Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଶ୍ରମିକ ସଂଗଠନର ଘେରାଓ

ଅମୃତସର: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜୋରଦାର ବିକ୍ଷୋଭ। ପଞ୍ଜାବର ବିଭିନ୍ନ ଶ୍ରମିକ ସଂଗଠନର ଶ୍ରମିକମାନେ ଏକାଠି ହୋଇ ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବାସଭବନକୁ ଘେରାଉ କରିଛନ୍ତି । ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରାଯାଥିବା ବେଳେ ପୁଲିସ ସହ ମୁହାଁମୁହିଁ ହୋଇଛି। ଶ୍ରମିକମାନେ ପ୍ରଥମେ ପଟିଆଲା ବାଇପାସରେ ପହଞ୍ଚି ସଙ୍ଗରୁରରେ ଥିବା ମୁଖ୍ୟମନ୍ତ୍ରୀଙ୍କ  ବାସଭବନ ଅଭିମୁଖେ ଯାତ୍ରା କରିଥିଲେ। ଫଳରେ  ଭଗୱନ୍ତ ମାନଙ୍କ ବାସଭବନ ସମ୍ମୁଖରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସେହିପରି […]

author-image
Tapas Behera
ଟଙ୍କା ଦେଇ ଆପ୍‌ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି! ପୁଲିସ ରୁଜୁ କଲା ମାମଲା

mann

ଅମୃତସର: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜୋରଦାର ବିକ୍ଷୋଭ। ପଞ୍ଜାବର ବିଭିନ୍ନ ଶ୍ରମିକ ସଂଗଠନର ଶ୍ରମିକମାନେ ଏକାଠି ହୋଇ ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବାସଭବନକୁ ଘେରାଉ କରିଛନ୍ତି । ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରାଯାଥିବା ବେଳେ ପୁଲିସ ସହ ମୁହାଁମୁହିଁ ହୋଇଛି। ଶ୍ରମିକମାନେ ପ୍ରଥମେ ପଟିଆଲା ବାଇପାସରେ ପହଞ୍ଚି ସଙ୍ଗରୁରରେ ଥିବା ମୁଖ୍ୟମନ୍ତ୍ରୀଙ୍କ  ବାସଭବନ ଅଭିମୁଖେ ଯାତ୍ରା କରିଥିଲେ। ଫଳରେ  ଭଗୱନ୍ତ ମାନଙ୍କ ବାସଭବନ ସମ୍ମୁଖରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସେହିପରି ଭିଡ଼କୁ ନିୟନ୍ତ୍ରଣ ପାଇଁ ପୁଲିସ ଲାଟିଚାର୍ଜ କରିଛି।  ଏଥିରେ ବହୁ ଶ୍ରମିକ ଆହତ ହୋଇଛନ୍ତି। ଶ୍ରମିକମାନେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଫାଟକ ବାହାରେ ଆନ୍ଦୋଳନ ଜାରି ରଖିଛନ୍ତି।

Advertisment