ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି। ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ଜଣାଯାଇଛି। ଏହାସହ ବିମ୍ରେ ଫାଟ ଥିବା ସୂଚନା ଦେଇଛି ଶ୍ରୀମନ୍ଦିର ବୈଷୟିକ କୋର କମିଟି।
ଜଗମୋହନ, ନାଟମଣ୍ଡପ କଲମ ଓ ବିମରେ ସମସ୍ୟା ଥିବାରୁ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ ଏନ୍.ସି ପାଲ୍ ଓ ଏସ୍.କେ ଭଟ୍ଟାଚାର୍ଯ୍ୟ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଅନୁଧ୍ୟାନ ପାଇଁ ଆସିଥିଲେ। ଯାଞ୍ଚ କରିବା ପରେ ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ଥିବା ଜଣାପଡ଼ିଥିଲା।
ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ ଏନ୍.ସି ପାଲ୍ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପର ଜଗମୋହନରେ ପୂର୍ବରୁ ଫାଟ ସୃଷ୍ଟି ହୋଇଥିଲା। ରଥ ଯାତ୍ରା ପୂର୍ବରୁ ଏହାର ଅସ୍ଥାୟୀ ମରାମତି କରାଯାଇଥିଲା। ଜଗମୋହନ, ନାଟମଣ୍ଡପ କଲମ ଓ ବିମରେ ସମସ୍ୟା ଥିବାରୁ ଆଜି ଆମେ ଅନୁଧ୍ୟାନରେ ଆସିଥିଲୁ। ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ବେଳେ ବିମ୍ରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଫାଟ ଯୋଗୁ ମନ୍ଦିର ପ୍ରତି କୌଣସି ବିପଦ ନାହିଁ। ଏହାର ମରାମତି କରାଯାଇପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡିର ‘ସାର’ ଆନ୍ଦୋଳନ: ଫାଟ ଜଳଜଳ, ଆସିଲେନି ଜିଲ୍ଲା ସଭାପତି କି ସ୍ଥାନୀୟ ବିଧାୟକ
ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କଠୁ ଆରମ୍ଭ କରି ସ୍ଥାନୀୟ ଜଟଣୀ ଓ ଜୟଦେବ ଦଳୀୟ ବିଧାୟକ, ଏପରିକି ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଅନୁପସ୍ଥିତ ଥିବା ଜଣାପଡ଼ିଛି ।

Miscellaneous
ପର୍ଯ୍ୟାପ୍ତ ‘ସାର’ ଅଛି ଚାଷୀଙ୍କୁ ମିଳୁନି କାହିଁକି : କିଏ ମିଛ କହୁଛି ସରକାର ନା ଚାଷୀ, କୃତ୍ରିମ ଅଭାବ
ତୃଣମୂଳସ୍ତରରେ ଚାଷୀଙ୍କୁ କାହିଁକି ‘ସାର’ ମିଳୁନି ଓ ପ୍ରଶାସନ ପାଖରେ ଏହି ଅଭାବର ସମ୍ପର୍କରେ ସ୍ପଷ୍ଟ ପ୍ରମାଣ ଥାଇ ମଧ୍ୟ ସରକାର କାହିିଁକ ‘ସାର’ ଅଭାବକୁ ସ୍ୱୀକାର କରୁନାହାନ୍ତି ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

Miscellaneous
ଦେବଦାସ ଛୋଟରାୟଙ୍କୁ ମିଳିବ ଚଳିତବର୍ଷର ଶାରଳା ପୁରସ୍କାର
ଆସନ୍ତା ଅକ୍ଟୋବର ୨୬ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଶ୍ରୀ ଛୋଟରାୟଙ୍କୁ ଉତ୍ତରୀୟ, ମାନପତ୍ର, ଫଳକ ସମେତ ୭ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।

Guest Column
ନୂଆପଡ଼ା ଉପନିର୍ବାଚନ ନବୀନଙ୍କ ପାଇଁ ବଡ଼ ପରୀକ୍ଷା
ଅସଲକଥା ହେଉଛି ବିଜୁ ଜନତା ଦଳ ଯେପରି ଏକ କ୍ଷମତା ଆଧାରିତ ଦଳ ଭାବରେ ସଂପ୍ରସାରିତ ହୋଇଥିଲା ଏବେ କ୍ଷମତା ନଥିବା ପରେ ସେହି ସମର୍ଥନ ଅଛି ବୋଲି କହିବା ମୁସ୍କିଲ୍। ଏହି ଦଳର ଯିଏ ମୁଖ୍ୟ ଆଧାର ଅର୍ଥାତ୍ ନବୀନ ପଟ୍ଟନାୟକ କ୍ଷମତା ବାହାରେ ପୂର୍ବ ଲୋକପ୍ରିୟତା ବଜାୟ ରଖିଛନ୍ତି ନା ନାହିଁ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ ନିର୍ବାଚନ ପ୍ରଚାରରେ କେତେ ସମୟ ଦେବେ ତାହା ଉପରେ ଅନେକ କଥା ନିର୍ଭର କରିବ।

Accident
ଦଶତୁଠରେ ଅଘଟଣ; ନଦୀରେ ବୁଡ଼ି ପୁତୁରା ମୃତ, ବଞ୍ଚାଇବାକୁ ଯାଇ ଦାଦା ନିଖୋଜ
ନିଖୋଜ ବ୍ୟକ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ।