ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ରାତିରେ ଗାଁରେ ବୁଲୁଛି ମହାବଳ ବାଘ। କେତେବେଳେ ବଦଳକୁ ମରି ଖାଇ ଦେଉଛି ତ ଆଉ କେତେବେଳେ କୁକୁରକୁ ମାରି ଦେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଝାଙ୍କରକାର୍ଲି ଗାଁରେ ।
ଗତ ୨୭ ତାରିଖରେ ମହାବଳ ବାଘଟି ବଳଦକୁ ମାରି ଖାଇ ଦେଇଥିଲା। ପରେ ଏକ କୁକୁରକୁ ମଧ୍ୟ ମାରି ଦେଇ ଥିବା ଗ୍ରାମବାସୀ କହିଛନ୍ତି଼। ଗାଁରେ ମହାବଳ ବାଘ ବୁଲିବା ଜଣାପଡ଼ିବା ପରେ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବାଘ ଭୟରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ପାଦଚିହ୍ନରୁ ଏହା ମହାବଳ ବାଘ ହୋଇ ଥାଇପାରେ ବୋଲି ଆଶଙ୍କା କରୁଛନ୍ତି ନାରାୟଣପାଟଣା ରେଞ୍ଜର।
କୋରାପୁଟ ଜଙ୍ଗଲ ବିଭାଗର ଅଧିକାରୀ ସେ ଅଞ୍ଚଳକୁ ଯାଇ ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ବାଘକୁ କାବୁ କରିବା ପାଇଁ ଆନ୍ଧ୍ରପ୍ରଦେଶରୁ ଏକ ଏକ୍ସପର୍ଟ ଟିମ ଆସିଥିବା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ସରକାରୀ ଜମି ଦଖଲର ଅଚ୍ୟୁତ ଫଣ୍ଡା: ଲିଜ୍ ମିଳିଛି ଅନ୍ୟ କଂପାନିକୁ, କୋଠା କରୁଛି କିଟ୍
ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ ରହିଛି। ପ୍ରଭାବଶାଳୀଙ୍କ ପାଖରେ ମୋଡ଼ି ମକଚି ଯାଉଛି।

Politics
ବିଜେଡିର ଫତୱା: ବିଧାନସଭାକୁ ଠପ୍ କର, ବୈଠକରେ ବିଧାୟକ ଗୋଷ୍ଠୀ ମୁହାଁମୁହିଁ
ଶଙ୍ଖଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଦଳର ଅଗଣତାନ୍ତ୍ରିକ ଫତୱାକୁ ନେଇ ବିଧାୟକମାନେ ମୁହାଁମୁହିଁ ହୋଇଛନ୍ତି ।

Politics
ଆସନ୍ତାକାଲିଠୁ ବିଧାନସଭା: ଆସିବେନି ବିରୋଧୀ ଦଳ ନେତା, ଠପ୍ କରିବ ବିଜେଡି, ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ
ଆସନ୍ତା ମୌସୁମୀ ଅଧିବେଶନରେ କେଉଁ ପ୍ରସଙ୍ଗକୁ ଧରି ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଗୃହରେ ସରକାରଙ୍କୁ ଅଡ଼ୁଆରେ ପକାଇବ ତାକୁ ନେଇ ବିଧାୟକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦଳର ଗୋଟିଏ ଗୋଷ୍ଠୀ ଚାଷୀ ସମସ୍ୟା ଓ ସାର ଅଭାବକୁ ନେଇ ଗୃହ ଭିତରେ ସରକାରଙ୍କୁ ଘେରିବା ପାଇଁ ଦାବି କରିଥିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ମହିଳାଙ୍କ ବିରୁଦ୍ଧରେ ହିଂସା ଓ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ହ୍ରାସକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ଚିରାଚରିତ ଢଙ୍ଗରେ ବିଧାନସଭା ଅଧିବେଶନରେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି ।

Miscellaneous
୨୩ରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର
ସେପ୍ଟେମ୍ବର ୨୩ ତାରିଖରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ। ନାଟମଣ୍ଡପ ସମ୍ପୂର୍ଣ୍ଣ ବନ୍ଦ ରହିବ। ନୀତିକାନ୍ତି ଉପରେ କୌଣସି ପ୍ରଭାବ ପଡ଼ିବନାହିଁ।

Politics
ଶେଷରେ ବିଜେଡି ସ୍ୱୀକାର କଲା: ନବୀନ ହିଁ ‘ଧୃତରାଷ୍ଟ୍ର’, ପାଣ୍ଡିଆନ ‘ଭଣ୍ଡ ସନ୍ନ୍ୟାସୀ’
ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ବିଜୁ ମହିଳା ଜନତା ଦଳର ଦୁଇଜଣ ନେତ୍ରୀ ଇଲା ସ୍ୱାଇଁ ଓ ଅଂଶୁ ତ୍ରିପାଠୀ ଏ ଧରଣର ଟ୍ୱିଟ୍ ନକରିବାକୁୁ ଶ୍ରୀମୟୀଙ୍କୁ ଚେତାବନୀ ଦେଇ ରାଜ୍ୟର ଗଣମାଧ୍ୟମରେ ହେଉଥିବା ଧୃତରାଷ୍ଟ୍ର-ଭଣ୍ଡ ସନ୍ନ୍ୟାସୀ ସହ ବିଜେଡିର ସମ୍ପୃକ୍ତି ଥିବାର ଚର୍ଚ୍ଚା ଉପରେ ମୋହର ମାରିଛନ୍ତି ।