‘ଅର୍ଚ୍ଚନା ନାଗ ମୋ ଘରେ ଭଡ଼ାରେ ରହୁଥିଲା, ମୋତେ ବ୍ଲାକ୍‌ମେଲ କରୁଥିଲା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅର୍ଚ୍ଚନା ନାଗ ମୋ ଘରେ ଭଡ଼ାରେ ରହୁଥିଲା। ସେ ମୋତେ ବ୍ଲାକମେଲ୍ କରୁଥିଲା।’ ଆଜି ଇଡିରେ ହାଜର ହେଲା ବେଳେ ଗଣମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ଇଡି ଅଫିସରୁ ଫେରିବା ପରେ ଗଣମାଧ୍ୟମ ଆଗରେ ସବୁ କଥା କହିବେ ବୋଲି ମଧ୍ୟ ପ୍ରମୋଦ କହିଛନ୍ତି। ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ। […]

Untitled-1

Untitled-1

Tapaswini Nayak
  • Published: Tuesday, 29 November 2022
  • Updated: 29 November 2022, 11:03 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅର୍ଚ୍ଚନା ନାଗ ମୋ ଘରେ ଭଡ଼ାରେ ରହୁଥିଲା। ସେ ମୋତେ ବ୍ଲାକମେଲ୍ କରୁଥିଲା।’ ଆଜି ଇଡିରେ ହାଜର ହେଲା ବେଳେ ଗଣମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ଇଡି ଅଫିସରୁ ଫେରିବା ପରେ ଗଣମାଧ୍ୟମ ଆଗରେ ସବୁ କଥା କହିବେ ବୋଲି ମଧ୍ୟ ପ୍ରମୋଦ କହିଛନ୍ତି।

ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ। ଅର୍ଚ୍ଚନା ଉପର ମହଲାରେ ରହୁଥିବା ବେଳେ ଶ୍ରଦ୍ଧାଞ୍ଜଳି ଦ୍ୱିତୀୟ ମହଲାରେ ରହୁଥିଲେ। ଅର୍ଚ୍ଚନା ଘର ଭଡ଼ା ଠିକ୍‌ ସମୟରେ ଦେଉନଥିବାରୁ ପ୍ରମୋଦଙ୍କର ସହ ତାଙ୍କର ଝଗଡ଼ା ହୋଇଥିଲା। ପ୍ରମୋଦ ଅସଦାଚରଣ କରିଥିବା ନେଇ ଅର୍ଚ୍ଚନା ଥାନାରେ ଅଭିଯୋଗ କରିଥିଲେ। ପ୍ରମୋଦ ମଧ୍ୟ ତାଙ୍କ ବିରୋଧର ଘର ଭଡ଼ାକୁ ନେଇ ପାଲଟା ଅଭିଯୋଗ କରିଥିଲା।

ପ୍ରମୋଦଙ୍କ ଘରେ ରହିବା ସମୟରେ ଶ୍ରଦ୍ଧାଞ୍ଜଳିଙ୍କୁ ଅର୍ଚ୍ଚନା ଚିହ୍ନିଥିଲେ। ସ୍ୱାମୀ ଜଗବନ୍ଧୁଙ୍କ ସହ ମିଶି ଶ୍ରଦ୍ଧାଞ୍ଜଳିଙ୍କ ନଗ୍ନ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରିଥିଲେ ଓ ନିଜ କଳା କଳାସାମ୍ରାଜ୍ୟ ଆଗକୁ ବଢ଼ାଇଥିଲେ।

ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଜାଣିବା ପାଇଁ  ଇଡି ପ୍ରମୋଦକୁଙ୍କ ସମନ କରିଥିଲା। ଆଜି ସେ ଇଡିରେ ହାଜର ହୋଇଛନ୍ତି। ଅର୍ଚ୍ଚନା ତାଙ୍କୁ କାହିଁକି ବ୍ଲାକ୍‌ମେଲ କରୁଥିଲା, ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ସହିତ ତାଙ୍କର କ’ଣ ସମ୍ପର୍କ ରହିଛି, ଇଡି ଏହାର ଖୋଳତାଡ଼ କରିବ।

ଅର୍ଚ୍ଚନା ନାଗ ମାମଲାରେ ପୂର୍ବରୁ ବିଜେଡିର ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ବ୍ୟବସାୟୀ ଅମୀୟକାନ୍ତ ଦାସ ଓ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କ ଇଡିରେ ହାଜର ହୋଇସାରିଛନ୍ତି। ଅର୍ଚ୍ଚନା କଳାସାମ୍ରାଜ୍ୟ ବିଷୟରେ ଜାଣିବା ପାଇଁ ସେମାନଙ୍କୁ ଇଡି ଅଧିକାରୀମାନେ ଦୀର୍ଘ ସମୟ ଧରି ଜେରା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Also Read