ବାଣ ବିସ୍ଫୋରଣରେ ଉଡ଼ିଗଲା ଛାତ, ପୋଡ଼ି ହୋଇ ଜଣେ ଗୁରୁତର

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ମତୋ ଦକ୍ଷିଣ ସାହିରେ ଜଣଙ୍କ ଘରେ ବାଣ ବିସ୍ଫୋରଣ ଘଟି ଛାତ ଉଡ଼ିଗଲା। ବିସ୍ଫୋରଣ ଏତେ ଜୋର ଥିଲା ଯେ ପୂରା ଘର ମାଟି କାମୁଡ଼ି ପଡ଼ିଥିଲା। ଘରର କାନ୍ଥ ଇଟା ବିଭିନ୍ନ ଲୋକଙ୍କ ଘରେ ଛିଟିକି ଯାଇ ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁ ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସେପଟେ ବିସ୍ଫୋରଣ ଯୋଗୁ ଏହି ଘରେ ଥିବା ଜଣେ ବ୍ୟକ୍ତି ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ତାଙ୍କ […]

explosive

explosive

Niranjan Mishra
  • Published: Sunday, 27 November 2022
  • Updated: 27 November 2022, 07:00 PM IST

Sports

Latest News

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ମତୋ ଦକ୍ଷିଣ ସାହିରେ ଜଣଙ୍କ ଘରେ ବାଣ ବିସ୍ଫୋରଣ ଘଟି ଛାତ ଉଡ଼ିଗଲା। ବିସ୍ଫୋରଣ ଏତେ ଜୋର ଥିଲା ଯେ ପୂରା ଘର ମାଟି କାମୁଡ଼ି ପଡ଼ିଥିଲା। ଘରର କାନ୍ଥ ଇଟା ବିଭିନ୍ନ ଲୋକଙ୍କ ଘରେ ଛିଟିକି ଯାଇ ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁ ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସେପଟେ ବିସ୍ଫୋରଣ ଯୋଗୁ ଏହି ଘରେ ଥିବା ଜଣେ ବ୍ୟକ୍ତି ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ତାଙ୍କ ନାମ ବିଷ୍ଣୁ ମୋହନ। ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ଘରେ ଗଚ୍ଛିତ ଥିବା ବାଣ କୌଣସି କାରଣରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଏହି ଅଘଟଣ ଘଟିଛି। ବିଷ୍ଣୁ ମୋହନ ଜଣେ ବାଣ ବ୍ୟବସାୟୀ ବାଣ କାରିଗର। ଘରେ ବାଣ ରଖିଥିବା ଯୋଗୁଁ କୌଣସି କାରଣରୁ ନିଆଁ ଲାଗି ଏପରି ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଆଉ କିଛି ଗ୍ୟାସରୁ ନିଆଁ ଲାଗି ଘଟଣା ଘଟିଛି ବୋଲି କହୁଛନ୍ତି।

ତେବେ ନିଆଁ ଲାଗିବା ପରେ ୧୦ ରୁ ୧୫ମିନିଟ ପର୍ଯ୍ୟନ୍ତ ଘରେ ଥିବା ବାଣ ଫୁଟିବାକୁ ଲାଗିଥିଲା। ଘଟଣା ସ୍ଥଳରେ ଚାନ୍ଦବାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା। ସେପଟେ ଖବର ପାଇ ଚାନ୍ଦବାଲି ଆଇଆଇସି ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ ଟିମର ତଦନ୍ତ ପରେ ବିସ୍ଫୋରଣର କାରଣ ସ୍ପଷ୍ଟ ହେବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos