ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋମବାର ସନ୍ଧ୍ୟାରେ ପଦ୍ମପୁର ଜଗଦମ୍ବା କ୍ଲଥ୍ ଷ୍ଟୋରରେ ଜିଏସ୍ଟି ରେଡ୍ କରିଥିଲା। ଠିକ୍ ସେହି ସମୟରେ ବିଜେପିର ୩ ଜଣ ନେତା ଜିଏସ୍ଟି ରେଡରେ ବାଧକ ସାଜିଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ପ୍ରତିନିଧି ଦଳ। ଏଭଳି ଅପରାଧୀକ କାର୍ଯ୍ୟକଳାପ ଭିଆଇଥିବା ବିଜେପି ନେତା ଠାକୁର ରଣଜିତ ଦାସ, ପିଙ୍କି ପ୍ରଧାନ ଓ କାଳନ୍ଦୀ ସାମଲଙ୍କୁ ପଦ୍ମପୁରରୁ ତଡିପାର କରିବାକୁ ସିଇଓଙ୍କ ନିକଟରେ ଦାବି କରିଛି ବିଜେଡି। ସେମାନଙ୍କ ବିରୋଧରେ CEO ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡି ଦାବି କରିଛି। ସେହିପରି ପଦ୍ମପୁରରେ ସର୍ଭେଲାନ୍ସ ବଢ଼ାଇବାକୁ ଦାବି କରିଛି ବିଜେଡି।
ବିଜେଡି କହିଛି, ଜିଏସ୍ଟି ଟିମର ଜଣେ ମହିଳା ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିବା ସହ ଗାଡ଼ି ପୋଡ଼ିଛନ୍ତି ବିଜେପି କର୍ମୀ। କାହା ପଇସା ଧରା ପଡ଼ିବା ଭୟରେ ବିଜେପି ଏଭଳି କାଣ୍ଡ କରିଛି ବୋଲି ପ୍ରଶ୍ନ କରିଛି ବିଜେଡି। କେଉଁ କେନ୍ଦ୍ର ମନ୍ତ୍ରୀଙ୍କ ପଇସା ଧରା ପଡ଼ିଯିବାର ଭୟ ଥିଲା କି? ଜଗଦମ୍ବା ଷ୍ଟୋରରେ ଆଉ କାହା ପଇସା ଲାଗିଥିଲା କି? ବିଜେପି ଏସବୁ ପ୍ରଶ୍ନର ଉତ୍ତର ଦେଉ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡିର ଫତୱା: ବିଧାନସଭାକୁ ଠପ୍ କର, ବୈଠକରେ ବିଧାୟକ ଗୋଷ୍ଠୀ ମୁହାଁମୁହିଁ
ଶଙ୍ଖଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଦଳର ଅଗଣତାନ୍ତ୍ରିକ ଫତୱାକୁ ନେଇ ବିଧାୟକମାନେ ମୁହାଁମୁହିଁ ହୋଇଛନ୍ତି ।

Politics
ଆସନ୍ତାକାଲିଠୁ ବିଧାନସଭା: ଆସିବେନି ବିରୋଧୀ ଦଳ ନେତା, ଠପ୍ କରିବ ବିଜେଡି, ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ
ଆସନ୍ତା ମୌସୁମୀ ଅଧିବେଶନରେ କେଉଁ ପ୍ରସଙ୍ଗକୁ ଧରି ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଗୃହରେ ସରକାରଙ୍କୁ ଅଡ଼ୁଆରେ ପକାଇବ ତାକୁ ନେଇ ବିଧାୟକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦଳର ଗୋଟିଏ ଗୋଷ୍ଠୀ ଚାଷୀ ସମସ୍ୟା ଓ ସାର ଅଭାବକୁ ନେଇ ଗୃହ ଭିତରେ ସରକାରଙ୍କୁ ଘେରିବା ପାଇଁ ଦାବି କରିଥିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ମହିଳାଙ୍କ ବିରୁଦ୍ଧରେ ହିଂସା ଓ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ହ୍ରାସକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ଚିରାଚରିତ ଢଙ୍ଗରେ ବିଧାନସଭା ଅଧିବେଶନରେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି ।

Politics
ଶେଷରେ ବିଜେଡି ସ୍ୱୀକାର କଲା: ନବୀନ ହିଁ ‘ଧୃତରାଷ୍ଟ୍ର’, ପାଣ୍ଡିଆନ ‘ଭଣ୍ଡ ସନ୍ନ୍ୟାସୀ’
ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ବିଜୁ ମହିଳା ଜନତା ଦଳର ଦୁଇଜଣ ନେତ୍ରୀ ଇଲା ସ୍ୱାଇଁ ଓ ଅଂଶୁ ତ୍ରିପାଠୀ ଏ ଧରଣର ଟ୍ୱିଟ୍ ନକରିବାକୁୁ ଶ୍ରୀମୟୀଙ୍କୁ ଚେତାବନୀ ଦେଇ ରାଜ୍ୟର ଗଣମାଧ୍ୟମରେ ହେଉଥିବା ଧୃତରାଷ୍ଟ୍ର-ଭଣ୍ଡ ସନ୍ନ୍ୟାସୀ ସହ ବିଜେଡିର ସମ୍ପୃକ୍ତି ଥିବାର ଚର୍ଚ୍ଚା ଉପରେ ମୋହର ମାରିଛନ୍ତି ।

National
ନୂତନ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଏହି ମାଇଲଖୁଣ୍ଟଗୁଡ଼ିକ କେବଳ ସାଧାରଣ ପରିଣାମ ନୁହେଁ, ବରଂ ସେହିସବୁ ମୁହୂର୍ତ୍ତମାନଙ୍କୁ ଚିହ୍ନିତ କରନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ନିଜର କାର୍ଯ୍ୟଶୈଳୀକୁ ନୂତନ ଭାବେ ପରିଭାଷିତ କରିଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଥିଲା।

Politics
ନୂଆପଡ଼ା ଉପନିର୍ବାଚନ: ପିଏସି-କୋର କମିଟି କୋମାରେ, ବବି ପୁଣି କଲେଣି ମାମଲାତି, ସନ୍ଦେହରେ କର୍ମୀ
ଦଳର ଉପସଭାପତି ପ୍ରଣବପ୍ରକାଶ ଦାସ(ବବି) ମାତ୍ର ସପ୍ତାହକ ମଧ୍ୟରେ ଦୁଇ ଦୁଇ ଥର ନୂଆପଡ଼ା ଗସ୍ତରେ ଯାଇ ଢ଼ୋଲକିଆଙ୍କ ପରିବାର ସଦସ୍ୟ ଓ ତାଙ୍କ ସମର୍ଥକଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ନିଜର ମାମଲାତି ଦେଖାଇ ସେଠାରେ ଦଳର ଅନ୍ୟ ଜଣେ ବରିଷ୍ଠ ନେତାଙ୍କୁ ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇ ବିଜେଡି ରାଜନୀତିକୁ ଗୋଳିଆ କରିଥିବା ଚର୍ଚ୍ଚା ହେଉଛି ।