ଜୟପୁର (ଟି. ଗୌରୀ ଶଙ୍କର): କୋରାପୁଟ ଜିଲ୍ଲା ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ବରିଷ୍ଠ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର ପରଲୋକ ଘଟିଛି। ମୁରଲୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଗତକାଲି ରାତିରେ ସ୍ଥାନୀୟ ରାଜନଗରଠାରେ ଦୁର୍ଗାପୂଜା ଉପଲକ୍ଷେ ସଙ୍ଗୀତ ସଂଧ୍ୟାର ଆୟୋଜନ ହୋଇଥିଲା। ଏଥିରେ ଗୀତ ଗାଉଥିଲେ ମୁରଲୀ। ଷ୍ଟେଜ ଉପରେ ଗୀତ ଗାଇବା ଆରମ୍ଭ କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସେ ଦର୍ଶକଙ୍କୁ କହିଥିଲେ। ପରେ ସେ ସ୍ୱର୍ଗୀୟ ଅକ୍ଷୟ ମହାନ୍ତିଙ୍କ ଯାଯାବର ଗୀତ ଗାଇଥିଲେ। ଗୀତ ଗାଇବା ପରେ ଷ୍ଟେଜରେ ପଡ଼ିଥିବା ଚେୟାରରେ ବସିଥିଲେ। ଷ୍ଟେଜରେ ଆଉ ଜଣେ କଣ୍ଠଶିଳ୍ପୀ ଗୀତ ଗାଉଥିଲେ। ମୁରଲୀ ପଛରେ ବସି କଣ୍ଠଶିଳ୍ପୀଙ୍କ ଗୀତରେ ଝୁମୁଥିଲେ। ଏହି ସମୟରେ ହଠାତ୍ ସେ ଚେୟାରରୁ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।
ମୁରଲୀ ଜଣେ ସରକାରୀ କର୍ମଚାରୀ ଥିଲେ। କିନ୍ତୁ ତାଙ୍କ ନିଶା ଥିଲା ଗୀତ ଗାଇବା। ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ସେ ଜୟପୁରରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଜୟପୁର ସହର। ସାଧାରଣ ଲୋକ ଓ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Weather
ଜୁଲାଇ ୧୨ ପର୍ଯ୍ୟନ୍ତ କେମିତି ରହିବ ପାଗ: ଜାଣନ୍ତୁ, ପାଣିପାଗ ବିଭାଗର ପୂର୍ବାନୁମାନ
କେତେ ବର୍ଷା ହେବ? କେଉଁ ଜିଲ୍ଲାଗୁଡ଼ିକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ ଓ କେଉଁ ଜିଲ୍ଲାଗୁଡ଼ିକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ?

Miscellaneous
୩ ଘରୋଇ ବ୍ୟାଙ୍କ ଉପରୁ ହଟିଲା ସରକାରୀ ବ୍ୟାନ୍: ନିଷ୍ପତ୍ତିରେ ୟୁ-ଟର୍ଣ୍ଣକୁ ନେଇ ଉଠିଲା ପ୍ରଶ୍ନ
ମାତ୍ର ୧୫ଦିନ ତଳେ ଯେଉଁ ୩ଟି ଘରୋଇ ବ୍ୟାଙ୍କକୁ ସରକାରୀ ଫ୍ଲାଗସିପ ଯୋଜନାରେ ଖରାପ ପ୍ରଦର୍ଶନ ଏବଂ ସାଧାରଣ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ନିରାଶାଜନକ କାର୍ଯ୍ୟର ଅଭିଯୋଗରେ ପ୍ୟାନେଲରୁ ବାଦ୍ ଦେଇଥିଲେ ଆଜି କିଭଳି ସେମାନଙ୍କୁ କ୍ଲିନଚିଟ୍ ଦିଆଗଲା ଓ ସରକାରଙ୍କ ଏହି ୟୁ-ଟର୍ଣ୍ଣକୁ ନେଇ ପ୍ରଶ୍ନ ଉଠିଛି ।

Politics
ନବୀନଙ୍କ ‘ଓଡ଼ିଆ’ ଟ୍ୱିଟ୍: ଲେଖାଶ୍ରୀଙ୍କ ପାଇଁ ବିଜେଡିର ଦରଦ,ଶ୍ରୀମୟୀଙ୍କ ବେଳକୁ ‘ତୁଣ୍ଡି’
୨୦୨୪ ଅକ୍ଟୋବର ମାସରେ ବିଜେଡିର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ରାଜନୀତିକ ଉଦ୍ଦେଶ୍ୟରେ ଏଭଳି ଶସ୍ତା ଅରୁଚିକର ଓ ନାରୀ ଚରିତ୍ର ସଂହାର ଭଳି ମନ୍ତବ୍ୟମାନ ଦେଇଥିଲେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ପ୍ରାୟ ୩-୪ଦିନ ଧରି ନିୟମିତ ଢଙ୍ଗରେ ସୁର ଏଭଳି ମନ୍ତବ୍ୟ ଦେଲେ । ମାତ୍ର ବିଜେଡି କିମ୍ବା ନବୀନ ଏନେଇ ମୁହଁ ଖୋଲିଲେ ନାହିଁ । ଏବେ ବିଜେପି ବିଧାୟକ ଶ୍ରୀ ଖଟୁଆ ଦେଇଥିବା ପାଲଟା ଜବାବଠୁ ବି ସୁରଙ୍କ ବୟାନ ଅଧିକ ଅରୁଚିକର ଥିଲା । କିନ୍ତୁ ବିଜେଡିର ଜଣେ ବି ନେତା ଏନେଇ ମୁହଁ ଖୋଲିନଥିଲେ ।

Politics
ନୀଳଗିରି ବିଧାୟକଙ୍କ ନାଁରେ ଏତଲା ଦେଲେ ଲେଖାଶ୍ରୀ
ମୋ ପରିବାର, ମୋ ବନ୍ଧୁ ଓ ପ୍ରିୟଜନଙ୍କ ସମ୍ମୁଖରେ ମୋତେ ଛୋଟ କରିବାକୁ ସେ ଚେଷ୍ଟା କରିଛନ୍ତି। ତେଣୁ ଆଇନ ଅନୁସାରେ ମୋ ପ୍ରତି ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ଭୁବନେଶ୍ୱର ମହିଳା ଥାନାରେ ଏଫଆଇଆର ଦେଇଛି।

Culture & Literature
ପୁରୀରେ ପ୍ରତିଷ୍ଠା ହେବ ବିଶ୍ଵସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଓ ଗବେଷଣା କେନ୍ଦ୍ର
ଶ୍ରୀ ଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଓ ଇତିହାସ ଯେପରିକି ଏହାର ପୌରାଣିକ ମହତ୍ତ୍ଵ, ନୀଳମାଧବଙ୍କ ଠାରୁ ଆରମ୍ଭ କରି ମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଞ୍ଚି ବିଜୟ, ଯାନିଯାତ୍ରା, ମନ୍ଦିରର ରୀତିନୀତି, ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଭାବାବେଗ ଇତ୍ୟାଦି ପ୍ରଦର୍ଶିତ ହେବ।