ଭଦ୍ରକ (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ନବମ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ୫୨୬୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।
ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୪୧,୦୮୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ଅବନ୍ତୀ ଦାସ ୩୫,୮୨୪ ଖଣ୍ଡ ଭୋଟ୍ ପାଇଛନ୍ତି।
ବିଜେଡିରୁ ଟିକେଟ୍ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୫୫୫୭ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୧୫୫୬ ଖଣ୍ଡ ଭୋଟ୍ ପାଇଛନ୍ତି।
ପ୍ରଥମ ରାଉଣ୍ଡରୁ ସୂରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି। ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩, ଚତୁର୍ଥ ରାଉଣ୍ଡରେ ୩୨୬୧, ପଞ୍ଚମ ରାଉଣ୍ଡରେ ୩୫୭୨, ଷଷ୍ଠ ରାଉଣ୍ଡରେ ୪୩୯୨ ଓ ସପ୍ତମ ରାଉଣ୍ଡରେ ୫୨୦୦ ଖଣ୍ଡ ଭୋଟ୍ରେ ଆଗରେ ରହିଥିଲେ ସୂର୍ଯ୍ୟବଂଶୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡିର ‘ସାର’ ଆନ୍ଦୋଳନ: ଫାଟ ଜଳଜଳ, ଆସିଲେନି ଜିଲ୍ଲା ସଭାପତି କି ସ୍ଥାନୀୟ ବିଧାୟକ
ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କଠୁ ଆରମ୍ଭ କରି ସ୍ଥାନୀୟ ଜଟଣୀ ଓ ଜୟଦେବ ଦଳୀୟ ବିଧାୟକ, ଏପରିକି ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଅନୁପସ୍ଥିତ ଥିବା ଜଣାପଡ଼ିଛି ।

Miscellaneous
ପର୍ଯ୍ୟାପ୍ତ ‘ସାର’ ଅଛି ଚାଷୀଙ୍କୁ ମିଳୁନି କାହିଁକି : କିଏ ମିଛ କହୁଛି ସରକାର ନା ଚାଷୀ, କୃତ୍ରିମ ଅଭାବ
ତୃଣମୂଳସ୍ତରରେ ଚାଷୀଙ୍କୁ କାହିଁକି ‘ସାର’ ମିଳୁନି ଓ ପ୍ରଶାସନ ପାଖରେ ଏହି ଅଭାବର ସମ୍ପର୍କରେ ସ୍ପଷ୍ଟ ପ୍ରମାଣ ଥାଇ ମଧ୍ୟ ସରକାର କାହିିଁକ ‘ସାର’ ଅଭାବକୁ ସ୍ୱୀକାର କରୁନାହାନ୍ତି ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

Miscellaneous
ଦେବଦାସ ଛୋଟରାୟଙ୍କୁ ମିଳିବ ଚଳିତବର୍ଷର ଶାରଳା ପୁରସ୍କାର
ଆସନ୍ତା ଅକ୍ଟୋବର ୨୬ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଶ୍ରୀ ଛୋଟରାୟଙ୍କୁ ଉତ୍ତରୀୟ, ମାନପତ୍ର, ଫଳକ ସମେତ ୭ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।

Guest Column
ନୂଆପଡ଼ା ଉପନିର୍ବାଚନ ନବୀନଙ୍କ ପାଇଁ ବଡ଼ ପରୀକ୍ଷା
ଅସଲକଥା ହେଉଛି ବିଜୁ ଜନତା ଦଳ ଯେପରି ଏକ କ୍ଷମତା ଆଧାରିତ ଦଳ ଭାବରେ ସଂପ୍ରସାରିତ ହୋଇଥିଲା ଏବେ କ୍ଷମତା ନଥିବା ପରେ ସେହି ସମର୍ଥନ ଅଛି ବୋଲି କହିବା ମୁସ୍କିଲ୍। ଏହି ଦଳର ଯିଏ ମୁଖ୍ୟ ଆଧାର ଅର୍ଥାତ୍ ନବୀନ ପଟ୍ଟନାୟକ କ୍ଷମତା ବାହାରେ ପୂର୍ବ ଲୋକପ୍ରିୟତା ବଜାୟ ରଖିଛନ୍ତି ନା ନାହିଁ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ ନିର୍ବାଚନ ପ୍ରଚାରରେ କେତେ ସମୟ ଦେବେ ତାହା ଉପରେ ଅନେକ କଥା ନିର୍ଭର କରିବ।

Accident
ଦଶତୁଠରେ ଅଘଟଣ; ନଦୀରେ ବୁଡ଼ି ପୁତୁରା ମୃତ, ବଞ୍ଚାଇବାକୁ ଯାଇ ଦାଦା ନିଖୋଜ
ନିଖୋଜ ବ୍ୟକ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ।