Advertisment

ରାତି ବଢ଼ିଲେ ଜମୁଥିଲା ଆସର, ଗରାଖ ସାଜି ପହଞ୍ଚିଲେ ଏସ୍‌ପି

ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାତି ବଢ଼ିଲେ ଗେଷ୍ଟ ହାଉସରେ ଜମୁଥିଲା ରଙ୍ଗୀନ ଆସର। ସୁନ୍ଦରୀ ରୁପଜୀବୀ ଓ ରଙ୍ଗୀନ ଆଲୁଅରେ ନିଜକୁ ହଜାଇ ଦେଉଥିଲେ ସେଠାକୁ ଆସୁଥିବା ଗ୍ରାହକ। ହଠାତ୍ ଗତକାଲି ରାତିରେ ଗରାଖ ସାଜି ପହଞ୍ଚିଥିଲେ ବ୍ରହ୍ମପୁର ଏସ୍‌ପି। ଖୁଲମ ଖୁଲା ଚାଲିଥିବା ଏହି ଦେଦବେପାରକୁ ଦେଖି ପୁଲିସ ଟିମ୍‌କୁ ଖବର ଦେଇଥିଲେ।  ପୁଲିସ ଟିମ୍‌ ଗେଷ୍ଟହାଉସରେ ପହଞ୍ଚି ୧୦ ଗ୍ରାହକଙ୍କୁ ଧରିବା ସହ ୪ ରାଣୀ ମହୁମାଛିଙ୍କୁ ସେଠାରୁ ଉଦ୍ଧାର କରିଥିଲା। ବ୍ରହ୍ମପୁର ସହରର ଟାଟା […]

author-image
Tapaswini Nayak
ଅଦ୍ୟତନ ହୋଇଛି
ରାତି ବଢ଼ିଲେ ଜମୁଥିଲା ଆସର, ଗରାଖ ସାଜି ପହଞ୍ଚିଲେ ଏସ୍‌ପି

sex-wrker

ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାତି ବଢ଼ିଲେ ଗେଷ୍ଟ ହାଉସରେ ଜମୁଥିଲା ରଙ୍ଗୀନ ଆସର। ସୁନ୍ଦରୀ ରୁପଜୀବୀ ଓ ରଙ୍ଗୀନ ଆଲୁଅରେ ନିଜକୁ ହଜାଇ ଦେଉଥିଲେ ସେଠାକୁ ଆସୁଥିବା ଗ୍ରାହକ। ହଠାତ୍ ଗତକାଲି ରାତିରେ ଗରାଖ ସାଜି ପହଞ୍ଚିଥିଲେ ବ୍ରହ୍ମପୁର ଏସ୍‌ପି। ଖୁଲମ ଖୁଲା ଚାଲିଥିବା ଏହି ଦେଦବେପାରକୁ ଦେଖି ପୁଲିସ ଟିମ୍‌କୁ ଖବର ଦେଇଥିଲେ।  ପୁଲିସ ଟିମ୍‌ ଗେଷ୍ଟହାଉସରେ ପହଞ୍ଚି ୧୦ ଗ୍ରାହକଙ୍କୁ ଧରିବା ସହ ୪ ରାଣୀ ମହୁମାଛିଙ୍କୁ ସେଠାରୁ ଉଦ୍ଧାର କରିଥିଲା।

Advertisment

ବ୍ରହ୍ମପୁର ସହରର ଟାଟା ଵେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସ ସେକ୍ସ ରାକେଟ ଚାଲିଥିଲା। ଏହି ଗେଷ୍ଟ ହାଉସର ତଳ ମହଲାରେ ବାଇକ୍ ଶୋ ରୁମ୍ ଚାଲିଥିବା ବେଳେ ଉପର ମହଲାରେ ଚାଲିଥିଲା ଦେହ ବେପାର। ରାତି ହେଲେ ଏଠାରେ ଲାଗୁଥିଲା ଗ୍ରାହକଙ୍କ ଭିଡ଼।  ତୁଳସୀ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିବା ବ୍ରହ୍ମପୁର ଏସପି କୌଣସି ସୁତ୍ରରୁ  ଖବର ପାଇଥିଲେ।

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଗ୍ରାହକ ଭାବେ ଗେଷ୍ଟ ହାଉସକୁ ଯାଇଥିଲେ। ସେଠାରେ ଦେହ ବେପାର ଚାଲିଥିବା ଦେଖି ନୂଆଗାଁ ଓ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ। ପୁଲିସ ଟିମ୍‌ ଗେଷ୍ଟ ହାଉସରେ ଚଢ଼ାଉ କରିଥିଲା। ସମସ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment