ସମ୍ବଲପୁର (ସଞ୍ଜୟ ଜେନା): ଜଣେ ଯୁବକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇଲେ ଦୁର୍ବୃତ୍ତ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲାର ବୁର୍ଲାରେ। ମୃତ ଯୁବକ ଜଣଙ୍କ ହେଲେ ରାମ ମେହେର। ତାଙ୍କ ଘର ବୁର୍ଲା ସହରର ବିଷ୍ଣୁ ମନ୍ଦିରପଡ଼ାରେ।
ଆଜି ସକାଳେ ୨ଜଣ ଯୁବକ ବାଇକ୍ରେ ରାମଙ୍କୁ ଆଣି ପେଟ୍ରୋଲ ପମ୍ପ ରାସ୍ତା ସାମ୍ନାରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ରାମଙ୍କ ଶରୀର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁ ଥିବା ବେଳେ ସେ ନିଃବସ୍ତ୍ର ଅବସ୍ଥାରେ ପଡ଼ିଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ରାମଙ୍କୁ ଉଦ୍ଧାର କରି ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କେଉଁ କାରଣରୁ ରାମଙ୍କୁ ଯୁବକମାନେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇଲେ, ତାହା ଜଣାପଡ଼ିନାହିଁ। ସେମାନଙ୍କ ସହ ରାମଙ୍କର ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି ଅଛି କାରଣ ଅଛି, ପୁଲିସ ସେନେଇ ତଦନ୍ତ କରୁଛି। ପୁଲିସ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟକୁ ଅଧାର କରି ତଦନ୍ତ କରୁଛି। ଦୁଇ ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରିଥିବା ସୂଚନା ମିଳିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣା ନେଇ ରାମଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ: ୩ ଗିରଫ, ଜନପଥରେ ବିଜେଡି କର୍ମୀ-ପୁଲିସ୍ ଧସ୍ତାଧସ୍ତି, ରାସ୍ତାରୋକ ହଟିଲା
ପୁଲିସ ସହ ଧସ୍ତାଧସ୍ତି ପରେ ବିଜେଡି କର୍ମୀମାନଙ୍କୁ ପୁଲିସ ସେଠାରୁ ଉଠାଇ ନେଇଛି ଓ ରାସ୍ତା ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି ।

Miscellaneous
ମୋହନଙ୍କ ପସନ୍ଦ: ସିଏମଓ ଭାୟା କେନ୍ଦୁଝର, ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ
ପୂର୍ବ ବିଜେଡି ସରକାରରେ ଯେଭଳି ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିଥିବା ଅଫିସରମାନଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଉ ଥିଲା ଠିକ୍ ସେଭଳି ଏବେ ମୋହନ ମାଝୀଙ୍କ ସରକାରରେ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟ କରିଥିବା ପ୍ରଶାସନିକ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱ ମିଳୁଥିବା ଜଣାପଡ଼ିଛି ।

Events & Festivals
ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀରେ ପ୍ରବଳ ଭିଡ଼କୁ ଦୃଷ୍ଟି ରଖି ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏକ ଜରୁରୀ ସୂଚନା ଜାରି କରାଯାଇଛି।

Special
ପୁରୀରେ ଠେଲାପେଲା ଓ ଦଳାଚକଟାର ଇତିହାସ: ବିଜେଡି ଶାସନରେ ସର୍ବାଧିକ, ବିଜେପିରେ ପ୍ରଥମ
ଭିଡ଼ ନିୟନ୍ତ୍ରଣରେ ପୁଲିସର ବିଫଳତା ଯୋଗୁ ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ବିରୋଧୀ ବିଜେଡି, କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ସିଧାସଳଖ ମୋହନ ମାଝୀ ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି । ମାତ୍ର ବିଜେଡି ଓ କଂଗ୍ରେସ ଶାସନ ସମୟରେ ବି ପୁରୀରେ ଏଭଳି ଅଭାବନୀୟ ଘଟଣାରେ ମୂଲ୍ୟବାନ ଜୀବନ ଯାଇଥିବାର ନଜିର ରହିଛି ।

Politics
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ:ଚର୍ଚ୍ଚାରେ ମନ୍ତ୍ରୀସ୍ତରୀୟ କମିଟି, ଅରବିନ୍ଦଙ୍କୁ ‘ରଥଯାତ୍ରା’ ଦାୟିତ୍ୱ, ଡିଜିପିଙ୍କ ମୁଣ୍ଡରେ ଝୁଲିଲା ଖଡଗ୍
ଚଳିତବର୍ଷ ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଓ ଅଘଟଣମୁକ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୁନ୍ ପ୍ରଥମ ସପ୍ତାହରେ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ,କୃଷ୍ଣଚନ୍ଦ୍ର ମହାପାତ୍ର, ବିଭୂତିଭୂଷଣ ଜେନା ସଦସ୍ୟ ଏବଂ ଆଇନ ସଚିବଙ୍କୁ ସଂଯୋଜକ ଭାବେ ନିଯୁକ୍ତି ମିଳିଥିଲା ।