ନୂଆପଡା(ଓଡ଼ିଶା ରିପୋର୍ଟର): ନୂଆପଡା ଜିଲ୍ଲା ସିନାପାଲି ଥାନା ନିଲଜୀ ଗାଁ ନିକଟ ବିଜୁ ଏକ୍ସପ୍ରେସ ରାସ୍ତାରେ ହାଇୱା ଧକ୍କାରେ ୨ ବାଇକ ଆରୋହୀ ମୃତ୍ୟୁ ହୋଇଛି। ମୃତକ ୨ ଜଣ ସିନାପାଲି ଥାନା ହଳଦୀମୁଣ୍ତା ଗାଁର ତେଜରାଜ ଗହୀର ଓ ହବେଲାଲ ଗହୀର ବୋଲି ଜଣାପଡିଛି । ଦୁହେଁ ଏକ ସାମାଜିକ ଉତ୍ସବରେ ଯୋଗଦେଇ ସନ୍ଧ୍ୟାରେ ଗାଁକୁ ବାଇକରେ ଫେରୁ ଥିବାବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ଘଟାଇଥିବା ହାଇୱା ଏକ ଠିକା କମ୍ପାନୀର। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲା। ହେଲେ ଲୋକେ କ୍ଷତିପୂରଣ ଦାବି କରି ଧାରଣାକୁ ଓହ୍ଲାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
୬ ମାସ ପରେ ବି ମିଳିନି ବିଧାୟକମାନଙ୍କ ଚୋରି ସାମଗ୍ରୀ: ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ
୨୦୨୫ ମାର୍ଚ୍ଚ ୨୬ତାରିଖରେ ନିଲମ୍ବିତ କଂଗ୍ରେସ ବିଧାୟକମାନେ ବିଧାନସଭା ଗୃହକୁ ପ୍ରବେଶ କରୁଥିବାବେଳେ ସୁରକ୍ଷା କର୍ମଚାରୀଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ । ସେଠାରେ କିଛି ଅସାମାଜିକ ବ୍ୟକ୍ତି କଂଗ୍ରେସ ବିଧାୟକମାନଙ୍କର ଘଣ୍ଟା, ସୁନା ଚେନ, ବ୍ୟାଗ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ପ୍ୟାଣ୍ଟ-ସାର୍ଟ ପର୍ଯ୍ୟନ୍ତ ଚୋରି କରିନେଇଛନ୍ତି । ଗତ ବିଧାନସଭା ଅଧିବେଶନ ଚାଲିଥିବାବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ଏହି ଚୋରି ହୋଇଥିଲା ।

Politics
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ: ବିଜେଡିକୁ ଘାରିଛି ଭୋଟ୍ ବିଭାଜନ ଡର, କର୍ମୀ-ନେତା କ୍ଷୁବ୍ଧ
ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଚୂଡ଼ାନ୍ତ କରିବାକୁ ଦଳର କିଛି ବିଧାୟକ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ରଙ୍କ ସହ ଆଲୋଚନା କରିଥିବା ମଧ୍ୟ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଦିଲ୍ଲୀରେ ଥିବା ନବୀନ ଓ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ଏସମ୍ପର୍କରେ ଅବଗତ କରାଯିବ ଏବଂ ସେଠାରୁ ଯେଉଁ ନିଷ୍ପତ୍ତି ଆସିବ ସେହି ଆଧାରରେ ଦଳ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

Crime
ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ବି ହତ୍ୟା କରିଥିଲେ ଦୀପକ!
ଅପର୍ଣ୍ଣାଙ୍କ ମୃତ୍ୟୁ ପୂର୍ବରୁ ଦୀପକଙ୍କ ଜୀବନରେ ଏଣ୍ଟ୍ରୀ ମାରିସାରିଥିଲେ କି ଶୁଭମିତ୍ରା?ଶୁଭମିତ୍ରା ଓ କୋଟିଏ ଟଙ୍କାର ବୀମା ଟଙ୍କା ପାଇବାକୁ ଦୁର୍ଘଟଣା ଷଡ଼ଯନ୍ତ୍ର କରିଥିଲା ଦୀପକ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠିଛି।

Politics
ସରକାରୀ ଜମି ଦଖଲର ଅଚ୍ୟୁତ ଫଣ୍ଡା: ଲିଜ୍ ମିଳିଛି ଅନ୍ୟ କଂପାନିକୁ, କୋଠା କରୁଛି କିଟ୍
ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ ରହିଛି। ପ୍ରଭାବଶାଳୀଙ୍କ ପାଖରେ ମୋଡ଼ି ମକଚି ଯାଉଛି।

Politics
ବିଜେଡିର ଫତୱା: ବିଧାନସଭାକୁ ଠପ୍ କର, ବୈଠକରେ ବିଧାୟକ ଗୋଷ୍ଠୀ ମୁହାଁମୁହିଁ
ଶଙ୍ଖଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଦଳର ଅଗଣତାନ୍ତ୍ରିକ ଫତୱାକୁ ନେଇ ବିଧାୟକମାନେ ମୁହାଁମୁହିଁ ହୋଇଛନ୍ତି ।