ନୟାଗଡ଼(ଓଡ଼ିଶା ରିପୋର୍ଟର): ଆନ୍ଦୋଳନରେ ସାମିଲ ହେବା ପାଇଁ ବସ୍ରେ ଭୁବନେଶ୍ୱର ଯାଉଥିଲେ ଜଣେ ଶିକ୍ଷକ। ଅନ୍ୟ ଶିକ୍ଷକମାନଙ୍କ ସହ ମିଶି ସରକାରଙ୍କ ନିକଟରେ ଦାବି ଜଣାଇଥା’ନ୍ତେ। ହେଲେ ତାଙ୍କର ସବୁ ଇଚ୍ଛା ପାଣି ଫୋଟକା ମିଳାଇ ଗଲା। ଅଧାବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ତାଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ।
ମୃତ ଶିକ୍ଷକଙ୍କ ନାଁ ଅମର ଚାନ୍ଦ। ତାଙ୍କ ଘର ଜୁନାଗଡ଼ରେ। ସେ ଜୁନାଗଡ଼ରୁ ନୟାଗଡ଼ ଆସିଥିଲେ। ସେଠାରୁ ଆଜି ସକାଳେ ଏକ ଘରୋଇ ବସ୍ରେ ଭୁବନେଶ୍ୱର ଯାଉଥିଲେ। ହେଲେ ଇଟାମାଟି ନିକଟରେ ଏକ ପେଟ୍ରୋଲ ପମ୍ପ ପାଖରେ ଛିଡ଼ା ହୋଇଥିବା ଟ୍ରକ୍କୁ ବସ୍ଟି ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିକ୍ଷକ ଅମର ଚାନ୍ଦଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣାଗସ୍ତ ବସ୍ର ସମ୍ମୁଖ ଭାଗ ସହିତ ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଉଭୟ ଟ୍ରକ୍ ଓ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡିର ଫତୱା: ବିଧାନସଭାକୁ ଠପ୍ କର, ବୈଠକରେ ବିଧାୟକ ଗୋଷ୍ଠୀ ମୁହାଁମୁହିଁ
ଶଙ୍ଖଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଦଳର ଅଗଣତାନ୍ତ୍ରିକ ଫତୱାକୁ ନେଇ ବିଧାୟକମାନେ ମୁହାଁମୁହିଁ ହୋଇଛନ୍ତି ।

Politics
ଆସନ୍ତାକାଲିଠୁ ବିଧାନସଭା: ଆସିବେନି ବିରୋଧୀ ଦଳ ନେତା, ଠପ୍ କରିବ ବିଜେଡି, ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ
ଆସନ୍ତା ମୌସୁମୀ ଅଧିବେଶନରେ କେଉଁ ପ୍ରସଙ୍ଗକୁ ଧରି ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଗୃହରେ ସରକାରଙ୍କୁ ଅଡ଼ୁଆରେ ପକାଇବ ତାକୁ ନେଇ ବିଧାୟକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦଳର ଗୋଟିଏ ଗୋଷ୍ଠୀ ଚାଷୀ ସମସ୍ୟା ଓ ସାର ଅଭାବକୁ ନେଇ ଗୃହ ଭିତରେ ସରକାରଙ୍କୁ ଘେରିବା ପାଇଁ ଦାବି କରିଥିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ମହିଳାଙ୍କ ବିରୁଦ୍ଧରେ ହିଂସା ଓ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ହ୍ରାସକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ଚିରାଚରିତ ଢଙ୍ଗରେ ବିଧାନସଭା ଅଧିବେଶନରେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି ।

Miscellaneous
୨୩ରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର
ସେପ୍ଟେମ୍ବର ୨୩ ତାରିଖରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ। ନାଟମଣ୍ଡପ ସମ୍ପୂର୍ଣ୍ଣ ବନ୍ଦ ରହିବ। ନୀତିକାନ୍ତି ଉପରେ କୌଣସି ପ୍ରଭାବ ପଡ଼ିବନାହିଁ।

Politics
ଶେଷରେ ବିଜେଡି ସ୍ୱୀକାର କଲା: ନବୀନ ହିଁ ‘ଧୃତରାଷ୍ଟ୍ର’, ପାଣ୍ଡିଆନ ‘ଭଣ୍ଡ ସନ୍ନ୍ୟାସୀ’
ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ବିଜୁ ମହିଳା ଜନତା ଦଳର ଦୁଇଜଣ ନେତ୍ରୀ ଇଲା ସ୍ୱାଇଁ ଓ ଅଂଶୁ ତ୍ରିପାଠୀ ଏ ଧରଣର ଟ୍ୱିଟ୍ ନକରିବାକୁୁ ଶ୍ରୀମୟୀଙ୍କୁ ଚେତାବନୀ ଦେଇ ରାଜ୍ୟର ଗଣମାଧ୍ୟମରେ ହେଉଥିବା ଧୃତରାଷ୍ଟ୍ର-ଭଣ୍ଡ ସନ୍ନ୍ୟାସୀ ସହ ବିଜେଡିର ସମ୍ପୃକ୍ତି ଥିବାର ଚର୍ଚ୍ଚା ଉପରେ ମୋହର ମାରିଛନ୍ତି ।

Crime
ଜଗନ୍ନାଥପ୍ରସାଦ ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ
ମୃତକଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା।