ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ମନ କିଣି ପାରୁନି ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶୀ ହୁଅନ୍ତୁ କି ବିଦେଶୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି ଓଡ଼ିଶା। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସେପ୍ଟେମ୍ବର ୨୭ ବିଶ୍ୱ ପର୍ଯ୍ୟଟନ ଦିବସରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ବା ଭାରତ ପର୍ଯ୍ୟଟନ ପରିସଂଖ୍ୟାନ-୨୦୨୨ରୁ ଏହା ସ୍ପଷ୍ଟ ହୋଇଛି। ଗତବର୍ଷ ସର୍ବାଧିକ ପର୍ଯ୍ୟଟକ ଆସିଥିବା ଟପ୍ ଟେନ୍ ରାଜ୍ୟ ଭିତରେ ଓଡ଼ିଶାର ସ୍ଥାନ ନାହିଁ। ଗୋଟିଏ ପଟେ ଓଡ଼ିଶା ପର୍ଯ୍ୟଟନର ବିକାଶ ହେଉଥିବା […]

tourism

tourism

Niranjan Mishra
  • Published: Friday, 30 September 2022
  • Updated: 30 September 2022, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶୀ ହୁଅନ୍ତୁ କି ବିଦେଶୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି ଓଡ଼ିଶା। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସେପ୍ଟେମ୍ବର ୨୭ ବିଶ୍ୱ ପର୍ଯ୍ୟଟନ ଦିବସରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ବା ଭାରତ ପର୍ଯ୍ୟଟନ ପରିସଂଖ୍ୟାନ-୨୦୨୨ରୁ ଏହା ସ୍ପଷ୍ଟ ହୋଇଛି। ଗତବର୍ଷ ସର୍ବାଧିକ ପର୍ଯ୍ୟଟକ ଆସିଥିବା ଟପ୍ ଟେନ୍ ରାଜ୍ୟ ଭିତରେ ଓଡ଼ିଶାର ସ୍ଥାନ ନାହିଁ। ଗୋଟିଏ ପଟେ ଓଡ଼ିଶା ପର୍ଯ୍ୟଟନର ବିକାଶ ହେଉଥିବା ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ, ଅନ୍ୟପଟେ ଏହା ଭିତରୁ ଯେ କେତେ ଫମ୍ପା ଶବ୍ଦ ବାହାରୁଛି, ତାହା ସ୍ପଷ୍ଟ କରିଛି କେନ୍ଦ୍ରର ରିପୋର୍ଟ।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ମୁତାବକ, ୨୦୨୧ରେ ଉଭୟ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ, ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରେ ସ୍ଥାନ ପାଇନି ଓଡ଼ିଶା। ଡୋମେଷ୍ଟିକ୍ ଟୁରିଷ୍ଟ୍ ରାଙ୍କିଙ୍ଗରେ ୧୮ ଓ ଫରେନ୍ ଟୁରିଷ୍ଟ୍ ରାଙ୍କିଙ୍ଗର ୨୦ତମ ସ୍ଥାନରେ ରହିଛି ଆମ ରାଜ୍ୟ। ଏଠାକୁ ଗତବର୍ଷ ୩୭ ଲକ୍ଷ ୪୨ ହଜାର ୨୨୧ ଭାରତୀୟ ପର୍ଯ୍ୟଟକ ଓଡ଼ିଶା ଆସିଥିବା ବେଳେ ବିଦେଶରୁ ଆସିଥିଲେ ମାତ୍ର ୨ହଜାର ୨୬୯ ଜଣ। ୨୦୨୦ରେ ଏହାଠୁ ଅଧିକ ଟୁରିଷ୍ଟ୍ ଆସିଥିଲେ। ମୋଟାମୋଟି କହିବାକୁ ଗଲେ, ଗତବର୍ଷ ଦେଶରେ ବୁଲାବୁଲି କରିଥିବା ମୋଟ ପର୍ଯ୍ୟଟକଙ୍କ ମଧ୍ୟରୁ ଶତକଡ଼ା ୧ ଭାଗ ବି ଓଡ଼ିଶା ଆସିନାହାନ୍ତି।

କେବଳ ଏତିକି ନୁହେଁ, ଏଏସ୍ଆଇ ଟିକେଟେଡ୍ ମନ୍ୟୁମେଣ୍ଟ ବା ଐତିହ୍ୟସ୍ଥଳ ବର୍ଗରେ ବି ଓଡ଼ିଶା ପଛରେ ପଡ଼ିଛି। ବିଦେଶୀ ପର୍ଯ୍ୟଟକ ବୁଲିଥିବା ଟପ୍ ଟେନ୍ ମନ୍ୟୁମେଣ୍ଟ ଭିତରେ ଓଡ଼ିଶାରୁ ଗୋଟିଏ ବି ନଥିବା ବେଳେ ଭାରତୀୟ ପର୍ଯ୍ୟଟକ ବୁଲିଥିବା ଟପ୍ ଟେନ୍ ମନ୍ୟୁମେଣ୍ଟ୍ ଭିତରେ କେବଳ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଛି। ତାହା ବି ୭ ନମ୍ବରରେ।

ରାଜ୍ୟ ସରକାର ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ସରକାର ଟୁରିଜିମ୍ ସର୍କିଟ୍, ବ୍ଲୁ ଫ୍ଲାଗ୍ ବିଚ୍, ଇକୋ ରିଟ୍ରିଟ୍, ଇକୋଟୁରିଜିମ୍ ସହିତ ବିଭିନ୍ନ ମେଳା ଓ ମହୋତ୍ସବ ହାତକୁ ନେଉଥିବା ଡିଣ୍ଡିମ ପିଟୁଛନ୍ତି। ହେଲେ ଏହାର ବାସ୍ତବତା କ’ଣ, ତାହା କେନ୍ଦ୍ରର ଏହି ପର୍ଯ୍ୟଟନ ପରିସଂଖ୍ୟାନ ରିପୋର୍ଟରୁ ସ୍ପଷ୍ଟ ହେଉଛି।

ଅନ୍ୟପକ୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍ ଆର୍. ଯାଦବ କହିଛନ୍ତି ଯେ, କରୋନା ଲକ୍‌ଡାଉନ ପାଇଁ ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହୋଇଛି। ତେବେ ଚଳିତବର୍ଷ ଏଥିରେ ସୁଧାର ଆସିବ। ଏଥିପାଇଁ ସରକାର ବହୁ ଅଭିନବ ପଦକ୍ଷେପ ନେଉଛନ୍ତି।

ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁସାରେ, ତାମିଲନାଡ଼ୁକୁ ସବୁଠୁ ଅଧିକ ଭାରତୀୟ ପର୍ଯ୍ୟଟକ ଯାଇଥିବା ବେଳେ ପଞ୍ଜାବ ବୁଲିଛନ୍ତି ସର୍ବାଧିକ ବିଦେଶୀ। ବିଦେଶୀ ପର୍ଯ୍ୟଟକଙ୍କୁ ତାମିଲନାଡ଼ୁର ମାମଲ୍ଲାପୁରମ୍ ଏବଂ ଭାରତୀୟ ପର୍ଯ୍ୟଟକଙ୍କୁ ଆଗ୍ରା ତାଜମହଲ ଅଧିକ ଆକୃଷ୍ଟ କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ସୂଚନା ଥାଉକି, ଆମ ରାଜ୍ୟରେ ବିସ୍ତିର୍ଣ୍ଣ ବେଳାଭୂମି ସାଙ୍ଗକୁ ଐତିହ୍ୟ ଓ ମନୋରମ ପରିବେଶ ରହିଛି। ହେଲେ ସବୁକିଛି ଥାଉ ଥାଉ, ଆମ ରାଜ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏତେ ପଛରେ କାହିଁକି? ପ୍ରଚାର ପ୍ରସାର ଓ ଭିତ୍ତିଭୂମିର ଅଭାବ ପାଇଁ ଫିକା ପଡ଼ୁଛି କି ଆକର୍ଷଣ ? ମହକ ହରାଉଛି କି ଓଡ଼ିଶା ପର୍ଯ୍ୟଟନ? ସରକାର ଏହାର ଉତ୍ତର ଖୋଜି, ଶୀଘ୍ର ଆବଶ୍ୟକ ପ୍ରଯତ୍ନ କରିବା ଆବଶ୍ୟକ ହୋଇପଡ଼ିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story