‘ମୁଖ୍ୟମନ୍ତ୍ରୀ କୁହନ୍ତି ସାଢ଼େ ୪ କୋଟି ଓଡ଼ିଆ ତାଙ୍କ ପରିବାର, ଆମ ପରିବାର କ’ଣ ଏଥିରେ ଆସୁନି ?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବେଳେ କୁହନ୍ତି ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର। ଏହି ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରେ କ’ଣ ୫ ଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ପରିବାର ଆସୁନାହାନ୍ତି କି ? ଆଜି ଏଭଳି ପ୍ରଶ୍ନ କରିଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ। ପ୍ରାଥମିକ ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ପ୍ରତାରଣା କରିଥିବା ଅଭିଯୋଗ କରି ଆଜି ରାଜଧାନୀରେ ହଜାର ହଜାର ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର […]

teacher

teacher

Niranjan Mishra
  • Published: Sunday, 27 November 2022
  • Updated: 27 November 2022, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବେଳେ କୁହନ୍ତି ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର। ଏହି ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରେ କ’ଣ ୫ ଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ପରିବାର ଆସୁନାହାନ୍ତି କି ? ଆଜି ଏଭଳି ପ୍ରଶ୍ନ କରିଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ। ପ୍ରାଥମିକ ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ପ୍ରତାରଣା କରିଥିବା ଅଭିଯୋଗ କରି ଆଜି ରାଜଧାନୀରେ ହଜାର ହଜାର ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର ଦେଇଛନ୍ତି। ରାଜ୍ୟ ସରକାର ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ କରିଥିଲେ ମଧ୍ୟ ସେମାନଙ୍କୁ କାହିଁକି ଏଥିରେ ସାମିଲ କରାନଯିବ, ତାକୁ ନେଇ ଗର୍ଜିଛନ୍ତି ପ୍ରାଥମିକ ଶିକ୍ଷକ। ଏଥିସହ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ ଭଳି ୩ ଦଫା ଦାବି ନେଇ ହଜାର ହଜାର ଶିକ୍ଷକ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ବିକ୍ଷୋଭ ସମାବେଶ କରିଛନ୍ତି। ସେପଟେ ବିରୋଧୀ ଶିକ୍ଷକଙ୍କ ଦାବିକୁ ଯଥାର୍ଥ କହି ସରକାରଙ୍କୁ ଘେରିଥିବା ବେଳେ, ସମସ୍ୟାର ସମାଧାନ ଲାଗି ଚେଷ୍ଟା କରାଯାଉଥିବା କହିଛି ଶାସକ ଦଳ।

ସୂଚନା ମୁତାବକ, ପ୍ରାଥମିକ ଶିକ୍ଷକଙ୍କୁ ସ୍ଥାୟୀ କରିବା ସହ ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ ଓ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଲାଗି ଶିକ୍ଷକମାନେ ଦାବି କରିଛନ୍ତି। ଯାହାକୁ ନେଇ ଚାଲିଛି ଅହୋରାତ୍ର ଧାରଣା। ସରକାରଙ୍କ ପାତରଅନ୍ତର ନୀତିକୁ ପ୍ରାଥମିକ ଶିକ୍ଷକମାନେ ଜୋରଦାର ବିରୋଧ କରିଛନ୍ତି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ପ୍ରାଥମିକ ଶିକ୍ଷକ ସଂଘ ଚେତାବନୀ ଦେଇଛି।

ରାଜ୍ୟରେ ଏକ ଲକ୍ଷ ୨୦ ହଜାର ପ୍ରାଥମିକ ଶିକ୍ଷକ ଅଛନ୍ତି। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏମାନଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ମାତ୍ର ଶିକ୍ଷକ ଧାରଣାରେ ବସିଥିବାରୁ ପାଠପଢା ବାଧାପ୍ରାପ୍ତ ହୋଇଛି। ଯଦି ସମସ୍ୟାର ତୁରନ୍ତ ସମାଧାନ କରାନଯାଏ ପାଠପଢା ଗୁରୁତର ପ୍ରଭାବିତ ହେବ। ଏଭଳି ସ୍ଥିତିକେ ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ବିରୋଧୀ।

ଏନେଇ ସଂଘ ସଭାପତି କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ କହିବା ମୁତାବକ ଏହି ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରେ ୫ ଲକ୍ଷ ଶିକ୍ଷକ ପରିବାର ଅଛି, ତେବେ ତୁରନ୍ତ ସେମାନଙ୍କର ଦାବି ପୂରଣ କରନ୍ତୁ। ଭାରତବର୍ଷର ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ ୪୦ଶହ ଗ୍ରେଡ୍ ପେ ଦିଆଯାଉଥିବା ବେଳେ ଓଡ଼ିଶା ସରକାର ୨୨ଶହ ଗ୍ରେଡ୍‌ ପେ ଦେଉଛନ୍ତି। ଅନ୍ୟ ବିଭାଗରେ କମ୍ ଶିକ୍ଷାମାନ ଦଣ୍ଡରେ କାମ କରୁଥିବା କର୍ମଚାରୀଙ୍କ ଠାରୁ ସେମାନଙ୍କୁ କମ୍ ଦରମା ଦିଆଯାଉଛି। ଯେହେତୁ ପାଠପଢ଼ାବାରେ କେବେ ବି ଅବହେଳା କରାଯାଉନାହିଁ, ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସହ ପାତରଅନ୍ତର କରନ୍ତୁ ନାହିଁ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ପ୍ରାଥମିକ ଶିକ୍ଷକଙ୍କ ଅବସ୍ଥା ଓ ଅସଙ୍ଗତି ପାଇଁ ସରକାର ହିଁ ଦାୟୀ। ଅନ୍ୟପକ୍ଷରେ ସରକାର ଶିକ୍ଷା ବ୍ୟବସ୍ଥାକୁ ବିଭାଜିତ କରିବା ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା। ଶିକ୍ଷକମାନେ ଦିନରାତି ଧାରଣାରେ ବସିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ପ୍ରଚାର କରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହି କଡା ଭାଷାରେ ନିନ୍ଦା କରିଛନ୍ତି ଉଭୟ ଦଳ। ତେବେ ସମସ୍ୟାର ସମାଧାନ ଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି ବିଜେଡି ବିଧାୟକ ସାରଦା ନାୟକ।

ସେପଟେ ପ୍ରଶ୍ନ, ଚୁକ୍ତି ଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ କରି ସରକାର ବାଃ ବାଃ ନେଲେ, ହେଲେ ପ୍ରାଥମିକ ଶିକ୍ଷକଙ୍କୁ କାହିଁକି ସାମିଲ କଲେନି। ଅନ୍ୟପକ୍ଷରେ ଶିକ୍ଷକଙ୍କ ଦାବି ପୂରଣ ନେଇ ସରକାର କି ପଦକ୍ଷେପ ନେଉଛନ୍ତି ଏବେ ତା ଉପରେ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story