ମୁମ୍ବାଇ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ବେଳେ ରାଷ୍ଟ୍ରୀୟ ସଂଗୀତ ଓ ଗୀତକୁ ପରିବେଷଣକୁ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ପୂରା କ୍ୟାମେରାରେ ଏହି ଘଟଣା କଏଦ ହେବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ ହେଉଛି।
ଭିଡିଓକୁ ଦେଖିବା ପରେ କଂଗ୍ରେସ ବିରୋଧୀ ବିଜେପି ଓ ଅନ୍ୟମାନେ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି।
ବର୍ତ୍ତମାନ ମହାରାଷ୍ଟ୍ରରେ ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରା କରୁଛନ୍ତି। ଏହି ଯାତ୍ରା ଅବସରରେ ୱାସିମ ଠାରେ ଆଜି ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏଥିରେ ରାହୁଲ ଗାନ୍ଧି ସମ୍ବୋଧନ କରିବା ପରେ ରାଷ୍ଟ୍ରୀୟ ଗୀତ ପରିବେଷଣ କରିବାକୁ କହିଥିଲେ। ମାଇକର ଫୋନରେ ଜଣେ ନେତା ରାଷ୍ଟ୍ରୀୟ ଗୀତ ବଜେଇବାକୁ କହିବା ସହ ସମସ୍ତଙ୍କୁ ସାବଧାନ ହୋଇ ଛିଡ଼ା ହେବା କହିଥିଲେ। ସମସ୍ତେ ଛିଡ଼ା ହୋଇଥିବା ବେଳେ ହଠାତ୍ ଗୋଟିଏ ଭିନ୍ନ ଭାଷାରେ କିଛି ଗୀତ ବାଜିଥିଲା।
ଏହାକୁ ନେଇ ରାହୁଲ ଓ ଅନ୍ୟମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ପୁଣିଥରେ ମାଇକ ଯୋଗେ କଂଗ୍ରେସ ନେତା ଜଣଙ୍କ ରାଷ୍ଟ୍ରୀୟ ଗୀତ ବଜାଇବାକୁ କହିଥିଲେ। ଏହାପରେ ରାଷ୍ଟ୍ରୀୟ ସଂଗୀତ ଜନଗଣମନ ପରିବେଷଣ କରାଯାଇଥିଲା। ସମସ୍ତେ ଛିଡ଼ା ହୋଇ ଗୋଟିଏ ସ୍ୱରରେ ଏହାକୁ ଗାନ କରିଥିଲେ।
ଜାତୀୟ ସଂଗୀତ ପରେ ବି ଆଉ ୫ ଧାଡ଼ି ଗୀତ ବାଜିଥିଲା। ଏହି ସମୟରେ କଂଗ୍ରେସ କର୍ମୀ ଓ ନେତାମାନା ଭାରତ ମାତା କି ଜୟ ନାରା ଦେବାରୁ ଗୀତ ବନ୍ଦ ହୋଇଥିଲା। ଏହାକୁ ନେଇ ରାହୁଲ ବେଶ ଅସନ୍ତୋଷ ପ୍ରକାଶ କରିଥିଲେ।
भारत जोड़ने वालों का राष्ट्रगीत? pic.twitter.com/nMUR1KO9iZ
— Sunil Deodhar (@Sunil_Deodhar) November 17, 2022
ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଜେପି ଓ ଆଉ କିଛି ଲୋକ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି। ରାହୁଲ ଗାନ୍ଧି ରାଷ୍ଟ୍ରୀୟ ଗୀତ ବନ୍ଦେ ମା ତରମ କଥା କହିଥିବା ବେଳେ ରାଷ୍ଟ୍ରୀୟ ସଂଗୀତ ପରିବେଷଣ କରାଯାଇଛି। ସେହିପରି ଆଉ ଜଣେ କହିଛନ୍ତି, ରାହୁଲ ଗାନ୍ଧି ଭାରତର ରାଷ୍ଟ୍ରୀୟ ଗୀତ କହିଥିବା ବେଳେ ଆରମ୍ଭରୁ ନେପାଳର ଜାତୀୟ ସଂଗୀତ ବାଜିଥିଲା।
ତାମିଲନାଡୁ ବିଜେପି ନେତା ଅମର ପ୍ରସାଦ ରେଡ୍ଡୀ ଭିଡିଓ ପୋଷ୍ଟ କରି କହିଛନ୍ତି, “ରାହୁଲ ଗାନ୍ଧି, ଏସବୁ କ’ଣ?” ସେହିପରି ଆଉ ଜଣେ କହିଛନ୍ତି,“ନିଜକୁ ଦେଶ ଭକ୍ତ ବୋଲି ଦେଖାଇବାକୁ ଚେଷ୍ଟା କଲେ, ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ।” ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଥିବା ବେଳେ କଂଗ୍ରେସକୁ ସମସ୍ତେ କଟାକ୍ଷ କରିବାରେ ଲାଗିଛନ୍ତି।
Sh. @RahulGandhi, what is this?pic.twitter.com/LAabKCOzqP
— Amar Prasad Reddy (@amarprasadreddy) November 16, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।