Advertisment

୪ଟି ପିକ୍‌ଅପ୍‌ ଭ୍ୟାନ୍ ଉପରେ ମାଡ଼ିଗଲା ମେଡିସିନ୍ ବୋଝେଇ ଟ୍ରକ୍

ରେଢାଖୋଲ(ଓଡ଼ିଶା ରିପୋର୍ଟର): ୪ଟି ପିକ୍‌ଅପ୍‌ ଭ୍ୟାନ୍  ଉପରେ ମାଡ଼ିଯାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ମେଡିସିନ୍ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ୪ ପିକ୍‌ଅପ୍ ଡ୍ରାଇଭର। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ। ଦୁର୍ଘଟଣାରେ ୪ଟି ପିକ୍‌ଅପ୍‌ ଭ୍ୟାନ୍ ଭାଙ୍ଗିରୁଜି ଯାଇଛି। ଗତକାଲି ରାତିରେ ୪ଟି ପିକ୍‌ଅପ୍‌ ଗାଡ଼ି କଟକ ଓ ଭୁବନେଶ୍ୱରରୁ ମାଲ୍‌ ଲୋଡ୍ କରି […]

author-image
Tapaswini Nayak
ଅଦ୍ୟତନ ହୋଇଛି
୪ଟି ପିକ୍‌ଅପ୍‌ ଭ୍ୟାନ୍ ଉପରେ ମାଡ଼ିଗଲା ମେଡିସିନ୍ ବୋଝେଇ ଟ୍ରକ୍

accident

ରେଢାଖୋଲ(ଓଡ଼ିଶା ରିପୋର୍ଟର): ୪ଟି ପିକ୍‌ଅପ୍‌ ଭ୍ୟାନ୍  ଉପରେ ମାଡ଼ିଯାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ମେଡିସିନ୍ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ୪ ପିକ୍‌ଅପ୍ ଡ୍ରାଇଭର। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ। ଦୁର୍ଘଟଣାରେ ୪ଟି ପିକ୍‌ଅପ୍‌ ଭ୍ୟାନ୍ ଭାଙ୍ଗିରୁଜି ଯାଇଛି।

Advertisment

ଗତକାଲି ରାତିରେ ୪ଟି ପିକ୍‌ଅପ୍‌ ଗାଡ଼ି କଟକ ଓ ଭୁବନେଶ୍ୱରରୁ ମାଲ୍‌ ଲୋଡ୍ କରି ବରଗଡ଼ ଅଭିମୁଖେ ବାହାରିଥିଲେ। ବିଳମ୍ବିତ ରାତି ହୋଇଯିବାରୁ ରେଢାଖୋଲ ନିକଟରେ ସେମାନେ ଗାଡ଼ି ରଖି ଶୋଇଥିଲେ। ଏହି ସମୟରେ ଏକ ମେଡିସିନ୍‌ ଟ୍ରକ୍‌ ଦ୍ରୁତ ଗତିରେ ଆସି ୪ଟି ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ପରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସୌଭାଗ୍ୟ ବଃଶତ ଏତେ ବଡ଼ ଦୁର୍ଘଟଣାରେ ୪ଜଣ ପିକ୍‌ଅପ୍‌ ଭ୍ୟାନ୍ ଡ୍ରାଇଭରଙ୍କର କିଛି ହୋଇନଥିଲା।

ପୁଲିସ ଗାଡ଼ି ଗୁଡ଼ିକୁ ଜବତ କରିବା ସହ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ଗାଡ଼ି ଗୁଡ଼ିକ ଭାଙ୍ଗି ଯାଇଛି।

Advertisment