ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣଧୀନ ପୋଲାଭରମ୍ ପ୍ରକଳ୍ପର ପଛୁଆ ପାଣି ଯୋଗୁ ଓଡ଼ିଶାର ଅନେକ ଅଂଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ତେଣୁ ଏହି କ୍ଷୟକ୍ଷତି ଆଶଙ୍କାର ଆକଳନ ତୃତୀୟ ପକ୍ଷ ଦ୍ୱାରା କରିବା ଓ ପ୍ରକଳ୍ପର ଉଚ୍ଚତା ହ୍ରାସ ନିମନ୍ତେ ଓଡ଼ିଶା ଦାବି କରିଛି । ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନା ସରକାର ମଧ୍ୟ ପୋଲାଭରମ୍ ପ୍ରକଳ୍ପର ଉଚ୍ଚତାକୁ ହ୍ରାସ କରିବା ପାଇଁ ଦାବି କରିଛନ୍ତି । ତେବେ ଆଜିର ବୈଠକରେ କୌଣସି ନିର୍ଯ୍ୟାସ ନହେବାରୁ ପରବର୍ତ୍ତୀ ବୈଠକ ଅକ୍ଟୋବର ୭ତାରିଖରେ ଧାର୍ଯ୍ୟ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ପୋଲାଭରମ ପ୍ରକଳ୍ପ ଡିଜାଇନ୍ ଏକାଧିକ ଥର ପରିବର୍ତ୍ତନ ହୋଇଥିବା ଓ ଏହାର ପଛୁଆ ପାଣି ଯୋଗୁ ମାଲକାନଗିରି ଜିଲ୍ଲାର ଆଦିବାସୀବହୁଳ ଅଂଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି ବୋଲି ଓଡ଼ିଶା ଉଦବେଗ ବ୍ୟକ୍ତ କରିଥିଲା । ଓଡ଼ିଶା ସରକାରଙ୍କ ସହ ସ୍ୱର ମିଶାଇ ତେଲେଙ୍ଗାନା ଓ ଛତିଶଗଡ଼ ସରକାରଙ୍କ ଅଧିକାରୀମାନେ ମଧ୍ୟ ପୋଲାଭରମ୍ ପ୍ରକଳ୍ପର ଉଚ୍ଚତା ହ୍ରାସ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡିର ‘ସାର’ ଆନ୍ଦୋଳନ: ଫାଟ ଜଳଜଳ, ଆସିଲେନି ଜିଲ୍ଲା ସଭାପତି କି ସ୍ଥାନୀୟ ବିଧାୟକ
ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କଠୁ ଆରମ୍ଭ କରି ସ୍ଥାନୀୟ ଜଟଣୀ ଓ ଜୟଦେବ ଦଳୀୟ ବିଧାୟକ, ଏପରିକି ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଅନୁପସ୍ଥିତ ଥିବା ଜଣାପଡ଼ିଛି ।

Miscellaneous
ପର୍ଯ୍ୟାପ୍ତ ‘ସାର’ ଅଛି ଚାଷୀଙ୍କୁ ମିଳୁନି କାହିଁକି : କିଏ ମିଛ କହୁଛି ସରକାର ନା ଚାଷୀ, କୃତ୍ରିମ ଅଭାବ
ତୃଣମୂଳସ୍ତରରେ ଚାଷୀଙ୍କୁ କାହିଁକି ‘ସାର’ ମିଳୁନି ଓ ପ୍ରଶାସନ ପାଖରେ ଏହି ଅଭାବର ସମ୍ପର୍କରେ ସ୍ପଷ୍ଟ ପ୍ରମାଣ ଥାଇ ମଧ୍ୟ ସରକାର କାହିିଁକ ‘ସାର’ ଅଭାବକୁ ସ୍ୱୀକାର କରୁନାହାନ୍ତି ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

Miscellaneous
ଦେବଦାସ ଛୋଟରାୟଙ୍କୁ ମିଳିବ ଚଳିତବର୍ଷର ଶାରଳା ପୁରସ୍କାର
ଆସନ୍ତା ଅକ୍ଟୋବର ୨୬ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଶ୍ରୀ ଛୋଟରାୟଙ୍କୁ ଉତ୍ତରୀୟ, ମାନପତ୍ର, ଫଳକ ସମେତ ୭ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।

Guest Column
ନୂଆପଡ଼ା ଉପନିର୍ବାଚନ ନବୀନଙ୍କ ପାଇଁ ବଡ଼ ପରୀକ୍ଷା
ଅସଲକଥା ହେଉଛି ବିଜୁ ଜନତା ଦଳ ଯେପରି ଏକ କ୍ଷମତା ଆଧାରିତ ଦଳ ଭାବରେ ସଂପ୍ରସାରିତ ହୋଇଥିଲା ଏବେ କ୍ଷମତା ନଥିବା ପରେ ସେହି ସମର୍ଥନ ଅଛି ବୋଲି କହିବା ମୁସ୍କିଲ୍। ଏହି ଦଳର ଯିଏ ମୁଖ୍ୟ ଆଧାର ଅର୍ଥାତ୍ ନବୀନ ପଟ୍ଟନାୟକ କ୍ଷମତା ବାହାରେ ପୂର୍ବ ଲୋକପ୍ରିୟତା ବଜାୟ ରଖିଛନ୍ତି ନା ନାହିଁ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ ନିର୍ବାଚନ ପ୍ରଚାରରେ କେତେ ସମୟ ଦେବେ ତାହା ଉପରେ ଅନେକ କଥା ନିର୍ଭର କରିବ।

Accident
ଦଶତୁଠରେ ଅଘଟଣ; ନଦୀରେ ବୁଡ଼ି ପୁତୁରା ମୃତ, ବଞ୍ଚାଇବାକୁ ଯାଇ ଦାଦା ନିଖୋଜ
ନିଖୋଜ ବ୍ୟକ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ।