ରାତିରେ ୨ ଥର ସେକ୍ସ କରିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବରେଲି: କାମନା ନିଆଁର ପରିଣତି କେତେ ଦାରୁଣ ଓ ଭୟଙ୍କର ହୋଇପାରେ ତାର ଏକ ଦୃଷ୍ଟାନ୍ତ  ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଆସିଛି। ରାତିରେ ୨ଥର ଯୌନ ସମ୍ପର୍କ ପାଇଁ ସ୍ତ୍ରୀ ରାଜି ନହେବାରୁ ସ୍ୱାମୀ ଘଟାଇଛି ବର୍ବର କାଣ୍ଡ। ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଛି ସ୍ୱାମୀ। ୩୪ ବର୍ଷୀୟ ସ୍ୱାମୀ ଜଣକ ତାଙ୍କ ୩୦ ବର୍ଷୀୟ ସ୍ତ୍ରୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିଛି। ହତ୍ୟାକାଣ୍ଡ ନେଇ ଅଭିଯୁକ୍ତ ସ୍ୱାମୀ ପୁଲିସ ନିକଟରେ ସ୍ୱୀକାର କରିଛି। ନିଜ ଦାବି […]

Sexual_Harassment

Sexual_Harassment

Tapas Behera
  • Published: Friday, 09 December 2022
  • Updated: 09 December 2022, 01:00 PM IST

ବରେଲି: କାମନା ନିଆଁର ପରିଣତି କେତେ ଦାରୁଣ ଓ ଭୟଙ୍କର ହୋଇପାରେ ତାର ଏକ ଦୃଷ୍ଟାନ୍ତ  ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଆସିଛି। ରାତିରେ ୨ଥର ଯୌନ ସମ୍ପର୍କ ପାଇଁ ସ୍ତ୍ରୀ ରାଜି ନହେବାରୁ ସ୍ୱାମୀ ଘଟାଇଛି ବର୍ବର କାଣ୍ଡ। ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଛି ସ୍ୱାମୀ। ୩୪ ବର୍ଷୀୟ ସ୍ୱାମୀ ଜଣକ ତାଙ୍କ ୩୦ ବର୍ଷୀୟ ସ୍ତ୍ରୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିଛି। ହତ୍ୟାକାଣ୍ଡ ନେଇ ଅଭିଯୁକ୍ତ ସ୍ୱାମୀ ପୁଲିସ ନିକଟରେ ସ୍ୱୀକାର କରିଛି। ନିଜ ଦାବି ଅନୁସାରେ ସ୍ତ୍ରୀ ରାଜି ନହେବାରୁ ସେ ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ମହମ୍ମଦ ଅନୱାର। ଗତ ସୋମବାର ଅନୱାର ତାଙ୍କ ସ୍ତ୍ରୀଙ୍କୁ ରାତିରେ ସମ୍ଭୋଗ ପାଇଁ ଉଠାଇଥିଲେ। ପ୍ରଥମ ଥର ପରେ ପୁଣି ଥରେ ସମ୍ପର୍କ ସ୍ଥାପନ ପାଇଁ ସେ ତାଙ୍କୁ ବାଧ୍ୟ କରିଥିଲେ। ହେଲେ ଏଥିରେ ସ୍ତ୍ରୀ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ କଳହ ଉପୁଜିଥିଲା।

ପରେ ଅନୱାର ଉତ୍ତ୍ୟକ୍ତ ହୋଇ ଏକ ଦଉଡ଼ି ଆଣି ତାଙ୍କ ପତ୍ନୀଙ୍କ ବେକରେ ବାନ୍ଧି ତାଙ୍କୁ ହତ୍ୟା କରିଥିଲା । ଏହା ପରେ ମୃତ ଦେହକୁ ପଲିଥିନରେ  ପ୍ୟାକ କରି ଘର ଠାରୁ ୫୦ କିମି ଦୂରରେ ଫୋଫାଡ଼ି ଦେଇଥିଲା। ସେହିଦିନ ଅନୱାର ପୁଲିସ ଷ୍ଟେସନରେ ତାଙ୍କ ସ୍ତ୍ରୀ ନିଖୋଜ ଥିବା ଅଭିଯୋଗ କରିଥିଲେ। ତାଙ୍କ ସ୍ତ୍ରୀ ୯ ବର୍ଷ ହେବ ନିଖୋଜ ଥିବା ଅଭିଯୋଗ କରିଥିଲେ। କିନ୍ତୁ ମଙ୍ଗଳାବାର ପୁଲିସ ଠାକୁରଦ୍ୱାର ରତୁପୁରା ଗ୍ରାମରେ ଜଣେ ଅଜଣା ମହିଳାଙ୍କ ଶବ ଜବତ କରିଥିଲା।  ଠାକୁରଦ୍ୱାର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସମ୍ପୃକ୍ତ ମହିଳାଙ୍କ ମୃତ ଦେହକୁ ଚିହ୍ନଟ ପାଇଁ ଫଟୋ ସେୟାର କରିଥିଲା।  ନିକଟସ୍ଥ ପୁଲିସ ଷ୍ଟେସନକୁ ମଧ୍ୟ ଏହି ଫଟୋ ସିବୁ ଦିଆଯାଇଥିଲା ।

ତେବେ ମୋରଦାବାଦର ଅମରୋହା ପୁଲିସ ଷ୍ଟେସନରେ ମହିଳାଙ୍କ ସ୍ୱାମୀ ଜଣକ ପୂର୍ବରୁ ନିଖୋଜ ଅଭିଯୋଗ କରିଥିଲେ। ମହିଳାଙ୍କ ଫଟୋ ଆସିବା ପରେ ନିଖୋଜ ଅଭିଯୋଗର ତଥ୍ୟ ସହ ମେଳ ଖାଇଥିଲା। ଫଳରେ ପୁଲିସ ସନ୍ଦେହ ହେବାରୁ ଅନୱାରଙ୍କୁ ଗିରଫ କରିଥିଲା। ଜେରା ବେଳେ ଅନୱାର ସବୁ  ସତକଥା ମାନିଥିଲା।  ଅନୱାରଙ୍କ ପତ୍ନୀ ହେଉଛନ୍ତି ରୁଖସର। ଉଭୟେ ୨୦୧୬ରେ ବିବାହ କରିଥିଲେ।  ତାଙ୍କର ଏକ ସନ୍ତାନ ମଧ୍ୟ ଅଛି।  ଅନ‌ୱାର ବୃତ୍ତିରେ ପାଉଁରୁଟି ବ୍ୟବସାୟୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos