୃତ ଦୀର୍ଘ ହୋଇଥିବାରୁ ମୁଁ ତୁମ ଉଦ୍ଦେଶ୍ୟରେ ପ୍ରଥମେ ବଟନ୍‌ ଲାଇନ୍‌ଲେଖିବାକୁ ଚାହିଁବି ଯେ ତୁମେ ଲଜ୍ଜିତ ହେବା ଉଚିତ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos