ଚମ୍ପୁଆ(ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସା ନେଲା ଉଗ୍ରରୁପ। ଦମ୍ପତିଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗାଁରେ ଘଟିଛି। ମୃତକ ହେଲେ ଲକ୍ଷ୍ମୀଧର ଆପଟ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟ।
ଲସର୍ଦା ଗାଁରେ ଲକ୍ଷ୍ମୀଧରଙ୍କର ଏକ ଦୋକାନ ଅଛି। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ କିଛି ଦୁର୍ବୃତ୍ତ ପେଟ୍ରୋଲ୍ କିଣିବାକୁ ଲକ୍ଷ୍ମୀଧରଙ୍କ ଦୋକାନଙ୍କୁ ଆସିଥିଲେ। କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୁପ ଧାରଣ କରିଥିଲା। ପରେ ଦୁର୍ବୃତ୍ତମାନେ ଲକ୍ଷ୍ମୀଧର ଓ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ସେଠାରୁ ଚମ୍ପଟ ମାରିଥିଲେ।। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ଲକ୍ଷ୍ମୀଧର ଓ ତାଙ୍କ ସ୍ତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ତେବେ ଦୁର୍ବୃତ୍ତମାନେ ଲକ୍ଷ୍ମୀଧର ଓ ତାଙ୍କ ସ୍ତ୍ରୀଙ୍କୁ କାହିଁକି ଗୁଳି କରି ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ପୂର୍ବଶତ୍ରୁତା ଥିଲା ନା ଅନ୍ୟ କିଛି କାରଣ ଥିଲା ତାହା ମଧ୍ୟ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ସରକାରୀ ଜମି ଦଖଲର ଅଚ୍ୟୁତ ଫଣ୍ଡା: ଲିଜ୍ ମିଳିଛି ଅନ୍ୟ କଂପାନିକୁ, କୋଠା କରୁଛି କିଟ୍
ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ ରହିଛି। ପ୍ରଭାବଶାଳୀଙ୍କ ପାଖରେ ମୋଡ଼ି ମକଚି ଯାଉଛି।

Politics
ବିଜେଡିର ଫତୱା: ବିଧାନସଭାକୁ ଠପ୍ କର, ବୈଠକରେ ବିଧାୟକ ଗୋଷ୍ଠୀ ମୁହାଁମୁହିଁ
ଶଙ୍ଖଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଦଳର ଅଗଣତାନ୍ତ୍ରିକ ଫତୱାକୁ ନେଇ ବିଧାୟକମାନେ ମୁହାଁମୁହିଁ ହୋଇଛନ୍ତି ।

Politics
ଆସନ୍ତାକାଲିଠୁ ବିଧାନସଭା: ଆସିବେନି ବିରୋଧୀ ଦଳ ନେତା, ଠପ୍ କରିବ ବିଜେଡି, ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ
ଆସନ୍ତା ମୌସୁମୀ ଅଧିବେଶନରେ କେଉଁ ପ୍ରସଙ୍ଗକୁ ଧରି ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଗୃହରେ ସରକାରଙ୍କୁ ଅଡ଼ୁଆରେ ପକାଇବ ତାକୁ ନେଇ ବିଧାୟକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦଳର ଗୋଟିଏ ଗୋଷ୍ଠୀ ଚାଷୀ ସମସ୍ୟା ଓ ସାର ଅଭାବକୁ ନେଇ ଗୃହ ଭିତରେ ସରକାରଙ୍କୁ ଘେରିବା ପାଇଁ ଦାବି କରିଥିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ମହିଳାଙ୍କ ବିରୁଦ୍ଧରେ ହିଂସା ଓ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ହ୍ରାସକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ଚିରାଚରିତ ଢଙ୍ଗରେ ବିଧାନସଭା ଅଧିବେଶନରେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି ।

Miscellaneous
୨୩ରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର
ସେପ୍ଟେମ୍ବର ୨୩ ତାରିଖରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ। ନାଟମଣ୍ଡପ ସମ୍ପୂର୍ଣ୍ଣ ବନ୍ଦ ରହିବ। ନୀତିକାନ୍ତି ଉପରେ କୌଣସି ପ୍ରଭାବ ପଡ଼ିବନାହିଁ।

Politics
ଶେଷରେ ବିଜେଡି ସ୍ୱୀକାର କଲା: ନବୀନ ହିଁ ‘ଧୃତରାଷ୍ଟ୍ର’, ପାଣ୍ଡିଆନ ‘ଭଣ୍ଡ ସନ୍ନ୍ୟାସୀ’
ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ବିଜୁ ମହିଳା ଜନତା ଦଳର ଦୁଇଜଣ ନେତ୍ରୀ ଇଲା ସ୍ୱାଇଁ ଓ ଅଂଶୁ ତ୍ରିପାଠୀ ଏ ଧରଣର ଟ୍ୱିଟ୍ ନକରିବାକୁୁ ଶ୍ରୀମୟୀଙ୍କୁ ଚେତାବନୀ ଦେଇ ରାଜ୍ୟର ଗଣମାଧ୍ୟମରେ ହେଉଥିବା ଧୃତରାଷ୍ଟ୍ର-ଭଣ୍ଡ ସନ୍ନ୍ୟାସୀ ସହ ବିଜେଡିର ସମ୍ପୃକ୍ତି ଥିବାର ଚର୍ଚ୍ଚା ଉପରେ ମୋହର ମାରିଛନ୍ତି ।