Advertisment

ଓଲଟି ପଡ଼ିଲା ଅଟୋ, ୮ ପରୀକ୍ଷାର୍ଥୀ ଆହତ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଦେବା ପାଇଁ ପିଲାମାନେ ଅଟୋରେ ସ୍କୁଲ ଯାଉଥିଲେ। ହେଲେ ବାଟରେ ଘଟିଲା ଦୁର୍ଘଟଣା। ଫଳରେ ୮ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ସଲତରପାଲି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳେ ୧୪ ଜଣ ଛାତ୍ରୀ ମ୍ୟାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଦେବା ପାଇଁ ଗୋଟିଏ ଅଟୋରେ ସାଉନ୍ତପୁର ସୁରଜମଲ ହାଇସ୍କୁଲକୁ ଯାଉଥିଲେ। ସଲତରପାଲି ଛକ ଠାରେ ହଠାତ୍ ଅଟୋ ସାମ୍ନାକୁ ଏକ ହନୁମାଙ୍କଡ଼ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଓଲଟି ପଡ଼ିଲା ଅଟୋ, ୮ ପରୀକ୍ଷାର୍ଥୀ ଆହତ

Accident

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଦେବା ପାଇଁ ପିଲାମାନେ ଅଟୋରେ ସ୍କୁଲ ଯାଉଥିଲେ। ହେଲେ ବାଟରେ ଘଟିଲା ଦୁର୍ଘଟଣା। ଫଳରେ ୮ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ସଲତରପାଲି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ସକାଳେ ୧୪ ଜଣ ଛାତ୍ରୀ ମ୍ୟାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଦେବା ପାଇଁ ଗୋଟିଏ ଅଟୋରେ ସାଉନ୍ତପୁର ସୁରଜମଲ ହାଇସ୍କୁଲକୁ ଯାଉଥିଲେ। ସଲତରପାଲି ଛକ ଠାରେ ହଠାତ୍ ଅଟୋ ସାମ୍ନାକୁ ଏକ ହନୁମାଙ୍କଡ଼ ଚାଲି ଆସିଥିଲା। ଫଳରେ ଡ୍ରାଇଭର ଜୋରରେ ବ୍ରେକ୍‌ ଦେଇଥିଲେ ଓ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଅଟୋଟି ଓଲଟି ପଡ଼ିବାରୁ ୮ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଦୁର୍ଘଟଣାରେ ପିଲାମାନେ ଆହତ ହୋଇଥିବାରୁ ଆଜି ସେମାନେ ପରୀକ୍ଷା ଦେଇ ପାରିନଥିଲେ। ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ  ଅଭିଭାବକମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି। ଅଟୋଟିରେ କ୍ଷମତା ଠାରୁ ଅଧିକ ଯାତ୍ରୀ ସବାର ହୋଇଥିଲେ।